ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ନବୀନଙ୍କ ରାଜନୀତି କାର୍ଡ ଆଜି ବି ସମସ୍ତଙ୍କ ପାଇଁ ଅବୁଝା

0
  • ଗୁରୁବାର ପଶ୍ଚିମବଙ୍ଗ କ୍ଷୟକ୍ଷତି ନେଇ ଦୁଃଖ ପ୍ରକାଶ କରିଥିଲେ ନବୀନ
  • ପଶ୍ଚିମବଙ୍ଗ ଲୋକଙ୍କ ସହିତ ଓଡ଼ିଶାବାସୀ ଅଛନ୍ତି ବୋଲି ଜଣାଇଥିଲେ
  • ଶୁକ୍ରବାର ମମତାଙ୍କ ସହିତ କଥା ହୋଇ ସିଧାସଳଖ ସହଯୋଗ କଥା ଜଣାଇଲେ
  • ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନବୀନଙ୍କ ସକ୍ରିୟତା ନେଇ ରାଜନୀତିରେ କମ୍ପନ

ଭୁବନେଶ୍ବର: ମହାବାତ୍ୟା ଅମ୍ଫାନ୍ ଓଡ଼ିଶା ରାଜନୀତିର ଗଣିତ ବଦଳାଇ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାତ୍ର ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ ସଂପର୍କରେ ଦୁଇ ଦୁଇଟି ବଡ଼ ପଦକ୍ଷେପ ନେବା ଘଟଣା ରାଜନୈତିକ ମହଲରେ ଆଲୋଚନାର ବିଷୟ ହେଲାଣି। ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତଙ୍କ ଦୁର୍ଦଶା ଆକାଶ ମାର୍ଗରୁ ଦେଖିବା ପରେ ବିଚଳିତ ହୋଇପଡିଥିଲେ। କ୍ଷୟକ୍ଷତି ନିର୍ଧାରଣ ସଂକ୍ରାନ୍ତରେ ତତ୍କାଳ ପଦକ୍ଷେପ ନେଇଥିଲେ।

କେବଳ ସେତିକି ନୁହେଁ, ପଶ୍ଚିମବଙ୍ଗରେ ବାତ୍ୟା କ୍ଷତିଗ୍ରସ୍ତଙ୍କ ଦୁର୍ଦଶା ନେଇ ଚିନ୍ତାବ୍ୟକ୍ତ କରିବା ସହିତ ପଶ୍ଚିମବଙ୍ଗ ଲୋକଙ୍କ ସହିତ ଓଡ଼ିଶାବାସୀ ରହିଛନ୍ତି ବୋଲି କହିଥିଲେ। ଏଥିସହିତ ମୁଖ୍ୟସଚିବଙ୍କୁ ନିର୍ଦେଶ ଦେଇଥିଲେ ଯେ ପଶ୍ଚିମବଙ୍ଗ ମୁଖ୍ୟସଚିବଙ୍କ ସହିତ ଯୋଗାଯୋଗରେ ରୁହ। ଆବଶ୍ୟକ ସହାୟତା ପ୍ରଦାନ କରିବା ଲାଗି ପଦକ୍ଷେପ ନିଅ।ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ସମସ୍ତଙ୍କୁ ଚକିତ କରିଥିଲା।

ଏହାର ୧୨ ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆଲୋଚନା କରିଛନ୍ତି। ପଶ୍ଚିମବଙ୍ଗ କ୍ଷତି ଲାଗି ଦୁଃଖ ପ୍ରକାଶ କରିବା ସହିତ ଆବଶ୍ୟକ ସହଯୋଗ ଓଡ଼ିଶା କରିବ ବୋଲି ଜଣାଇଛନ୍ତି। ଏହି ଅବସରରେ ପଶ୍ଚିମବଙ୍ଗ କ୍ଷୟକ୍ଷତି ସଂପର୍କରେ ନବୀନ ଜାଣିବାକୁ ଚାହିଁଥିଲେ।

