ପ୍ରମୁଖ ଖବର

ସାତ ବର୍ଷ ପରେ ପୁଣି ହକି ଇଣ୍ଡିଆ ଲିଗ୍‌: ଡିସେମ୍ବର ୨୭ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ଓଡ଼ିଶାର ଟିମ୍‌ ଖେଳିବ ମ୍ୟାଚ୍‌
ସୁପ୍ରିମକୋର୍ଟରୁ ଜାମିନ ମିଳିଲା ପରେ ମଧ୍ୟ ଜେଲରୁ ବାହାରି ପାରିବେନି କେଜ୍ରିୱାଲ
ଆସ୍ଥା ଭୋଟ୍ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ
ରଥ ଉପରକୁ ମୋବାଇଲ ମନା; ନିୟମ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ ହେଲେ ଅରବିନ୍ଦ ପାଢ଼ୀ
ଫୁଟବଲ ଆସୋସିଏଶନ ଅଫ ଓଡ଼ିଶାର ସଭାପତି ହେଲେ ସମୀର ଦେ
ରାଜଭବନ କର୍ମଚାରୀଙ୍କୁ ମାଡମାରିଲେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ
ଭୁବନେଶ୍ୱର ସପ୍ତମ ବାଟାଲିୟନ କ୍ୟାମ୍ପସରୁ ଜଣେ ଯବାନଙ୍କ ଝୁଲନ୍ତା ମୃତଦେହ ଜବତ

ସଙ୍ଗରୋଧ କେନ୍ଦ୍ରରୁ ଆସୁଛି ବଡ଼ ବିପଦ

0
  • ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଟପିଗଲା
  • ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ ଛୁଇଁଲା, ଗଞ୍ଜାମରେ ୨୧୦
  • ପଞ୍ଚାୟତକୁ ୟୁନିଟ୍ କରି ପ୍ରଶାସକ ନିଯୁକ୍ତି କରିବାର ବେଳ ଆସିଲାଣି
  • ସଙ୍ଗରୋଧ କେନ୍ଦ୍ର ଭୂତାଣୁ ଡେଇଁଲେ ପରିସ୍ଥିତି ଅଣାୟତ ହୋଇଯାଇପାରେ

ଭୁବନେଶ୍ବର: ମାର୍ଚ୍ଚ ୧୫, ୨୦୨୦। ସେଦିନ ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦ ଛୁଇଁବାକୁ ପାଖାପାଖି ୪୦ ଦିନ ଲାଗିଲା। ଏପ୍ରିଲ ୨୫ ତାରିଖ ରାଜ୍ୟରେ ୧୦୦ରୁ ଅଧିକ ଆକ୍ରାନ୍ତ ହୋଇଯାଇଥିଲେ। ମାତ୍ର ୧୧ ଦିନରେ ଅର୍ଥାତ୍ ମେ’ ୬ ତାରିଖରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦କୁ ଡେଇଁଗଲା। ଏବଂ ୩ ଦିନରେ ଅର୍ଥାତ୍ ମେ’ ୯ ତାରିଖରେ ୩୦୦, ୨ ଦିନରେ ଅର୍ଥାତ୍ ମେ’ ୧୧ ତାରିଖରେ ୪୦୦ ଓ ମାତ୍ର ୨୪ ଘଣ୍ଟାରେ ଅର୍ଥାତ୍ ଗୋଟିଏ ଦିନରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ଡେଇଁଯାଇଛି। ବୁଧବାର ସକାଳ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ ଛୁଇଁସାରିଲାଣି। ଗତକାଲି ରେକର୍ଡ ସଂଖ୍ୟକ ସ୍ବାବ୍ ଟେଷ୍ଟ (୪୬୯୯) ହୋଇଥିଲା। ଏଯାଏ ମୋଟ ୭୨ହଜାର ୭୫୬ଜଣଙ୍କର ପରୀକ୍ଷା ହୋଇସାରିଲେଣି।

