ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ଟିଏମସି ସାଂସଦଙ୍କ ବାପି ହଲଦରଙ୍କ ଅଫିସ ଉପରେ ଆକ୍ରମଣ
ଚେତାବନୀ ସତ୍ତ୍ୱେ କାନାଡାରେ ପୁଣି ଅଦିନିଆ ରଥଯାତ୍ରା, ଇସ୍କନକୁ ନେଇ ବଢ଼ିଲା ବିବାଦ
ମମତାଙ୍କ ବୈଠକକୁ ଆସିଲେନି ଟିଏମସିର ୬୦ ବିଧାୟକ
୩ ମାସ ମଧ୍ୟରେ ୫ ହଜାର ନର୍ସିଂ ପଦବୀ ପୂରଣ, ଖୁବ୍‌ଶୀଘ୍ର ବିଜ୍ଞପ୍ତି: ସ୍ୱାସ୍ଥ୍ୟମନ୍ତ୍ରୀ
ପୁଣି ବଢ଼ିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦର

୫୦ଲକ୍ଷ ପରିବାରକୁ ଯୋଡିଲେ ଧର୍ମେନ୍ଦ୍ର

0
  • ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ୪ ବର୍ଷ, ଧର୍ମେନ୍ଦ୍ର ବିନ୍ଧାଣୀ
  • ଦେଶର ୮ କୋଟି ଏବଂ ଓଡ଼ିଶାର ୪୭.୫ ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ସଂଯୋଗ
  • ଲକଡାଉନ ସମୟରେ ହିତାଧିକାରୀଙ୍କୁ ମାଗଣା ରିଫିଲ ଯୋଗାଣ
  • ଓଡ଼ିଶାର ୨୬.୬ ଲକ୍ଷ ଓ ଦେଶର ୪.୫୩ କୋଟି ମହିଳା ଉପକୃତ
  • ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଲେ ହିତାଧିକାରୀ

ଭୁବନେଶ୍ବର: କରୋନା ମହାମାରୀ ବ୍ୟାପିଥିବାରୁ ଘରୁ ବାହାରି ହେଉନାହିଁ । ବାହାରକୁ ଯାଇ କିଛି ଜିନିଷ ଆଣି ହେଉନି> ଏମିତି ସମୟରେ ନରେନ୍ଦ୍ର ମୋଦୀ ସରକାର ଉଜ୍ଜ୍ୱଳା ଯୋଜନାରେ ଆମକୁ ତିନି ମାସର ଗ୍ୟାସ ସିଲିଣ୍ଡର ଯୋଗାଇଦେବାକୁ ବ୍ୟବସ୍ଥା କରିଛନ୍ତି। ସେଥିମଧ୍ୟରୁ ଗୋଟିଏ ଗ୍ୟାସ ସିଲିଣ୍ଡର ଆମେ ପାଇଲୁଣି। ଏଠାକାର ଅନ୍ୟମାନେ ମଧ୍ୟ ପାଇଛନ୍ତି। ଏହି ଗ୍ୟାସରେ ଦୁଇ ଓଳି ଖାଇବା ରାନ୍ଧିବାଢ଼ି ପିଲାମାନଙ୍କୁ ଓ ପରିବାରର ସମସ୍ତଙ୍କୁ ଦେଇପାରୁଛି । ସେଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।

ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଜିଲ୍ଲା ବୋମାଲୋଇ ଅଂଚଳର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଜନୈକା ହିତାଧିକାରୀ କାଂଚନ ରଣା। ଖାଲି କାଂଚନ ନୁହନ୍ତି, ମାଲକାନଗିରିର ଜୟନ୍ତୀ ବୈଦ୍ୟ, ଦେବଗଡ଼ର ସୁଜାତା କିସାନ, କେନ୍ଦୁଝରର କୁନ୍ତଳା ବେହେରା, ଚମ୍ପାବତୀ ବେହେରା, ଗଜପତି ଜିଲ୍ଲା ଗୁମ୍ମା ଅଂଚଳର ସୁଲୋଚନା କାଉଁରୀ, କେନ୍ଦୁଝରର ଅମ୍ବିକା ମହାକୁଡ଼ ପ୍ରମୁଖ ମଧ୍ୟ ସମାନ ଧରଣର ପ୍ରତିକ୍ରିୟା ରଖିଛନ୍ତି । ଏମାନେ ବି ଜଣେ ଜଣେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀ ।

ଏପ୍ରିଲ ମାସର ଗ୍ୟାସ ସିଲିଣ୍ଡର ବିନା ମୂଲ୍ୟରେ ପାଇବା ପରେ ମନର ଖୁସି ଜାହିର କରିଛନ୍ତି । କଷ୍ଟ ସମୟରେ ସେମାନଙ୍କର ଅସୁବିଧା ଲାଘବ ପାଇଁ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ
ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାର ୨୬.୬ ଲକ୍ଷ ମହିଳା ହିତାଧିକାରୀ ଏହି ସମୟରେ ଉପକୃତ ହୋଇଛନ୍ତି । ଏମାନେ ସମସ୍ତେ ଏପ୍ରିଲ ମାସ ପାଇଁ ମାଗଣା ଗ୍ୟାସ ସିଲିଣ୍ଡର ପାଇଛନ୍ତି । ସମସ୍ତେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି । ରାଜ୍ୟରେ ଥିବା ମୋଟ ୮୮.୫ ଲକ୍ଷ ଏଲପିଜି ହିତାଧିକାରୀଙ୍କ ମଧ୍ୟରୁ ୪୭.୫ ଲକ୍ଷ ଉଜ୍ଜ୍ୱଳା ଯୋଜନା ହିତାଧିକାରୀ ରହିଛନ୍ତି ।

