ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କରୋନାର ବିପଜ୍ଜନକ ଦିଗ ସାମ୍ନାକୁ ଆସିଲା

0
  • ଆଦୌ ରୋଗ ନଥାଇ କରୋନା ମୃତ୍ୟୁ ବଢ଼ୁଛି
  • ଅଧାରୁ ଅଧିକ ବୟସ୍କ ଲୋକଙ୍କର ମୃତ୍ୟୁ ହୋଇଛି
  • ଏକ ତୃତୀୟାଂଶ ମୁଖ୍ୟ ରୋଜଗାର ବୟସରେ ପ୍ରାଣ ହରାଇଲେ
  • ଓଡ଼ିଶାରେ ପୁଣି ୪୯୫ ସଂକ୍ରମିତ, ୫ଜଣଙ୍କର ମୃତ୍ୟୁ
  • ଗଞ୍ଜାମର ଦୁଇ ଯୁବକଙ୍କର କୌଣସି ରୋଗ ନଥିଲା

ଭୁବନେଶ୍ବର: ଯାହା ଆଶଙ୍କା କରାଯାଇଥିଲା, ତାହା ଏବେ ବାସ୍ତବ ରୂପ ନେବାକୁ ଯାଉଛି। କରୋନା ଏବେ ଧୀରେ ଧୀରେ ଭୟଙ୍କର ରୂପ ଧାରଣ କଲାଣି। ଆଜିର ସରକାରୀ ପରିସଂଖ୍ୟାନ ଏହାର ଭୟାବହତା ସଂପର୍କରେ ଯଥେଷ୍ଟ ସଙ୍କେତ ଦେଉଛି। ଶୁକ୍ରବାର ପରୀକ୍ଷା ହୋଇଥିବା ୫୫୬୭ ନମୁନା ମଧ୍ୟରୁ ୪୯୫ଜଣଙ୍କ ଠାରେ କରୋନା ଠାବ କରାଯାଇଛି। ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧ରେ ପହଞ୍ଚିଛି।

ଅନ୍ୟପକ୍ଷରେ ଆହୁରି ସଙ୍ଗିନ୍ ପ୍ରସଙ୍ଗଟି ହେଲା, କରୋନାରେ ଆଜି ବି ୫ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମର ୩ଜଣ ଓ ଖୋର୍ଧାର ଦୁଇଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଛି। ଭୁବନେଶ୍ବରରେ ଯେଉଁ ଦୁଇଜଣଙ୍କର ମୃତ୍ୟୁ ହୋଇଛି, ସେମାନଙ୍କ ମଧ୍ୟରୁ ଜଣେ ୫୧ବର୍ଷର ବ୍ୟକ୍ତି ଯିଏ କି ଯକ୍ଷ୍ମାରେ ପୀଡ଼ିତ ଥିଲେ। ଏବଂ ଅନ୍ୟ ଜଣେ ୬୧ ବର୍ଷ ବୟସ୍କ ବ୍ୟକ୍ତି। ସେ ମଧୁମେହ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ। ତେବେ ବ୍ରହ୍ମପୁରରେ ଯେଉଁ ତିନି ଜଣଙ୍କର ମୃତ୍ୟୁ ହୋଇଛି, ସେମାନଙ୍କର ବୟସ ଯଥାକ୍ରମେ ୫୦, ୨୭ ଓ ୩୫ ବର୍ଷ। ୫୦ ବର୍ଷର ବ୍ୟକ୍ତିଙ୍କ ଠାରେ କେବଳ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗ ଥିଲା।

ଅନ୍ୟପକ୍ଷରେ ଏ କ୍ଷେତ୍ରରେ ଜୀତୀୟସ୍ତରର ଏକ ପରିସଂଖ୍ୟାନ ଚମକାଇ ଦେବା ଭଳି। ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭିଲାନ୍ସ ପୋଗ୍ରାମ ଆନାଲିସିସ୍ ଜୁଲାଇ ୨ ତାରିଖ ସୁଦ୍ଧା ଦେଶରେ କୋଭିଡ କାରଣରୁ ମୃତ୍ୟୁ ବରଣ କରିଥିବା ୧୫ ହଜାର ୯୬୨ଙ୍କୁ ନେଇ ବିଶ୍ଲେଷଣ କରିଛି। ଯଦିଓ ସେତେବେଳକୁ ମୃତ୍ୟୁ ସଂଖ୍ୟା ୧୭ ହଜାର ୮୩୪ ଛୁଇଁଥିଲା। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏ ସଂକ୍ରାନ୍ତ ଅନୁଶୀଳନରୁ ସୂଚନା ମିଳୁଛି ଯେ ମାତ୍ର ୦.୫୪%ଙ୍କର ମୃତକଙ୍କର ବୟସ ୧୪ବର୍ଷ ବା ତା ଠାରୁ କମ୍। ହେଲେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଅଧାରୁ ବେଶୀ। ୬୦ରୁ ୭୪ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ସଂଖ୍ୟା ୩୯.୦୨ % । ସେହିଭଳି ୭୫ ବର୍ଷ ବା ତା ଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ୧୨.୮୮ % ।

