ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ପୁଣି ଜଣେ ବିଜେଡି ବିଧାୟକଙ୍କୁ କରୋନା

0

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଟପିଲା

ଭୁବନେଶ୍ବର: କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଳେ ଜଣେ ପରେ ଜଣେ ରାଜନୈତିକ ନେତା ମଧ୍ୟ ସଂକ୍ରମିତ ହେବାରେ ଲାଗିଛନ୍ତି। ଗତକାଲି ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ଓଏ୍ବସ୍ଆଇସି ଅଧ୍ୟକ୍ଷ ଚିନ୍ମୟ ସାହୁଙ୍କ ପରେ ଆଜି ପୁଣି ଜଣେ ବିଧାୟକ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଜି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ଜେନା କରୋନା ସଂକ୍ରମିତ ଥିବା ସୂଚନା ଦେଇଛନ୍ତି। ଟ୍ବିଟ୍ କରି କହିଛନ୍ତି ଯେ ସେ ଘରେ ସଂଗରୋଧରେ ଅଛନ୍ତି। ପରିବାରର ଅନ୍ୟ ସଦସ୍ୟ ସଂକ୍ରମଣ ମୁକ୍ତ ଅଛନ୍ତି। ତାଙ୍କ ସଂସ୍ପର୍ଶରେ ଆସି ଥିବା ସମସ୍ତଙ୍କୁ ସେ ଡାକ୍ତରୀ ପରୀକ୍ଷା କରିନେବା ପାଇଁ ଅନୁରୋଧ କରିଛନ୍ତି।

ସେପଟେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଵତ ମଧ୍ୟ କରନା ସଂକ୍ରମିତ ହୋଇଛନ୍ତି। ଏହା ପୂର୍ବରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇଥିଲେ।

ସେହିପରି ରାଜ୍ୟରେ ମନ୍ତ୍ରୀ ସୁଶାନ୍ତ ସିଂହ ଏବେ କରୋନା ଆକ୍ରାନ୍ତ ଅଛନ୍ତି। ତାଙ୍କ ପୂର୍ବରୁ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ପ୍ରଶାନ୍ତ ବେହେରା, ସୁଧାଂଶୁ ପରିଡା, ସୁକାନ୍ତ ନାୟକ, ଶ୍ରୀକାନ୍ତ ସାହୁଙ୍କ ଠାରେ ମଧ୍ୟ କରୋନା ଭୁତାଣୁ ଚିହ୍ନଟ ହୋଇଛି। ସାଂସଦ ସୁରେଶ ପୂଜାରୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଏଠାରେ ପ୍ରକାଶଥାଉକି, ରାଜ୍ୟରେ ଗତ ୨୪ ଘଣ୍ଟ ମଧ୍ୟରେ ୨୮୯ ୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଛି। ସକ୍ରିୟ କରନା ଆକ୍ରାନ୍ତ ସଂଖ୍ୟା ୨୨୬୫୧ ରହିଛି। ଏଥିସହିତ ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ହଜାର ୨୦ ଛୁଇଁଛି।

Leave A Reply

Your email address will not be published.