ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ନବୀନ ତଥାପି ପ୍ରଭାବଶାଳୀ

0
  • ପଞ୍ଚମ ପାଳିର ଆଜି ପ୍ରଥମ ବର୍ଷ ଶେଷ, ପାଞ୍ଚ ବିପର୍ଯ୍ୟୟ, ପାଞ୍ଚ ପରିବର୍ତନ ଅସ୍ତ୍ର
  • ରାଜନୀତିରେ ଏବେ ବି ଚକ୍ରବର୍ତୀ ସମ୍ରାଟ, ବିରୋଧୀ ନିଷ୍ପ୍ର୍ପଭ, ଦଳୀୟ ନେତାଙ୍କ ଅବଦାନ ନାହିଁ
  • ପ୍ରଭାବୀ ହୋଇପାରିଲାନି ନବୀନଙ୍କ ମନ୍ତ୍ରିମଣ୍ଡଳ, ପ୍ରଶାସନରେ ପରିବର୍ତନ ଦେଖିଲା ରାଜ୍ୟ
  • ସାମ୍ନାjs ପାଣ୍ଡିଆନ; ମୁଖ୍ୟସଚିବ, ଉନ୍ନୟନ କମିସନର, ତୃତୀୟ ମହଲାରୁ ଟିମଵାର୍କର ସଙ୍କେତ

ଭୁବନେଶ୍ବର: ଭୀଷଣ ରୂପ ଧାରଣ କରି ବାତ୍ୟା ଫନି ପୁରୀ ଓ ରାଜଧାନୀ ସମେତ ଅନେକ ଜିଲ୍ଲାକୁ ବିପର୍ଯ୍ୟସ୍ତ କଲା। ବାତ୍ୟା ବୁଲବୁଲ୍, ଅମ୍ଫାନ୍ ବି ଯଥେଷ୍ଟ କ୍ଷତି ପହଞ୍ଚାଇଛି ରାଜ୍ୟରେ। କରୋନା ମହାମାରୀ ଏବେ ପୂରା ରାଜ୍ୟରେ ଲୋକଙ୍କ ନିଦ ହଜାଇ ଦେଇଛି। ଏସବୁକୁ ବଳି ଗଲାଣି ଅର୍ଥନୀତିର ବିପର୍ଯ୍ୟୟ। ୨୦୧୯ ମେ ୨୯ ତାରିଖରୁ ୨୦୨୦ ମେ ୨୮ ତାରିଖ ମଧ୍ୟରେ ଏଭଳି ପାଞ୍ଚଟି ଭୟାନକ ବିପର୍ଯ୍ୟୟକୁ ସାମ୍ନା କରିଛି ଓଡ଼ିଶା। ଏହି ବର୍ଷକ ଭିତରେ ରାଜ୍ୟ ସରକାର ଓଡ଼଼ିଶାରେ ପରିବର୍ତନ ଆଣିବା ପାଇଁ ୫ଟି ବିଚାରର ଆଶ୍ରୟ ବି ନେଇଛନ୍ତି। ମୋ ସରକାର, ୫ଟି, ମୋ ପରିବାର, ସ୍ବାସ୍ଥ୍ୟ ଓ ବିଭିନ୍ନ ଧର୍ମାନୁଷ୍ଠାନର ବିକାଶ ପାଇଁ ଠୋସ୍ ଯୋଜନା ପ୍ରସ୍ତୁତ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନର ପଞ୍ଚମ ପାଳିର ଆଜି ପ୍ରଥମ ବର୍ଷପୂର୍ତି। ଗତବର୍ଷ ୨୯ ତାରିଖରେ ନବୀନ ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ଏହି ବର୍ଷକ ମଧ୍ୟରେ ୫ଟି ବିପର୍ଯ୍ୟୟକୁ ସାମ୍ନା କରିବା ପରେ ବି ନବୀନ ହାରିଯାଇନାହାନ୍ତି। ବରଂ ସରକାରରେ ପରିବର୍ତନ ଆଣିବା ଲାଗି ୫ଟି ଛାଟ ବାଜିଛି। ମୋ ସରକାର କାର୍ଯ୍ୟକ୍ରମରେ ନିଜେ ମୁଖ୍ୟମନ୍ତ୍ରୀ ବ୍ୟବସ୍ଥାକୁ ଓଡ଼ିଶାବାସୀଙ୍କ ନିକଟରେ ଉତ୍ତରଦାୟୀ କରିବା ଲାଗି ରାସ୍ତା ଖୋଲିଛନ୍ତି। ପୁଲିସ ବ୍ୟବସ୍ଥାରେ ଏହା ଅନେକ ପରିବର୍ତନ ଲାଗି ସୁଯୋଗ ସୃଷ୍ଟି କରିଛି। କଟକ ବଡ଼ ମେଡିକାଲକୁ ବିଶ୍ବସ୍ତରୀୟ ଏମ୍ସ ପ୍ଲସ କରିବା ଲାଗି ସରକାରୀ ଉଦ୍ୟମ ଆରମ୍ଭ ହୋଇଛି। ମଣିଷର ଆସ୍ଥା ଓ ବିଶ୍ବାସ ଯୋଡି଼ ହୋଇଥିବା ଧାର୍ମିକ ଅନୁଷ୍ଠାନ ପ୍ରଥମଥର ପାଇଁ ସରକାରୀ ପ୍ରାଥମିକତା ବଳୟ ଭିତରେ ପଶିଛି। ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବିକାଶ ଠାରୁ ଆରମ୍ଭ କରି ଶ୍ରୀ ଲିଙ୍ଗରାଜ,ତାରାତାରିଣୀ ମନ୍ଦିର ଆଦିର ବିକାଶର ନକ୍ସା ପ୍ରସ୍ତୁତ କରି ସରକାର ଏସବୁର ନବକଳେବର କରିବା ଲାଗି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