ଗୋଟିଏ ମହଲ ଏହି ଘଟଣାକୁ ନେଇ ପଡ଼ୋଶୀ ରାଜ୍ୟ ହିସାବରେ ନବୀନଙ୍କ ଦାୟିତ୍ବ ଓ କର୍ତ୍ତବ୍ୟବୋଧକୁ ପ୍ରଶଂସା କରିଛନ୍ତି। ବାତ୍ୟାର ଦୁଃଖ ଓ କଷ୍ଟ ଓଡ଼ିଶା ଅଙ୍ଗେ ନିଭାଇଥିବା କାରଣରୁ ନବୀନ ଆଜି ମମତାଙ୍କ ସହିତ ସମଦୁଃଖୀ ବୋଲି ମତ ରଖି ଏହି ମହଲ କହୁଛନ୍ତି ଯେ ମାନବିକତା ନବୀନଙ୍କ ଠାରୁ ଶିଖିବାକୁ ହେବ।

ଆଉ ଗୋଟିଏ ମହଲ ଏଥିରୁ ମଧ୍ୟ ରାଜନୀତିର ଗନ୍ଧ ବାରିଛନ୍ତି। ଏହି ମହଲର କହିବା କଥା ହେଉଛି, ରାଜନୀତିରେ ଅସଲ ଖେଳୁଆଡ ଭାବେ ନବୀନ ଗତ ଦିନରେ ନିଜକୁ ସାବ୍ୟସ୍ତ କରିଛନ୍ତି। ଆଜି ବି ସେ ସୂଚାଇ ଦେଇଛନ୍ତି ଯେ ତାଙ୍କ ଗୋଟି ଚାଳନା ସମସ୍ତଙ୍କୁ ଶୀର୍ଷରେ। କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ସଂପର୍କ ନେଇ ଭଲଭାବେ ଅବଗତ ଥିବା ନବୀନ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ପୂର୍ବରୁ ମମତାଙ୍କ ସଂପର୍କରେ ଦୁଇଟି ବଡ଼ କଥା କରିବା ଘଟଣାକୁ ସହଜରେ ନେଇ ହେଉନାହିଁ।

ପୂର୍ବରୁ ପୂର୍ବାଞ୍ଚଳ ବୈଠକରେ ମଧ୍ୟ ଅମିତ ଶାହଙ୍କ ଉପସ୍ଥିତିରେ ବି ନବୀନ ମମତାଙ୍କୁ ନିଜ ଘରକୁ ମଧ୍ୟାହ୍ନ ଭୋଜନ ଲାଗି ଡାକିଥିଲେ। ସେହିଦିନ ବୈଠକରେ ମମତା କେନ୍ଦ୍ର ସରକାରଙ୍କୁ କଠୋର ସମାଲୋଚନା କରିଥିଲେ ହେଁ, ଏକା ନବୀନ ମମତା ଓ ଶାହଙ୍କୁ ଏକାଠି ଗୋଟିଏ ଟେବୁଲରେ ଖୁଆଇବା ଘଟଣା ଜାତୀୟ ରାଜନୀତିରେ ବି ଚର୍ଚ୍ଚାର ବିଷୟ ହୋଇଥିଲା। ନବୀନଙ୍କର ଏହି ଗୋଟିଏ ଘଟଣା ସୂଚାଇ ଦେଇଛି ଯେ କେନ୍ଦ୍ର ସରକାରଙ୍କୁ ସବୁ କଥାରେ ସମର୍ଥନ କରାଯାଉଥିବା ଅର୍ଥ ନୁହେଁ ଯେ କେନ୍ଦ୍ର ସରକାରରେ ବିଜେଡି ସାମିଲ ରହିଛି। ବିଜେଡି ପୂର୍ବରୁ ଯେମିତି ଲୋକଙ୍କ ଭାବନା ସହିତ ଥିଲା ଓ ସ୍ବତନ୍ତ୍ର ଭାବେ ନିଷ୍ପତ୍ତି ନେଉଥିଲା, ଏବେ ବି ସେହି ନିଷ୍ପତ୍ତି ନେବାର ସାମର୍ଥ୍ୟ ରଖିଛି। ଏବେ ଦେଖିବାକୁ ପଡ଼ିବ କେନ୍ଦ୍ର ସରକାର ଏହାକୁ କେଉଁ ଦୃଷ୍ଟିକୋଣରେ ବିଚାର କରୁଛନ୍ତି।

Leave A Reply

Your email address will not be published.