ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

କଂଗ୍ରେସକୁ କେତେଦୂର ସାହାଯ୍ୟ କରିପାରିବେ ପ୍ରିୟଙ୍କା?

0
  • ୨୦୨୨ ନିର୍ବାଚନ ଜାତୀୟ ରାଜନୀତିରେ ବଡ଼ ପରିବର୍ତ୍ତନ ସମ୍ଭାବନା ରଖେ
  • ଆଞ୍ଚଳିକଦଳମାନଙ୍କର ଭାଗ୍ୟ ନିର୍ଣ୍ଣୟ ବି ଉତ୍ତରପ୍ରଦେଶ ରାଜନୀତିରୁ ହେବ

ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ କଂଗ୍ରେସ ବଢ଼ିବ ନ ଛିଡ଼ିବ? କଂଗ୍ରେସ ପାଇଁ କିଏ ତ୍ରାଣକର୍ତ୍ତା ଭାବେ ଉଭା ହେବେ ? ଯୁବନେତାମାନେ କଂଗ୍ରେସରୁ ମୁହଁ ଫେରାଉଥିବା ବେଳେ ବରିଷ୍ଠ ଗାଦି ଛାଡ଼ିବାକୁ ନାରାଜ। ଏଭଳିସ୍ଥିତିରେ କାହାକୁ ନେଇ ଆଗକୁ ବଢ଼ିବେ ରାହୁଲ ଗାନ୍ଧୀ ? ୨୦୦୪ର ପୁନରାବୃତ୍ତି ହେବାର ସମ୍ଭାବନା ଅଛି କି ? ସୋନିଆ ଗାନ୍ଧୀ ଶେଷ ମୁହୂର୍ତରେ ଗୋଟିଏ ବଡ଼ ଚାଲ ଖେଳି ହଜିଯାଉଥିବା କଂଗ୍ରେସକୁ ପୁଣିଥରେ ଫେରାଇ ଆଣିବେ କି ?

ଏଭଳି କିଛି ପ୍ରଶ୍ନ ଉପରେ ଏବେ ଜୀତୀୟସ୍ତରରେ ଚର୍ଚ୍ଚା ଆଲୋଚନା ଆଗକୁ ବଢୁଥିବା ବେଳେ କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ଗୋଟିଚାଳନା ଉପରେ ଅନେକ କିଛି ନିର୍ଭର କରୁଛି ବୋଲି ରାଜନୈତିକ ବିଶାରଦ ବିଚାର କରୁଛନ୍ତି। ହେଲେ ଉତ୍ତରପ୍ରଦେଶ ରାଜନୀତିରେ କିଭଳି ଢଙ୍ଗରେ ପ୍ରିୟଙ୍କା ପ୍ରବେଶ କରିବେ ଓ କେତେ ଦୂର ତାଙ୍କ ଗୋଟିଚାଳନା ସଫଳ ହେବ, ତାହା ଏବେ ବି ସନ୍ଦିହାନ ହୋଇ ରହିଛି।

ଏଇଥିପାଇଁ ଯେ ଉତ୍ତରପ୍ରଦେଶ ରାଜନୀତି କଂଗ୍ରେସର ଉତଥାନ ପାଇଁ ଯେଭଳି ସଞ୍ଜୀବନୀ ସାଜିବ ବୋଲି ବିଚାର କରାଯାଉଛି, କେନ୍ଦ୍ରରେ କ୍ଷମତାସୀନ ବିଜେପି ରାଜନୀତି ଓ ପତିଆରା ପ୍ରଭାବହୀନ ହେବ ବା ଅଧିକ ତେଜିଆନ୍ କରିବ, ତାହା ମଧ୍ୟ ଏହିଠାରୁ ହିଁ ନିର୍ଣ୍ଣୟ ହେବ। ଏଣୁ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ତମାମ ଦେଶର ବିଭିନ୍ନ ଆଞ୍ଚଳିକ ରାଜନୈତିକ ଦଳମାନଙ୍କ ସମେତ ଜାତୀୟ ରାଜନୈତିକ ଦଳ କ୍ଷେତ୍ରରେ ଏକ ବଡ଼ ବିଚାର ରଖିପାରେ।