ଅବଶ୍ୟ ବିପର୍ଯ୍ୟୟ ସରକାରଙ୍କର ଏଭଳି ବିକାଶ ରାସ୍ତାର ବାଟ ଓଗାଳିଛି। କିନ୍ତୁ ଟିକିଏ ସୁଧାର ଆସିବା ମାତ୍ରେ ନବୀନ ଆସନ୍ତାକାଲି ଅର୍ଥାତ୍ ୨୯ ତାରିଖରୁ ପୁଣି ଥରେ ବିକାଶ ରାସ୍ତାରେ ପାଦ ଥୋଇ ଆଗକୁ ବଢ଼ିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ଆସନ୍ତାକାଲି ଠାରୁ ପୁରୀ ଓ ଭୁବନେଶ୍ବର ମନ୍ଦିରର ବିକାଶ କାର୍ଯ୍ୟ ପୁଣି ଆରମ୍ଭ ହେବ। ଏହା ସୂଚାଉଛି, ସରକାର ପ୍ରଥମ ବର୍ଷ ନେଇଥିବା ସଂକଳ୍ପର ଶତ ପ୍ରତିଶତ କାର୍ଯ୍ୟାନ୍ବୟନ ପାଇଁ ଉତ୍ସାହୀ ଅଛନ୍ତି। ସମାନ୍ତରାଳ ଭାବେ ନବୀନଙ୍କ ମୋ ସରକାର ଓ ୫ଟି କାର୍ଯ୍ୟକ୍ରମର ଶତ ପ୍ରତିଶତ କାର୍ଯ୍ୟାନ୍ବୟନ କ୍ଷେତ୍ରରେ ତାଙ୍କର ମନ୍ତ୍ରୀ ଓ ଏକାଧିକ ସଚିବ, ବରିଷ୍ଠ ଅଧିକାରୀ ଆଗ୍ରହ ରଖୁନାହାନ୍ତି।

