ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଏବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ହେବନି

0

ଭୁବନେଶ୍ବର: ଜନସ୍ବାସ୍ଥ୍ୟ ଓ ନିରାପତ୍ତା ଦୃଷ୍ଟିରୁ ରଥଯାତ୍ରାକୁ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି। ଆଜି ଏ ସଂକ୍ରାନ୍ତରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ ଧାର୍ମିକ କାର୍ଯ୍ୟରେ ଜନଗହଳିକୁ ରୋକିବା କଷ୍ଟ। ଏଣୁ ରଥ ଯାତ୍ରାକୁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ। ଫଳରେ ଚଳିତବର୍ଷ ମହାପ୍ରଭୁ ଆଉ ବଡ଼ଦାଣ୍ଡକୁ ଓହ୍ଲାଇ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ। ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଏଏସ ବୋପନ୍ନା ଓ ଜଷ୍ଟିସ ହୃଷିକେଶ ରାୟଙ୍କ ତିନିଜଣିଆ ଖଣ୍ଡପୀଠ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ମାମଲାର ଶୁଣାଣି କରିଥିଲେ।

ସୁପ୍ରିମକୋର୍ଟଙ୍କ ଏଭଳି ନିର୍ଦେଶ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି। ଜୁନ୍ ୨୩ରେ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି କରାଯିବ, ଶ୍ରୀମନ୍ଦିର ଭିତରେ ରଥଯାତ୍ରା ପାଳନ ବେଳେ ନିର୍ଦିଷ୍ଟ କି କି ନୂଆ ବ୍ୟବସ୍ଥା କରିବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ନିବଦ୍ଧ ରହିଛି।

ଏମିତି ସମୟରେ ରାଜ୍ୟ ଆଜି ସନ୍ଧ୍ୟା ୭ଟା ୪୫ମିନିଟରେ ରାଜ୍ୟ କ୍ୟାବିନେଟର ସ୍ବତନ୍ତ୍ର ବୈଠକ ଡାକିଛନ୍ତି। ଏହି ବୈଠକରେ ଆଡଭୋକେଟ ଜେନେରାଲ, ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ, ଶ୍ରୀମନ୍ଦିର ପ୍ରଶାସକ ଉପସ୍ଥିତ ରହିବେ। ଏଠାରେ କିଛି ଗୋଟାଏ ବଡ଼ ନିଷ୍ପତ୍ତି ହେବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ।

ପୂର୍ବରୁ ରାଜ୍ୟ ସରକାର ଶ୍ରୀମନ୍ଦିର ଛାଡ଼ି ଅନ୍ୟ ସବୁ ସ୍ଥାନରେ ରଥଯାତ୍ରା ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇସାରିଥିଲେ। ଏ ସଂକ୍ରାନ୍ତ ନିର୍ଦେଶନାମା ଜାରି ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଔପଚାରିକତା ରକ୍ଷା କରିବାକୁ ଯାଇ ଯେଉଁ ଅନୁମତି ସରକାରଙ୍କ ଠାରୁ ମାଗିଥିଲେ, ତାହା ଉପରେ କୌଣସି ନିଷ୍ପତ୍ତି ରାଜ୍ୟ ସରକାର ଶୁଣାଇନଥିଲେ।

Leave A Reply

Your email address will not be published.