ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୩୦ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ। ଲୋକସଭାର ଏହି ଅଧିବେଶନ ଡିସେମ୍ବର ୩ ତାରିଖ ଯାଏ ଚାଲିବ। ସେହିପରି ଡିସେମ୍ବର ୨ରୁ ରାଜ୍ୟସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇ ୩ ତାରିଖରେ ଶେଷ ହେବ। ଏନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକ୍ରିଷ୍ଣନଙ୍କୁ ଅନୁରୋଧ କରାଯାଇଥିବା ଗୁରୁବାର ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ।
ଶ୍ରୀ ରିଜିଜୁଙ୍କ ସୂଚନା ଅନୁସାରେ, ଲୋକସଭାରେ ଚାରି ଦିନ ଏବଂ ରାଜ୍ୟସଭାରେ ଦୁଇ ଦିନ ଧରି କାର୍ଯ୍ୟ ଚାଲିବ। ଏହି ଅଧିବେଶନରେ ସରକାର ଡିଲିମିଟେସନ୍ ବିଲ୍ ଆଣିବା ସହ ୨୦୨୯ ନିର୍ବାଚନରୁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଲାଗୁ କରିବା ସଂକ୍ରାନ୍ତ ସମ୍ବିଧାନ ସଂଶୋଧନ ବିଲ୍ ଉପସ୍ଥାପନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ନିୟମ ଅନୁଯାୟୀ ତିନି ଦିନ ପୂର୍ବରୁ ନୋଟିସ୍ ଜାରି କରିବାକୁ ପଡ଼ିଥାଏ। ତେଣୁ ଏହି ଅଧିବେଶନକୁ ନେଇ ରାଜନୈତିକ ଓ ସଂସଦୀୟ ମହଲରେ ଚର୍ଚ୍ଚା ଜୋର ଧରିଛି।