ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ମୋଦୀ ଆସୁଛନ୍ତି, ପ୍ୟାକେଜକୁ ନଜର

0

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୋଦୀ ଆଜି ଆକାଶମାର୍ଗରୁ ଓଡ଼ିଶାର ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବେ ଓ ବିମାନବନ୍ଦରରେ ହିଁ ସମୀକ୍ଷା ବୈଠକ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଓଡ଼ିଶା ପରିପ୍ରେକ୍ଷୀରେ ଏକ ବଡ଼ ବାର୍ତା ଦେବାର ସମ୍ଭାବନା ରହିଛି।

ପ୍ରଧାନମନ୍ତ୍ରୀ ପୂର୍ବାହ୍ନରେ କୋଲକାତାରେ ପଶ୍ଚିମବଙ୍ଗର କ୍ଷୟକ୍ଷତି ଅନୁଧ୍ୟାନ କରୁଛନ୍ତି। ଅପରାହ୍ନ ୧ଟା ୪୫ରେ କୋଲକାତାରୁ ବାହାରିବେ ଓ ୨ଟା ୫୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ପ୍ରମୁଖଙ୍କୁ ନେଇ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ। କାର୍ଯ୍ୟକ୍ରମ ଅନୁସାରେ, ୪ଟା ୫୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ସମୀକ୍ଷା ବୈଠକ କରିବେ। ବାତ୍ୟା କ୍ଷୟକ୍ଷତି ସଂପର୍କରେ ସରକାରଙ୍କ ସହ ଆଲୋଚନା କରିବେ।

ବାତ୍ୟା ଫନି ବେଳେ କେନ୍ଦ୍ର ସରକାର ଓଡ଼ିଶାକୁ ଆଖି ଝଲସାଇ ଦେବା ଭଳି ପ୍ୟାକେଜ ଦେଇଥିଲେ। ଏହା ପୂର୍ବରୁ କୌଣସି ବିପର୍ଯ୍ୟୟରେ ରାଜ୍ୟକୁ ଏତେ ଅର୍ଥ ମିଳିନଥିଲା। ଆଜି ଓଡ଼ିଶା ପ୍ରାରମ୍ଭିକ ଦାବି ପତ୍ର ରଖିପାରେ। କିନ୍ତୁ ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶାକୁ ଖୁସି କରିବା ଭଳି କିଛି ଗୋଟିଏ ବଡ଼ ଘୋଷଣା କରିବା ଅସମ୍ଭବ ନୁହେଁ। ଯଦିଓ ପ୍ରାକୃତିକ ମୁକାବିଲା ବାବଦ ଅର୍ଥ ଓଡ଼ିଶାକୁ ପ୍ରଥମାର୍ଧ ପାଇଁ କେନ୍ଦ୍ର ଦେଇଛି, ତଥାପି କରୋନା ଯୋଗୁଁ ସେଥିରୁ ମାତ୍ରାଧିକ ଖର୍ଚ୍ଚ ହୋଇଛି। ଏଣୁ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି।

ପୂର୍ବରୁ ମନରେଗା ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ କରୋନା ବେଳେ ପ୍ରଧାନମନ୍ତ୍ରୀ ରାଜ୍ୟକୁ ସହାୟତା ଦେଇଛନ୍ତି। ଏବେ ଅମ୍ଫାନ୍ ବିପର୍ଯ୍ୟୟରେ ବଡ଼ ସହାୟତା ମିଳିପାରେ ବୋଲି ଆଶା କରାଯାଉଛି। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ (ଦୁଇ ବର୍ଷ ମଧ୍ୟରେ ଦୁଇଟି ନିର୍ବାଚନ) ଥିବା କାରଣରୁ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଉପରେ ସମସ୍ତଙ୍କ ନଜର ରହିବ। ଅନ୍ୟଥା ସେତେବେଳେ ବିଜେଡି ସୁଯୋଗ ଦେଖି ବିଜେପିକୁ ଖୁଣ୍ଟା ଦେବାକୁ ଭୁଲିବ ନାହିଁ।

Leave A Reply

Your email address will not be published.