ରାଜନୈତିକ କ୍ଷେତ୍ରରେ ଏହି ବର୍ଷ ଅନେକ ଗୁରୁତ୍ବ ରଖୁଛି। କେନ୍ଦ୍ର ସହିତ ସଂପର୍କରେ ସୁଧାରି ଓଡ଼ିଶା ବିକଶିତ ରାଜ୍ୟ ପାଇଁ ଭିତ୍ତିଭୂମି ସୃଷ୍ଟି ଉଦ୍ୟମ କରିଛି। କିନ୍ତୁ ନବୀନଙ୍କ ମନ୍ତ୍ରିମଣ୍ଡଳ ପ୍ରଭାବୀ ହୋଇପାରିନାହିଁ। ହାତଗଣତି ଦୁଇ ଚାରିଜଣଙ୍କୁ ବାଦ୍ ଦେଲେ ଅନ୍ୟମାନେ ଆଦୌ ଉଲ୍ଲେଖନୀୟ ପ୍ରଦର୍ଶନ କରିପାରିନାହାନ୍ତି। ନବୀନଙ୍କର ତାଗିଦର ବି ବିଶେଷ ପ୍ରଭାବ ପଡିନି ସରକାରୀ ବ୍ୟବସ୍ଥା ଉପରେ। ହଁ, ଏବର୍ଷ ସବୁଠାରୁ ଉଲ୍ଲେଖନୀୟ କଥାଟି ହେଲା, ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତିକେୟନ୍ ପାଣ୍ଡିଆନଙ୍କୁ ୫ଟି ଦାୟିତ୍ବ ଦେବା ସହିତ ସବୁ ବିଭାଗର ତଦାରଖ ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଲଗାଇଛନ୍ତି। ଶ୍ରୀ ପାଣ୍ଡିଆନଙ୍କ ସକ୍ରିୟତା ଏ ଦିଗରେ ଯେତିକି ପ୍ରଭାବ ସାବ୍ୟସ୍ତ କରିଛି, ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟଶାସନ ସଚିବ ଓ ଉନ୍ନୟନ କମିସନରଙ୍କ ମଧ୍ୟରେ ସମନ୍ବୟ ତା ଠାରୁ ଅଧିକ ଫଳଦାୟୀ ହୋଇଛି।

ସରକାରୀ ଦଳର ବିଧାୟକ ଓ ନେତା ସରକାରଙ୍କ ପତିଆରା ବଢାଇବା କ୍ଷେତ୍ରରେ କିଛି ବି ଯୋଗଦାନ କରିନାହାନ୍ତି। ସରକାର ବି ଏମାନଙ୍କ ଉପରେ ଯଥେଷ୍ଟ କର୍ମ ନିର୍ଭରଶୀଳ ଅଛନ୍ତି। ଏହି ବର୍ଷକ ଭିତରେ ମୁଖ୍ୟମନ୍ତ୍ରୀ ଦୁଇଟି ଗୁରୁତ୍ବପୂର୍ଣ୍ଣ ଉପନିର୍ବାଚନ ସାମ୍ନା କରି ନିଜର ଲୋକପ୍ରିୟତାର ପ୍ରମାଣ ଦେଇଛନ୍ତି। ପ୍ରଥମଟି ବିଜେପୁର, ଯେଉଁଠାରେ ଭୋଟ ବ୍ୟବଧାନ ସର୍ବକାଳୀନ ରେକର୍ଡ ଏବଂ ଦ୍ବିତୀୟଟି ବିଜୟ ମହାପାତ୍ରଙ୍କୁ ପୁଣି ଥରେ ପରାସ୍ତ କରି ନବୀନ ନିଜର ପତିଆରା ସାବ୍ୟସ୍ତ କରିଛନ୍ତି।

ସରକାର ନିଜର ନିର୍ମଳ ଭାବମୂର୍ତିକୁ ଅକ୍ଷୂର୍ଣ୍ଣ ରଖିବାକୁ ଯାଇ ଡଜନେ ଡଜନେ ବରିଷ୍ଠ ପଦାଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ପୁଲିସ ମହାନିର୍ଦେଶକ ଦାୟିତ୍ବରେ ଥିବା ବେଳେ ବିଜୟ ଶର୍ମାଙ୍କ ଭଳି କ୍ଷମତାଶାଳୀ ବ୍ୟକ୍ତିଙ୍କୁ ବିଦା କରାଯାଇଛି। ପଦୋନ୍ନତି ଅଦାଲତ ଏକ ନୂଆ ଉଦ୍ୟମ। ଉଦ୍ୟାନ ବିଭାଗର ନିର୍ଦେଶକଙ୍କୁ ଦୁର୍ନୀତି ପାଇଁ ଜେଲ୍ ଯିବାକୁ ପଡ଼ିଛି। କେନ୍ଦ୍ର ସରକାର ଠାରୁ ବାରମ୍ବାର ପ୍ରଶଂସା ଗୋଟାଇଛି ରାଜ୍ୟ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକାଠି ନବୀନ ନିବାସରେ ବସାଇ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିବା ଠାରୁ ଆରମ୍ଭ କରିବା ଭଳି ଅନେକ ଉଦାହରଣ ରହିଛି। ନବୀନ ଏବେ ବି ପ୍ରଭାବଶାଳୀ, ଏକଥା ଏବେ ଗଣମାଧ୍ୟମ ପୃଷ୍ଠାରେ ସ୍ଥାନ ପାଇଛି।

Leave A Reply

Your email address will not be published.