ରାଜନୈତିକ ପଣ୍ଡିତମାନଙ୍କର ହିସାବ ନିକାସ କହୁଛି, ପ୍ରିୟଙ୍କା ଗାନ୍ଧୀ ଉତ୍ତର ପ୍ରଦେଶ ରାଜନୀତିରେ ପାଦ ଦେବା ବେଳେ ଦୁଇଟି ବଡ଼ କ୍ଷେତ୍ର ରହିଛି, ଯାହା ଉପରେ ଅଧିକ ଅନୁଶୀଳନ ଦରକାର। ପ୍ରଥମ କଥା ହେଲା, ବିଜେପି ପ୍ରିୟଙ୍କାକୁ ଉତ୍ତର ପ୍ରଦେଶ ରାଜନୀତିରେ ସକ୍ରିୟ ପାଇଁ ଉସୁକାଇ ମୁସଲିମ୍ ଭୋଟ ଓ ସରକାରୀ ବିରୋଧୀ ହାଵାରେ ଭାଗବଣ୍ଟା କରିବାକୁ ଚାହୁଁଛି। ଏହା ଯଦି ସଫଳ ହେବ, ତେବେ ବିଜେପି ଫାଇଦାରେ ରହିପାରେ।

ଅନ୍ୟପଟରେ ପ୍ରିୟଙ୍କା ଗାନ୍ଧୀ କେଉଁ ଭୂୂମିକାରେ ଆବିର୍ଭାବ ହେବେ ? ସେ ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଚାହିଁବେ କି ? ଯଦି ହଁ, ତେବେ ସେଠାରେ ପ୍ରଦେଶ କଂଗ୍ରେସ ସଭାପତି ଥିବା ଅଜୟ କୁମାର ଲାଲୁଙ୍କ ଭୂମିକା ଉପରେ ନଜର ରଖିବାକୁ ହେବ। ପ୍ରିୟଙ୍କା ପ୍ରତ୍ୟକ୍ଷ ଭାବେ ଯଦି ଉତ୍ତରପ୍ରଦେଶ ରାଜନୀତିରେ ଲଢେଇ ପାଇଁ ଓହ୍ଲାନ୍ତି, ତେବେ ସାଧାରଣରେ କଂଗ୍ରେସ ସପକ୍ଷରେ ଏକ ଅନୂକଳ ମତ ସୃଷ୍ଟି ହେବା ସମ୍ଭାବନାକୁ ଆଦୌ ଏଡାଇ ଦେଇ ହେବନାହିଁ। ହେଲେ ଏକ୍ଷେତ୍ରରେ କଂଗ୍ରେସ ପାଇଁ ଯେଉଁ ରିସ୍କ ରହିଛି, ତାହା ହେଲା, ପ୍ରିୟଙ୍କା ବିଫଳ ହେଲେ, କଂଗ୍ରେସ ଯେଉଁ ଧକ୍କା ପାଇବ, ତାହା ରାହୁଲ ଗାନ୍ଧୀଙ୍କ ରାଜନୀତି କ୍ୟାରିଅରକୁ ମଧ୍ୟ ଦୋହଲାଇଦେବା ବିଚିତ୍ର ନୁହେଁ। ଜାତୀୟ ରାଜନୀତିରେ କଂଗ୍ରେସ ପାଇଁ ବି ଅତି କ୍ଷତି ପହଞ୍ଚାଇବ।

ଅନ୍ୟଥା ପ୍ରିୟଙ୍କାଙ୍କ ପ୍ରବେଶ ଗୋଟିଏ ସଙ୍କେତ ଦେବ ଯେ ଉତ୍ତରପ୍ରଦେଶକୁ କଂଗ୍ରେସ ଗୁରୁତ୍ବ ଦେଉଛି। ଆହୁରି ସରଳ ଭାବେ କହିଲେ, ଯଦି ପ୍ରିୟଙ୍କା ପ୍ରତ୍ୟେକ୍ଷ ଭାବେ ନେତୃତ୍ବ ପାଇଁ ନ ଓହ୍ଲାଇ କେବଳ ଦଳ ସଜାଡ଼ିବା କାମରେ ଲାଗନ୍ତି, ତେବେ ଦଳର ସିଟ୍ ବର୍ତ୍ତମାନର ୭ ସଂଖ୍ୟାରୁ ବଢ଼ି ୭୦ ହେଲେ ଏହା ଏକବଡ଼ ବିଜୟ ହେବ ଓ ବିଜେପି ରାସ୍ତାରେ କଂଗ୍ରେସ କଣ୍ଟା ସାଜିପାରେ। ଏ କ୍ଷେତ୍ରରେ ପ୍ରଶ୍ନ ଉଠୁଛି, ପ୍ରିୟଙ୍କା ସତରେ ଯାଇ ଲକ୍ଷ୍ନୌରେ ସପ୍ତାହର ୭ ଦିନ ରହିବେ ? ଦିଲ୍ଲୀରେ ତାଙ୍କର ଯେଉଁ ଦରବାର ଚାଲେ, କଂଗ୍ରେସ ପାଇଁ ତାକୁ ତୁଚ୍ଛ କରି ଆଗକୁ ବଢିପାରିବେ ? ଆସନ୍ତା ୨ ବର୍ଷ ପାଇଁ ଅସ୍ଥିର ରାହୁଲ, ଏଭଳି ଏକ ସ୍ଥିର ଗୋଟିଚାଳନା ସପକ୍ଷରେ ଅଛନ୍ତି ତ ?