ଆଉ ଗୋଟିଏ ପରିସଂଖ୍ୟାନ କିନ୍ତୁ ସୂଚାଇ ଦେଉଛି ଯେ ଏଭଳି ସଂଖ୍ୟା ବୃଦ୍ଧିରେ କୌଣସି ଆତଙ୍କିତ ହେବାର କାରଣ ନାହିଁ। କାରଣ ବୁଧବାର ସକାଳେ ସ୍ବାସ୍ଥ୍ୟ ବିଭାଗ ଯେଉଁ ତଥ୍ୟ ଦେଇଛନ୍ତି, ସେଥିରେ ଗଞ୍ଜାମରୁ ୫୨ (ମୋଟ ୨୧୦), ବାଲେଶ୍ବରରୁ ୩୩ (ମୋଟ ୯୦), କେନ୍ଦୁଝରରୁ ୨ (ମୋଟ ୪), ଯାଜପୁର (ମୋଟ ୭୧)ଓ ସୁନ୍ଦରଗଡ (ମୋଟ ୨୩) ରୁ ୭ଜଣ ଲେଖାଏଁ ଅଛନ୍ତି। ଗୋଟିଏ ଦିନରେ ଶତାଧିକ ବ୍ୟକ୍ତି ସଂକ୍ରମଣ ହେବା ଘଟଣା ଆତଙ୍କିତ କରୁଥିଲେ ହେଁ, ଏମାନେ ସମସ୍ତେ ସୁରତ, ବାଙ୍ଗାଲୋର, ପଶ୍ଚିମବଙ୍ଗ ମହାରାଷ୍ଟ୍ରରୁ ଫେରିଛନ୍ତି। ଆହୁରି ସ୍ପଷ୍ଟ କରି କହିଲେ, ସଂକ୍ରମିତଙ୍କ ମଧ୍ୟରୁ ୯୦ ଜଣ କ୍ବାରାଣ୍ଟିନ୍ ସେଣ୍ଟରରେ ଅଛନ୍ତି। କଣ୍ଟେନମେଣ୍ଟ ଜୋନରେ ୮ ଜଣ ଓ ବାହାର ଅଞ୍ଚଳରୁ ଆଉ ତିନି ଜଣ ଅଛନ୍ତି। ଗୋଷ୍ଠୀ ସଂକ୍ରମଣର କୌଣସି ସୁଯୋଗ ନାହିଁ କିମ୍ବା ସାଧାରଣ ଲୋକ ଏହାଦ୍ବାରା ପ୍ରଭାବିତ ହୋଇନାହାନ୍ତି।

ରେଡ୍, ଅରେଞ୍ଜ ବା ଗ୍ରିନ ଜୋନର ସାଧାରଣ ଲୋକଙ୍କ ପାଇଁ ଏହି ସଂଖ୍ୟା ବିଶେଷ କୌଣସି ମାନେ ରଖେନାହିଁ। ତେବେ ସଙ୍ଗରୋଧ କେନ୍ଦ୍ରଗୁଡିକ ଧୀରେ ଧୀରେ ଅଧିକ ସମ୍ବେଦନଶୀଳ ହେବାରେ ଲାଗିଛି ଓ ଏହାକୁ ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାନଗଲେ ଓ ସଙ୍ଗରୋଧ କେନ୍ଦ୍ରକୁ ସମ୍ପୂର୍ଣ୍ଣ ସୁରକ୍ଷା ଭିତରେ ରଖାନଗଲେ, ଭୟାନକ ବିପଦ ସୃଷ୍ଟି ହୋଇପାରେ। ସମ୍ଭବତଃ ଏହି କାରଣରୁ ସରକାର ସମୁଦାୟ ଜିଲ୍ଲାକୁ ଜୋନ ଭାବେ ପରିଗଣିତ ନ କରି ସଂପୃକ୍ତ ଛୋଟ ଛୋଟ ଅଞ୍ଚଳରେ କଟକଣା ଉପରେ ଗୁରୁତ୍ବ ଦେଇଛନ୍ତି।

ପ୍ରବାସୀ ଶ୍ରମିକ ଫେରିବା କାରଣରୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢିଛି। ଏକଥା ସତ ଯେ ସେମାନଙ୍କୁ ନିଜ ଘରକୁ ଫେରାଇ ଆଣିବାରେ କେହି କଟକଣା କରିପାରିବେ ନାହିଁ। ସେମାନେ ସେମାନଙ୍କ ଜନ୍ମସ୍ଥଳୀକୁ ନିଶ୍ଚିତ ଫେରିବେ। କିନ୍ତୁ ପ୍ରଶାସନ ବାଟବଣା ହେବାର କାରଣ ହେଉଛି, ସମ୍ବେଦନଶୀଳ ଜିଲ୍ଲାପାଳମାନେ ଏ ଦିଗରେ ଯଥେଷ୍ଟ ସତର୍କ ନ ଥିଲେ।