ମେ ପହିଲାରେ ଉଜ୍ଜ୍ୱଳା ଯୋଜନାକୁ ୪ ବର୍ଷ ପୂରିଛି । ସାରା ଦେଶରେ ଥିବା ୨୭ କୋଟି ୮୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୮ କୋଟି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀ ରହିଛନ୍ତି । ଏପ୍ରିଲ ୨୦୨୦ରେ ୪.୫୩ କୋଟି ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ରିଫିଲ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୬ ମସିହା ମେ ୧ ତାରିଖରେ ଆରମ୍ଭ ହୋଇଥିଲା ଯୁଗାନ୍ତକାରୀ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା । ରୋଷେଇ ଘରକୁ
ଧୂଆଁମୁକ୍ତ କରିବା ଉଦ୍ଦେଶ୍ୟରେ ଏହି ଯୋଜନାରେ ଗରିବ ମହିଳାମାନଙ୍କ ନାମରେ ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିର୍ଣ୍ଣୟ କରିଥିଲେ । ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ବିଗତ ୪ ବର୍ଷ ମଧ୍ୟରେ ଅନେକ କୀର୍ତିସ୍ତମ୍ଭ ସ୍ଥାପନ କରିଛି ।

ଯୋଜନା ସହାୟକ ହୋଇଛି । ଖାଲି ଦେଶରେ ନୁହେଁ, ସାରା ବିଶ୍ୱରେ ଏବେ ଏହି ଯୋଜନାକୁ ନେଇ ଚର୍ଚ୍ଚା ହେଉଛି । ବିଭିନ୍ନ ଅନ୍ତର୍ଜାତୀୟ ଅଧ୍ୟୟନ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଗ୍ୟାସ ଚୁଲାରେ ରୋଷେଇ କରିବା ଦ୍ୱାରା ଦେଶର ଗରିବ ମହିଳାମାନେ ପାରମ୍ପରିକ ଜାଳେଣି ଚୁଲିରେ ରୋଷେଇ କରିବାରୁ ମୁକ୍ତି ପାଇଛନ୍ତି । ଧୂଆଁମୁକ୍ତ, ସୁସ୍ଥ ପରିବେଶ ମଧ୍ୟରେ ରୋଷେଇ କରିବା ଫଳରେ ସେମାନଙ୍କ ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ସୁଧାର ଆସିପାରିଛି । ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ଓ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସକ୍ରିୟ ତତ୍ୱାବଧାନରେ ଏହି ଯୋଜନା ଦେଶବ୍ୟାପୀ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ ହୋଇଛି ।

ଖାଲି କାଗଜପତ୍ରରେ ନୁହେଁ ତୃଣମୂଳ ସ୍ତରରେ ଉଜ୍ଜ୍ୱଳା ଯୋଜନାର ସଫଳତା ଅନ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ ପ୍ରେରଣା ସାଜିଛି।
ସମ୍ପ୍ରତି କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସାରା ଦେଶରେ ଲକଡାଉନ ଜାରି କରାଯାଇଛି । ଏଥିଯୋଗୁ ଦେଶର ଗରିବମାନଙ୍କର ଜୀବନଜୀବିକା ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତି କ୍ରମେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି । ଏହି ପ୍ୟାକେଜରେ ଦେଶର ୮ କୋଟି ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ପାଇଁ ମାଗଣାରେ ତିନି ମାସ ପାଇଁ ଗ୍ୟାସ ରିଫିଲ ଦିଆଯିବାକୁ ଘୋଷଣା କରାଯାଇଛି। ଇତିମଧ୍ୟରେ ଅଧିକାଂଶ ହିତାଧିକାରୀଙ୍କୁ ପ୍ରଥମ ମାସ (ଏପ୍ରିଲ) ପାଇଁ ଗ୍ୟାସ ସିଲିଣ୍ଡର ରିଫିଲ ଯୋଗାଇ ଦିଆଯାଇସାରିଛି । ଲକଡାଉନ ସତ୍ୱେ ତୈଳ ବିପଣନ କମ୍ପାନୀର ଅଧିକାରୀ, କର୍ମଚାରୀ, ଗ୍ୟାସ ବିତରକ, ବିତରଣ କର୍ମଚାରୀମାନେ ନିରନ୍ତର ଭାବେ ସମସ୍ତ ଉପଭୋକ୍ତାଙ୍କ ସମେତ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ସେବା ଯୋଗାଣ
ଜାରି ରଖିଛନ୍ତି ।

Leave A Reply

Your email address will not be published.