ଏଠାରେ ସ୍ମରଣଯୋଗ୍ୟ, ୧୯୯୩ ମସିହା ଠାରୁ ୨୦୧୭ ଯାଏ କଂଗ୍ରେସର ଉତ୍ତରପ୍ରଦେଶ ଉପସ୍ଥିତି କହିଲେ, ଦଳର ୩୦ ପାଖାପାଖି ବିଧାୟକ ଜିତି ଆସୁଥିଲେ। ୨୦୧୭ରେ କିନ୍ତୁ ଦଳକୁ ଏକ ବଡ଼ ଧକ୍କା ଲାଗିଥିଲା ଓ ହିନ୍ଦୀ ଭାଷାଭାଷି ଏହି ରାଜ୍ୟରେ ଦଳର ସଦସ୍ୟ ସଂଖ୍ୟା ଏକ ଅଙ୍କ ବିଶିଷ୍ଟ ହୋଇଯାଇଥିଲା।

ଏପରି ପରିସ୍ଥିତିରେ ଉତ୍ତରପ୍ରଦେଶ ରାଜନୀତିକୁ ଅସ୍ତ୍ର କରି ଗାନ୍ଧୀ ପରିବାର ପୁଣି ଥରେ ରାଜନୈତିକ ମଇଦାନକୁ ଓହ୍ଲାଇବାକୁ ଯୋଜନା କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ଦଳର ଜାତୀୟ ନେତୃତ୍ବର ଚାବି ଧରାଇବା ପୂର୍ବରୁ କଂଗ୍ରେସ ଯେଉଁ ବଡ଼ ଖେଳରେ ପ୍ରିୟଙ୍କାକୁ ଅସ୍ତ୍ର କରିଛି, ତା ପଛର ଗୋଟିଏ ମାତ୍ର ଉଦ୍ଦେଶ୍ୟ ହେଲା ପ୍ରିୟଙ୍କାଙ୍କ ଚେହେରାରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିଛବି ରହିଛି ଓ ସେ ଦଳ ଭିତରେ ଥିବା ରାହୁଲ ବିରୋଧୀ ଗୋଷ୍ଠୀ ବିଶେଷକରି ଯୁବ ନେତୃତ୍ବ ଭିତରେ ନିଜର ଉପସ୍ଥିତି ଜାହିର କରିବାର କ୍ଷମତା ରଖନ୍ତି। କିନ୍ତୁ ଏ କ୍ଷେତ୍ରରେ ଯେଉଁ ବଡ଼ ଦ୍ବନ୍ଦ୍ବ ରହିଛି, ତାହା ହେଉଛି ଉତ୍ତରପ୍ରଦେଶ ରାଜନୀତିରେ ଇନ୍ଦିରାଙ୍କ ଭଳି ଗୋଟିଚାଳନା କରିବାରେ ପ୍ରିୟଙ୍କା ସକ୍ଷମ ହେବାର ସମ୍ଭାବନା କମ୍। ପ୍ରଥମତଃ, ନୂଆ ଭୋଟରଙ୍କ ସାମ୍ନାରେ ଇନ୍ଦିରାଙ୍କ ରାଜନୀତିର ଚିତ୍ର କୌଣସି ମାନେ ରଖେ ନାହିଁ। ଦ୍ବିତୀୟତଃ, ପ୍ରିୟଙ୍କା ଏଯାଏ କେଉଁଠି ବି ପ୍ରମାଣିତ କରିପାରିନାହାନ୍ତି ଯେ ସେ ଇନ୍ଦିରାଙ୍କ ଭଳି ସାହସୀ ଓ ଦକ୍ଷ।

Leave A Reply

Your email address will not be published.