ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ସୀତା ଏବେ ସ୍ବାଧୀନତା ସଂଗ୍ରାମୀ!

0

ନୂଆଦିଲ୍ଲୀ: ଶୀର୍ଷକ ପଢି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ପ୍ରଭୁ ରାମଚନ୍ଦ୍ରଙ୍କର ପତ୍ନୀ ମାତା ସୀତା ସ୍ବାଧୀନତା ସଂଗ୍ରାମୀ ବୋଲି କେହି କହୁନାହାନ୍ତି। ବରଂ କଥାଟି ହେଲା ପୌରାଣିକ କଥାବସ୍ତୁ ରାମାୟଣରେ ସୀତା ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ ଜିଣିଥିବା ଦୀପିକା ଚିଖଲିଆ ଏବେ ସ୍ବାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁ ଭୂମିକାରେ ଅବତୀର୍ଣ୍ଣ ହେବେ।

ଆକାଶ ନାୟକ ଓ ଧୀରଜ ମିଶ୍ରଙ୍କ ନିର୍ଦେଶନାରେ ଖୁବ୍ ଶୀଘ୍ର ସ୍ବାଧୀନତା ସଂଗ୍ରାମୀ ସରୋଜିନୀ ନାମକ ଏକ ଚଳଚ୍ଚିତ୍ର ଆସୁଛି। ଯେଉଁଥିରେ କୋଟି କୋଟି ଲୋକଙ୍କ ହୃଦୟ ଜିଣିଥିବା ଦୀପିକା ସରୋଜିନୀ ଭୂମିକାରେ ଅଭିନୟ କରିବେ ବୋଲି ଟ୍ବିଟ୍ କରି ଫଟୋ ଛାଡିଛନ୍ତି। ଏହି ପୋଷ୍ଟରରେ ତାଙ୍କର ଭାବୁକ ସମୟର ଏକ ଫଟୋ ସ୍ଥାନ ପାଇଛି।

ଧୀରଜ ମିଶ୍ର ଓ ଯଶୋମତୀ ଦେବା ଏହି ଚଳଚ୍ଚିତ୍ରର କାହାଣୀ ରଚନା କରିଛନ୍ତି। ରୟାଲ୍ ଫିଲ୍ମ ମିଡ଼ିଆ ବ୍ୟାନରରେ ଏହି ଚଳଚ୍ଚିତ୍ର ଆସିବ, ଯେଉଁଥିରେ କାହ୍ନୁ ଭାଇ ପଟେଲ ପ୍ରଯୋଜକ ଅଛନ୍ତି। ଭାରତର ସ୍ବାଧୀନତା ସଂଗ୍ରାମ ଇତିହାସରେ ସରୋଜିନୀ ନାଇଡୁଙ୍କର ଏକ ସ୍ବତନ୍ତ୍ର ଭୂମିକା ରହିଛି।

Leave A Reply

Your email address will not be published.