ପ୍ରମୁଖ ଖବର

ସାମୁଦ୍ରିକ ଭିତ୍ତିଭୂମି ବିକାଶର ନୂଆ ରୋଡମ୍ୟାପ୍ ଦେଲେ ମୁଖ୍ୟମନ୍ତ୍ରୀ
ଆଗାମୀ କିଛି ବର୍ଷରେ ଦେଶର ଅଗ୍ରଣୀ ଔଦ୍ୟୋଗିକ ହବ୍ ପାଲଟିବ ପାରାଦୀପ
ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରୁଛି ବୋଇତ ବନ୍ଦାଣ ପରମ୍ପରା
ପୀତବାସ ପଣ୍ଡାଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ପରଲୋକ
ପୂର୍ବ ଏସିଆର ଗେଟ୍‌-ୱେ ଭାବେ ଓଡ଼ିଶାର ପରିଚୟ ସୁଦୃଢ଼ ହେଉଛି
ପାନୀୟ ଜଳର ମାନ ନେଇ ବିସଲେରି ଅଡୁଆରେ, FSSAI ନେଲା କାର୍ଯ୍ୟାନୁଷ୍ଠାନ
ଆୟୁଷ୍ମାନ ଯୋଜନାରେ ଅଢ଼େଇ ବର୍ଷରେ ୨୫ ଲକ୍ଷରୁ ଅଧିକ ରୋଗୀଙ୍କୁ ଚିକିତ୍ସା
ଏସିଆରେ ତୃତୀୟ ସ୍ଥାନରେ ଭାରତ, ମୋଦିଙ୍କୁ ନେଇ ରିପୋର୍ଟରେ ଉଲ୍ଲେଖ

ଓଡ଼ିଶାକୁ ମିଳିବ ଆଉ ୪୦୦ ଇ-ବସ୍‌, ୫ ସହରରେ ଗଡ଼ିବ

0

ଭୁବନେଶ୍ବର: ରାଜ୍ୟର ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ ଆହୁରି ଆଧୁନିକ ଓ ପରିବେଶ ଅନୁକୂଳ କରିବା ଲକ୍ଷ୍ୟରେ ଓଡ଼ିଶାକୁ ମିଳିବ ଆଉ ୪୦୦ଟି ଇଲେକ୍ଟ୍ରିକ୍‌ ବସ୍‌। ‘ପିଏମ୍‌ ଇ-ବସ୍‌ ସେବା’ ଯୋଜନାରେ ଏହି ବସ୍‌ଗୁଡ଼ିକ ରାଜ୍ୟର ପାଞ୍ଚଟି ପ୍ରମୁଖ ସହରରେ ଚଳାଚଳ କରିବ। ଗୁରୁବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଏହି ବସ୍‌ଗୁଡ଼ିକ ଚଳାଚଳ କରିବ। ରାଉରକେଲା ଓ ସମ୍ବଲପୁରରେ ୨୦୨୭ ମସିହାରେ ଇ-ବସ୍‌ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରହିଛି। ସେହିପରି ବ୍ରହ୍ମପୁରରେ ନଭେମ୍ବର ୨୦୨୭ ସୁଦ୍ଧା ଏହି ସେବା ଆରମ୍ଭ ହେବ।

ଏହାବ୍ୟତୀତ ବାଲେଶ୍ୱର ସହରରେ ଗୋଟିଏ ଡିପୋରୁ ୬ଟି ନିର୍ଦ୍ଧାରିତ ରୁଟ୍‌ରେ ୩୫ଟି ଇଲେକ୍ଟ୍ରିକ୍‌ ବସ୍‌ ଚଳାଚଳ କରିବାର ଯୋଜନା ରହିଛି। କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ମାଧ୍ୟମରେ ସହରାଞ୍ଚଳରେ ସାର୍ବଜନୀନ ପରିବହନକୁ ସୁଦୃଢ଼ କରିବା ସହ ପ୍ରଦୂଷଣ ହ୍ରାସ ଓ ସ୍ୱଚ୍ଛ ଯାତାୟାତକୁ ପ୍ରୋତ୍ସାହନ ଦେବା ଏହି ପଦକ୍ଷେପର ଉଦ୍ଦେଶ୍ୟ।

Leave A Reply

Your email address will not be published.