ଯଦିଓ ୨୦୧୧ ମସିହା ଜନଗଣନା ସୂଚାଇ ଦେଇଛି ଯେ ରାଜ୍ୟରୁ ପାଖାପାଖି ୧୨ଲକ୍ଷରୁ ଅଧିକ ଲୋକ କାମ ଅନ୍ବେଷଣରେ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି, ଏହି ସଂଖ୍ୟା ଏବେ ପାଖାପାଖି ୧୫ଲକ୍ଷରୁ ବେଶୀ ହେବ, କିନ୍ତୁ ଏ ଦିଗଟିକୁ କେହି କେବେ ନଜର ଦେଇନାହାନ୍ତି। ନା ରାଜନୈତିକସ୍ତରରେ ଏହାକୁ ନେଇ ଚିନ୍ତା ପ୍ରକାଶ ପାଇଛି, ନା ପ୍ରଶାସନିକ ବା ଗଣମାଧ୍ୟମ। ଏହାକୁ ନେଇ କେବେ କୌଣସିଠାରେ ବଡ଼ ବିତର୍କ ବି ମୁଣ୍ଡ ଟେକିନାହିଁ। ଏତେବଡ଼ ସଂଖ୍ୟାର ଲୋକ ଏବେ ଯେତେବେଳେ ବିପତ୍ତି ବେଳେ ଘରକୁ ଫେରିବା ଲାଗି ବିଚାର କରୁଛନ୍ତି, ସେତେବେଳେ ସ୍ଥିତି ଅସମ୍ଭାଳ ହେବ ହିଁ ହେବ। କେବଳ ସେତିକି ନୁହେଁ, ଜୀବନ ଜୀବିକା ଓ ରାଜ୍ୟ ଅର୍ଥନୀତି ବି ଟଳମଳ ହେବା ସମ୍ଭାବନାକୁ ଏଡ଼ାଇ ଦେଉ ହେଉନାହିଁ।

ସ୍ଥିତି ଗମ୍ଭୀର ହେବାର ଅନ୍ୟତମ କାରଣ ହେଲା, ପ୍ରବାସୀଙ୍କ ସଂଖ୍ୟାକୁ ନଜରରେ ରଖି ପ୍ରସ୍ତୁତି କରାଯିବା ବଦଳରେ ସମୁଦାୟ ରାଜ୍ୟକୁ ସରକାର ଫୋକସରେ ରଖିଲେ। ଏବେ କିନ୍ତୁ ନିର୍ଦିଷ୍ଟ କିଛି ଜିଲ୍ଲାରେ ସଂକ୍ରମିତ ବଢୁଛନ୍ତି, ଅନ୍ୟ ଜିଲ୍ଲାରେ ସ୍ଥିତି ସ୍ବାଭାବିକ ରହିଛି। ଏପରିସ୍ଥଳେ ପାଞ୍ଚ ଦଶ ଜଣରେ ହେବନାହିଁ। ବରଂ ପ୍ରତି ପଞ୍ଚାୟତକୁ ୟୁନିଟ୍ କରି ସେସବୁ ଜିଲ୍ଲାପାଇଁ ଜଣେ ଜଣେ ବରିଷ୍ଠ ପ୍ରଶାସକ (ଓଏଏସ ଅଫିସର) ମାସେ ପର୍ଯ୍ୟନ୍ତ ଅନ୍ୟୂନ ନିଯୁକ୍ତି ଦିଆଯିବାର ଆବଶ୍ୟକତା ରହିଛି। ସେମାନେ ସରପଞ୍ଚଙ୍କୁ ସହଯୋଗ କରିବେ। ଏହାଦ୍ବାରା ସଙ୍ଗରୋଧ ସୀମା ଡେଇଁ କରୋନା ଆସିବାର ସମ୍ଭାବନା ଆଉ ପ୍ରାୟତଃ ରହିବ ନାହିଁ। କରୋନା ବିପର୍ଯ୍ୟୟ ସହିତ ସଂପୃକ୍ତ ପଞ୍ଚାୟତରେ ଅନ୍ୟ କାମର ତଦାରଖ କରିବାରେ ବି ସେମାନେ ସହଯୋଗ କରିବେ।

Leave A Reply

Your email address will not be published.