ସେହିପରି କର୍ମପ୍ରବଣ ବା ଜୀବନର ରୋଜଗାର କରିବାର ତିରୋଟ ସମୟରେ ଏକ ତୃତୀୟାଂଶ ଲୋକଙ୍କର ପ୍ରାଣହାନି ଘଟିଛି। ୪୫ରୁ ୫୯ ବର୍ଷ ବୟସ୍କ ୩୨.୭୯ % ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ୪୪ ବର୍ଷ ମଧ୍ୟରେ ୧୦.୮୨ % ପ୍ରାଣ ହରାଇଛନ୍ତି। ୧୫ରୁ ୨୯ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଏ କ୍ଷେତ୍ରରେ ୨.୬୪ % ରହିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଯେତେବେଳେ ଦେଶରେ ମୃତ୍ୟୁ ସଂଖ୍ୟା ୩୪୩୫ ଥିଲା ସେତେବେଳେ କରୋନା ଛାଡ଼ି ଏକାଧିକ ଅନ୍ୟରୋଗରେ ଥାଇ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା ୭୩ % । ହେଲେ ଏବେ କିନ୍ତୁ ୪୩ % ଲୋକଙ୍କର କୋଭିଡ଼ରେ ମୃତ୍ୟୁ ଘଟୁଛି, ଯେଉଁମାନେ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ନାହାନ୍ତି। ଏଇ ଯେମିତି ଆଜି ଗଞ୍ଜାମରେ ୨୭ ଓ ୩୫ ବର୍ଷ ବୟସର ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ଏଣୁ ଯେ କୌଣସି ସୁସ୍ଥ ଲୋକ ବି କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ପର୍ଯ୍ୟନ୍ତ ଟାଣି ହୋଇଯିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ରିପୋର୍ଟ ମୁତାବକ, ଯେଉଁମାନେ ଡାଇବେଟିସ୍, ଉଚ୍ଚ ରକ୍ତଚାପ, ମେଦ ବହୁଳତା, ହୃଦଘାତ, କ୍ୟାନସର ବା ନିଶ୍ବାସ ପ୍ରଶ୍ବାସ ଜନିତ କୌଣସି ରୋଗରେ ଆକ୍ରାନ୍ତ ଅଛନ୍ତି, ସେମାନଙ୍କ କ୍ଷେତ୍ରରେ କରୋନା ଏବେ ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇଛି।

ଏଶବୁ ସତ୍ତ୍ବେ ଆଶ୍ବାସନାର ବିଷୟ ହେଉଛି, ଆଇସିଏମ୍ଆର ଅଗଷ୍ଟ ୧୫କୁ ଲକ୍ଷ୍ୟ ରଖି ଏକ ବଡ଼ ଘୋଷଣା କରିଛି। ଏହି ସମୟ ବେଳକୁ ଭାରତରେ କରୋନା ଟିକା ଉପଲବ୍ଧ ହେବ ବୋଲି କହିଛି।

ଉଲ୍ଲେଖଥାଉକି, ଗୋଟିଏ ପଟେ ଅର୍ଥନୀତିର ଚାପ ବଢ଼ିଥିବା ବେଳେ ଅନ୍ୟପଟେ କରୋନା ସଂକ୍ରମଣ ବୃଦ୍ଧି ଏକ ବଡ଼ ଆହ୍ବାନ ରଖିଲାଣି। ରାଜ୍ୟ ଓ କେନ୍ଦ୍ର ସରକାର ଏବେ ଆଖିବୁଜା କଟକଣା ଲାଗୁ କରିପାରୁନାହାନ୍ତି। ଅନ୍ୟପକ୍ଷରେ ସଂକ୍ରମଣ ଦ୍ରୁତ ବେଗରେ ବଢ଼ିଚାଲିଛି।

Leave A Reply

Your email address will not be published.