ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସାଗରିକା ଗଲେ, ସୌମ୍ୟା ଆସିଲେ

0
  • ରାଧାକୃଷ୍ମ ଶର୍ମା ଗୁଇନ୍ଦା ନିର୍ଦେଶକ ଭାବେ ପାଇଲେ ବଡ଼ ନିଯୁକ୍ତି
  • ଅନୁପଙ୍କୁ ଗୁଇନ୍ଦା ଦାୟିତ୍ବ, ଉମାଶଙ୍କର ଭୁବନେଶ୍ବର ଡିସିପି
  • ମାଓ ଅପରେସନ୍ ପରେ ପ୍ରତୀକଙ୍କ ଉପରେ ଭରସା କଲେ ସରକାର
  • ସତ୍ୟଜିତଙ୍କୁ ଅଗ୍ନିଶମ, ଅକ୍ଷୟଙ୍କୁ ପୁଲିସ ହାଉସିଂ, ପ୍ରିୟଦର୍ଶୀଙ୍କୁ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ବରିଷ୍ଠ ଆଇପିଏସ୍ ଅଫିସର ଏମ୍ ଅକ୍ଷୟଙ୍କୁ ପୁଲିସ ହାଉସିଂ କର୍ପୋରେସନ୍ ସିଏମଡି ଭାବେ ନିଯୁକ୍ତି ମିଳିଛି। ଗୁଇନ୍ଦା ନିର୍ଦେଶକ ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ଡିଜି ଭାବେ ନିଯୁକ୍ତି ମିଳିଥିବା ବେଳେ ପୁଲିସ ହାଉସିଂ କର୍ପୋରେସନରେ ଥିବା ଏଡିଜି ଲଳିତ କୁମାର ଦାସଙ୍କୁ କମ୍ୟୁନିକେସନ୍ ଦାୟିତ୍ବ ଦିଆଯାଇ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।

ଗୁଇନ୍ଦା ସ୍ବତନ୍ତ୍ର ନିର୍ଦେଶକ ରାଧାକୃଷ୍ଣ ଶର୍ମାଙ୍କୁ ଗୁଇନ୍ଦା ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏଡିିଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ କ୍ରାଇମବ୍ରାଞ୍ଚ ଦାୟିତ୍ବରେ ରହିବେ। ଆଇଜି ପ୍ରବୀଣ କୁମାରଙ୍କୁ ଆଇନଶୃଙ୍ଖଳା ଦାୟିତ୍ବ ଦିଆଯାଇଥିବା ବେଳେ ଭୁବନେଶ୍ବର ଡିସିପି ଦାୟିତ୍ବରେ ଥିବା ଡିଆଇଜି ପାହ୍ୟାର ଅଧିକାରୀ ଅନୁପ କୁମାର ସାହୁଙ୍କୁ ଗୁଇନ୍ଦା ବିଭାଗ ଦାୟିତ୍ବ ଦିଆଯାଇଛି।

ଏସପି ଭିଜିଲାନ୍ସ ସାର୍ଥକ ଷଡ଼ଙ୍ଗୀଙ୍କୁ କ୍ରାଇମବ୍ରାଞ୍ଚ, ପୁରୀ ଏସପି ଉମାଶଙ୍କର ଦାସଙ୍କୁ ଭୁବନେଶ୍ବର ଡିସିପି, କଟକ ଡିସିପି ଅଖିଳେଶ୍ବର ସିଂହଙ୍କୁ ପୁରୀ ଏସପି, ଗଜପତି ଏସପି ସାରା ଶର୍ମାଙ୍କୁ ଭିଜିଲାନ୍ସ, କନ୍ଧମାଳ ଏସପି ପ୍ରତୀକ ସିଂହଙ୍କୁ ଡିସିପି କଟକ ଭାବେ ଅବସ୍ଥାପିତ କରାଯାଇଛି। ନୂଆପଡା ଏସପି ବିନୀତ ଅଗ୍ରଵାଲଙ୍କୁ କନ୍ଧମାଳ,କମିସନରେଟ୍ ଟ୍ରାଫିକ୍ ଡିସିପି ସାଗରିକା ନାଥଙ୍କୁ ସୁନ୍ଦରଗଡ଼ ଏସପି, ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ରଙ୍କୁ ଟ୍ରାଫିକ ଡିସିପି ଭାବେ ନିଯୁକ୍ତି ମିଳିଛି।

ଦେବଗଡ ଏସପି ରାହୁଲ ଜୈନଙ୍କୁ ନୂଆପଡ଼ା, ମୁଖ୍ୟାଳୟରେ ଥିବା ଏଆଇଜି ଏସ ସି ଜମାଦାରଙ୍କୁ ଦେବଗଡ଼ ଏବଂ କ୍ପାଇମବ୍ରାଞ୍ଚ ଏସପି ତପନ କୁମାରଙ୍କୁ ଗଜପତି ଏସପି ଭାବେ ବଦଳି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ପୁଲିସ ବିଭାଗର ଏ ବଡ଼ ଅଦଳବଦଳ ସଂପର୍କରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି।

Leave A Reply

Your email address will not be published.