ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଏବେ ବସ, ଅଟୋ, ଟ୍ୟାକ୍ସି ଚଳାଚଳ କରିବ

0

ଆସନ୍ତାକାଲି ଠାରୁ ବିମାନ ଚଳାଚଳ ଆରମ୍ଭ ହେବ।

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଲକଡାଉନ୍ ୪ରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲିଠାରୁ ଆନ୍ତଃଜିଲ୍ଲା ବସ ଓ ସିଟି ବସ ଚଳାଚଳକୁ ହଁ କରିଛନ୍ତି। ସେହିଭଳି ଓଲା, ଉବେର ଓ ଅଟୋ ଯାତାୟତକୁ ବି ସରକାର ସର୍ତ ମୂଳକ ଅନୁମତି ଦେଇଛନ୍ତି। ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଘରୋଇ ବସମାନେ ଯେତିକି ସିଟ୍, ସେତିକି ଯାତ୍ରୀଙ୍କୁ ନେଇ ଯାତାୟତ କରିବେ। ଘରୋଇ ସିଟି ବସ ଚଳାଚଳ ପାଇଁ ମଧ୍ୟ ଅନୁରୂପ ନିର୍ଦେଶ ଦିଆଯାଇଛି। ଯାତ୍ରୀଙ୍କୁ କେହି ଠିଆ କରି ନେଇପାରିବେ ନାହିଁ। ଅନ୍ୟପକ୍ଷରେ ଟ୍ୟାକ୍ସି ଚଳାଚଳ କ୍ଷେତ୍ରରେ ଡ୍ରାଇଭର ଓ ଅନ୍ୟ ଦୁଇଜଣ ମାତ୍ର ଯାଇପାରିବେ। ଘରୋଇ କାର ଓ ଅଟୋ କ୍ଷେତ୍ରରେ ଏହି ନିର୍ଦେଶନାମା ପାଳନ ହେବ। ତେବେ ସମସ୍ତଙ୍କ ପାଇଁ ମାସ୍କ ବ୍ୟବହାରକୁ ବାଧ୍ୟତାମୂୁଳକ କରାଯାଇଛି ଓ ସାଙ୍ଗରେ ସାନିଟାଇଜର ନେଇ ଗଲେ ଭଲ ବୋଲି ସରକାର କହିଛନ୍ତି। ଉଲା ଓ ଉବେରକୁ ୨୪ ଘଣ୍ଟିଆ ଅନୁମତି ଦେଇଛନ୍ତି। ୧୨ ଘଣ୍ଟିଆ କର୍ଫ୍ୟୁ ସମୟରେ ବି ଏମାନଙ୍କୁ ଅନୁମତି ମିଳିଛି। ପୁଲିସ ଓ ଆରଟିଓ ଯାନବାହାନ ଉପରେ ତୀକ୍ଷ୍ମ ନଜର ରଖିବେ ବୋଲି କୁହାଯାଇଛି। ଏହାକୁ ନ ମାନିଲେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଏସଆରସି କହିଛନ୍ତି।

ଆସନ୍ତାକାଲି ଠାରୁ ରାଜ୍ୟରେ ବିମାନ ଚଳାଚଳ ମଧ୍ୟ ସ୍ବାଭାବିକ ହେବ। ଝାରସୁଗୁଡା ଓ ଭୁବନେଶ୍ବର ବିମାନ ବନ୍ଦରରୁ ବିମାନ ଚଳାଚଳ କରିବ।

Leave A Reply

Your email address will not be published.