ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

ରଣନୀତି ବଦଳାଇଲା କି ବିଜେପି

0

ନିର୍ବାଚନମଣ୍ଡଳୀସ୍ତରରରୁ ଆକ୍ରମଣ ନିଷ୍ପତ୍ତି!
ମାହାଙ୍ଗାରୁ ଆସି ଭୁବନେଶ୍ବର ଯାଏ ଲମ୍ବିଲାଣି
ଉଭୟ ଦଳର ମଧୁଚନ୍ଦ୍ରିକାରେ ଅନ୍ତଃ ଘଟିପାରେ

ଭୁବନେଶ୍ବର: ବିଜେପି-ବିଜେଡ଼ି ଭିତରେ ଚାଲିଥିବା ମଧୁଚନ୍ଦ୍ରିକାର ଅନ୍ତଃ ଘଟିବାକୁ ଯାଉଛି। ଉଭୟ ପରସ୍ପରକୁ ଛକିବା ଆରମ୍ଭ କଲେଣି। ପରସ୍ପରକୁ ନୀଚ୍ଚା ଦେଖାଇବା ଲାଗି ମଧ୍ୟ ଚାପ କୌଶଳ ପ୍ରୟୋଗ କରିବା ଆରମ୍ଭ କରିଛନ୍ତି। ଏସବୁ ଭିତରେ ଆଜି ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଜେଡି ବିଧାୟକଙ୍କ ବିରୋଧରେ ବିଜେପି ରାଜରାସ୍ତାକୁ ଓହ୍ଲାଇଛି।
ବାଘମାରୀ ଅଞ୍ଚଳର ଜଣେ ମହିଳାଙ୍କୁ ଅସଦାଚରଣ ଘଟଣାରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ନେତାମାନେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ନିକଟରେ ବିକ୍ଷୋଭ କରିଛନ୍ତି। ବିଜେପି କର୍ମୀ ପ୍ଲା- କାର୍ଡ ଧରି ବିଧାୟକଙ୍କୁ ଗିରଫ କରିବା ଲାଗି ଦାବି କରିଥିଲେ।

କଥା କେବଳ ସେତିକିରେ ଅଟକିନଥିଲା, ଅତୀତରେ ଅନନ୍ତଙ୍କୁ ନେଇ ଯେତେ କେଳେଙ୍କାରୀ ଥିଲା, ସେସବୁକୁ ମଧ୍ୟ ବିଜେପି ନେତାମାନେ ଆଜି ମନେ ପକାଇ ଦେଇଛନ୍ତି। ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ବାବୁ ସିଂ, ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।

ଖୋଲାଖୋଲି ଭାବେ ଦଳ କୌଣସି ଘୋଷଣା କରିନଥିଲେ ହେଁ ଏହି ଘଟଣା ଭିନ୍ନ ସଙ୍କେତ ଦେଇଛି। ରାଜ୍ୟସ୍ତରରେ ସରକାରଙ୍କୁ ଖୋଲା ଆକ୍ରମଣ କରିବା କ୍ଷେତ୍ରରେ ସଂଯମ ଆଚରଣ କରୁଥିବା ବିଜେପି ନିର୍ବାଚନମଣ୍ଡଳୀସ୍ତରରୁ ବିଜେଡିକୁ ଘେରିଲାଣି। ଏ ନେଇ ପୂର୍ବରୁ ଅନୁମତି ମିଳିଥିବା କଥା କୁହାଯାଉଥିଲା। ତାହାର କାର୍ଯ୍ୟାନ୍ବୟନ ଆରମ୍ଭ ହୋଇଗଲାଣି। ଏବେ ଅନ୍ୟସବୁ ନିର୍ବାଚନମଣ୍ଡଳୀସ୍ତରରେ ମଧ୍ୟ ଉଭୟ ଦଳ ନେତା ମୁହାଁମୁହିଁ ହୋଇପାରନ୍ତି।

ଏହା ପୂର୍ବରୁ ପ୍ରବାସୀ ଶ୍ରମିକଙ୍କ େଫରିବା ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କ ସମେତ ବିଜେପି ନେତାମାନେ ସରକାରଙ୍କୁ ବିବାଦରେ ଛନ୍ଦିବା ଲାଗି ଉଦ୍ୟମ କରିଥିଲେ। ଗୋପାଳପୁର ବିଧାୟକଙ୍କ ଚିଠି ପ୍ରସଙ୍ଗରେ ବିଜେପି ନେତା ଭ୍ରୁଗୁ ବକ୍ସିପାତ୍ର ଟ୍ବିଟ୍ କରି ସମାଲୋଚନା କରିଥିଲେ। ତେବେ ଚାଉଳ, କିରାସିନି କେଳେଙ୍କାରୀ ନେଇ ମାହାଙ୍ଗାରୁ ଶାରଦା ପ୍ରଧାନ ବଡ଼ ଅଭିଯାନ ଆରମ୍ଭ କରିଥିଲେ।

Leave A Reply

Your email address will not be published.