ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଅମ୍ଫାନ୍ ବିଶାଳ ଶରୀର ଧରି ଆଗଉଛି

0
  • ଉତ୍ତର ଓଡ଼ିଶାକୁ ବିପଦ ବଢୁଛି, ପବନର ବେଗ ୧୩୫ କିମି ଯାଏ ଘଣ୍ଟାପ୍ରତି ଛୁଇଁପାରେ
  • ଅଧିକ ଶକ୍ତିଶାଳୀ ହେଉଛି, ଓଡ଼ିଶା ଉପକୂଳରେ ଘଷି ହୋଇଯିବା ଆଶଙ୍କା ବଢିଲା

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ବାତ୍ୟା “ଅମ୍ଫାନ୍” ଶେଷ ୬ ଘଣ୍ଟା ରେ ୬ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ କରୁଛି। ପାରାଦୀପ ଠାରୁ ୯୮୦କିମି ଦକ୍ଷିଣରେ କେନ୍ଦ୍ରୀଭୂତ ହୋଇଥିବା ଏହି ବାତ୍ୟା ଏବେ ସିଭିୟର ସାଇକ୍ଲୋନ୍ ବା ଭୟଙ୍କର ବାତ୍ୟା ରୂପ ନେଇସାରିଲାଣି। ଏହା ଅଧିକ ଘନୀଭୂତ ହୋଇ ଖୁବ୍ ଶୀଘ୍ର ଅତି ଭୟଙ୍କର ବାତ୍ୟା ରୂପ ନେବ। ତେବେ ଭାରତର ପାଣିପାଗ ବିଭାଗର ପୂର୍ବାହ୍ନର ପୂର୍ବାନୁମାନ ଏବେ ଅପରାହ୍ନରେ ବଦଳିଯାଇଛି। ପୂର୍ବାହ୍ନରେ କୁହାଯାଇଥିଲା, ଓଡ଼ିଶା ଉପକୂଳ ଠାରୁ ଢେର୍ ଦୂରରେ ଯିବ ଓ ସାଗର ଦ୍ବୀପ ଏବଂ ହାତିଆ ମଧ୍ୟରେ ୨୦ ତାରିଖ ଅପରାହ୍ନରେ ସ୍ଥଳଭାଗ ଛୁଇଁବ। ଅପରାହ୍ନ ସାଢେ ୨ଟା ବୁଲେଟିନ୍ କିନ୍ତୁ ବଦଳିଯାଇଛି। ଓଡ଼ିଶାକୁ ପୁଣି ବିପଦ ବଢିଛି।

ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ବାତ୍ୟା ଆସନ୍ତାକାଲି ସୁଦ୍ଧା ଦିଗ ପରିବର୍ତନ କରି ଉତ୍ତର-ଉତ୍ତର ପୂର୍ବ ଆଡ଼େ ଗତିକରିବ। ଏହା ଦୀଘା ଠାରୁ ହାତିଆ ମଧ୍ୟରେ ସ୍ଥଳଭାଗକୁ ଛୁଇଁବ। କିନ୍ତୁ ଓଡ଼ିଶା ସୀମାରେ ଘଷି ହୋଇଯିବ ବୋଲି ପୂର୍ବାନୁମାନ କରାଯାଉଥିବା ପରିପ୍ରେକ୍ଷୀରେ ଏହା ଅତି ଭୀଷଣ ପ୍ରଭାବ ରଖିବ। ଯାହା ହିସାବ କରାଯାଉଛି, ଏହା ଅସ୍ତରଙ୍ଗ ଠାରୁ ୧୨୦ କିଲୋମିଟର ପାଖାପାଖି ଯିବ, ଯେତେବେଳେ କି ଭଦ୍ରକ (ଧାମରା) ଅତିକ୍ରମ କରିବା ବେଳକୁ ଏହାର ଦୂରତା ଉପକୂଳ ଠାରୁ କମି ୭୦ କିଲୋମିଟର ପାଖାପାଖି ଥିବ। ଦୀଘାଠାରୁ ମାତ୍ର ୪୫ କିଲୋମିଟର ଦୂରରେ ଏହା ଅତିକ୍ରମ କରିବ। ଫଳରେ ପାରାଦୀପ ଠାରୁ ବାଲେଶ୍ବର ଉପକୂଳ ଯାଏ ଏହାର ଭୀଷଣ ପ୍ରଭାବ ଦେଖାଦେବ। ପବନର ବେଗ ୧୧୦ରୁ ୧୨୦ ବେଗରେ ହେବ ଓ ୧୩୫ କିଲୋମିଟର ବେଗରେ ଝଟକା ଦେବ। ୨୦ତାରିଖର ଅପରାହ୍ନ ବା ସନ୍ଧ୍ୟାରେ ଏହା ସ୍ଥଳଭାଗକୁ ଛୁଇଁବ ବୋଲି ହିସାବ କରାଯାଉଥିଲେ ହେଁ, ଅନ୍ୟ କିଛି ମଡେଲ୍ ବିଳମ୍ବିତ ରାତି ହୋଇଯିବ ବୋଲି ପୂର୍ବାନୁମାନ କରୁଛନ୍ତି। ଆସନ୍ତାକାଲି ପୂର୍ବାହ୍ନରେ ବାତ୍ୟାକୁ ନେଇ ସ୍ପଷ୍ଟ ଚିତ୍ର ଆଙ୍କି ହେବ।

ଏହାର ପ୍ରଭାବରେ ୧୮ ତାରିଖ ସନ୍ଧ୍ୟା ରୁ ଉପକୂଳ ଓଡ଼ିଶା ର ଅନେକ ଅଞ୍ଚଳ ରେ ମଧ୍ୟମ ଧାରଣ ର ବର୍ଷା ହୋଇପାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ। ୧୯ ତାରିଖ ସକାଳୁ ପବନର ବେଗ ବଢିବ, ବର୍ଷା ବି। ଜଗତସିଂପୁର, ଭଦ୍ରକ , କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର ଜିଲ୍ଲା ରେ ବାତ୍ୟା ର ବେଶୀ ପ୍ରଭାବ ଅନୁଭୂତ ହେବ। ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ।ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା କରାଯାଇଛି।

Leave A Reply

Your email address will not be published.