ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ତଥାପି ହାଇକମାଣ୍ଡ ନିଶା ଖସିନି!

0

ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି କିଏ ହେବ, ସେ ନେଇ ରାଜ୍ୟ ନେତାଙ୍କ ଭିତରେ ଆଦୌ ସହମତି ନାହିଁ। ନିର୍ବାଚନ ଭିତ୍ତିରେ ସଭାପତି ଚୟନ ଲାଗି କୌଣସି ଜଣେ ବି ନେତା ଏ ଯାଏ ଆଗ୍ରହ ଦେଖାଉନାହାନ୍ତି। ବରଂ ପୁଣି ସେହି ପୁରୁଣା ଧାରାରେ ହାଇକମାଣ୍ଡଙ୍କ ଆଶୀର୍ବାଦକୁ ଆଖେଇଛନ୍ତି। ଯଦିଓ ଗାନ୍ଧୀ ପରିବାର ବିରୋଧରେ ଜାତୀୟସ୍ତରରେ ଖୋଲାଖୋଲି କିଛି ବରିଷ୍ଠ ନେତା ସାମ୍ନାକୁ ଆସିଲେଣି, ଯାହାକୁ ନେଇ କଂଗ୍ରେସ କାର୍ଯ୍ୟକାରିଣୀରେ ସୋମବାର ତମ୍ବିତୋଫାନ ଚାଲିଛି।

ପିସିସି ସଭାପତି ପରିବର୍ତ୍ତନ ନେଇ ଦୁଇଦିନ ହେଲା ଚାଲିଥିବା ଆଲୋଚନା ପରେ ରାଜନୈତିକ ତଥ୍ୟାଭିଜ୍ଞ ମହଲ ରାଜ୍ୟ କଂଗ୍ରେସର ଭବିଷ୍ୟତ ନେଇ ଆଦୌ ଆଶାବାଦୀ ହୋଇପାରୁନାହାନ୍ତି। ଏଇଥିପାଇଁ ଯେ ଓଡ଼ିଶା କଂଗ୍ରେସର ଆବଶ୍ୟକତା କଣ, ସେକଥା ସମ୍ଭବତଃ ରାଜ୍ୟ ନେତାମାନେ ଏଯାଏ ବୁଝିନାହାନ୍ତି ବୋଲି ଏହି ମହଲର ମତ। ଅନ୍ୟଥା ସଭାପତି ହେବା ପାଇଁ ଯେତିକି କସରତ ଚଳାଉଛନ୍ତି, ସେତିକି ପରିଶ୍ରମ କରି ଯଦି ରାଜନୈତିକ ଗୋଟିଚାଳନା କରନ୍ତେ, ତେବେ ଦଳ ଆଗକୁ ବଢିବାରେ କୌଣସି ଅସୁବିଧା ନାହିଁ।

ଗୋଟିଏ ପଟେ ରାଜ୍ୟ କଂଗ୍ରେସ ନେତାମାନେ ବିଜେଡି ସହିତ ବିଜେପିର ସଂପର୍କ ନେଇ ଆଙ୍ଗୁଠି ଉଠାଉଛନ୍ତି, ଅନ୍ୟପଟରେ ରାଜ୍ୟରେ ବିରୋଧୀ ଆସନ (ସେମାନଙ୍କ ବିଚାର ଅନୁସାରେ) ଖାଲି ଅଛି, ସେକଥା ସେମାନେ ହେଜି ପାରିନାହାନ୍ତି। କୌଣସି ଗୋଟିଏ ବି ଜନସ୍ବାର୍ଥ ପ୍ରସଙ୍ଗରେ ଦଳ ଲୋକଙ୍କ ଭାବାବେଗକୁ ହାସଲ କରିବାକୁ ସମର୍ଥ ହୋଇନାହିଁ।ବିକ୍ଷୋଭ ସମାବେଶ କରିବା ତ ଦୂରର କଥା, ନେତାମାନେ ନିଜ ଦଳର ନେତାମାନଙ୍କୁ ବି ଏକାଠି କରିବା ଅବସ୍ଥାରେ ନାହାନ୍ତି।

ବରଂ ପରସ୍ପର ଗୋଡ ଭିଡ଼ାଭିଡି ଏପରି ଢଙ୍ଗରେ ଚାଲିଛି, ଯେଉଁଥିରେ ୨୦୦୦ ମସିହା ବା ତାର ପୂର୍ବ ନିର୍ବାଚନରେ ରାଜନୀତି ଆରମ୍ଭ କରିଥିବା ନେତାଙ୍କ ଭବିଷ୍ୟତ ଏବେ ବିପଦକୁ ଚାଲିଆସିଲାଣି। ଏମଧ୍ୟରେ କିଏ ଥରେ ଅଧେ ବା ଦୁଇଥର ଜିତିଛନ୍ତି। କିନ୍ତୁ ସରକାରକୁ ଦଳ ଆସିପାରୁନଥିବା କାରଣରୁ ନେତାମାନେ ଆଉ ରାଜ୍ୟସ୍ତରରେ ସେମାନଙ୍କ ପ୍ରଭାବ ରଖିପାରିନାହାନ୍ତି। ସେହିପରି ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ସଂଗଠନ ଆଧାରରେ ଆଗକୁ ବଢୁଥିବା ନେତାଙ୍କ ବିଧାନସଭା ଓ ଲୋକସଭା ଯିବା ନିଶା ମଧ୍ୟ ଅଳ୍ପ ଦିନ ପରେ ଉତୁରି ଯାଉଛି। କେଉଁଠି ବରିଷ୍ଠ ବାଟ ଛାଡୁନାହାନ୍ତି, ଆଉ କେଉଁଠି କଂଗ୍ରେସ ସଂଗଠନ ଏତେ ଦୁର୍ବଳ ସ୍ଥିତିକୁ ଚାଲିଯାଇଛି ଯେ ପୁଣି ଥରେ ମୁଖ୍ୟ ସ୍ରୋତକୁ ଆସିବା କାଠିକର ପାଠ ହେବ।

ଆହୁରି ଉଲ୍ଲେଖନୀୟ କଥା ହେଉଛି, ଆଦୌ ଭାବମୂର୍ତି ନ ଥିବା କିଛି ନେତା ସଭାପତି ହେବାଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। କାହା ନାମରେ ପୂର୍ବରୁ ମାମଲା ଅଛି ତ ଆଉ କିଏ ରାଜନୀତିିରେ ଅପରାଧୀକରଣକୁ ପ୍ରଶୟ ଦେଇଛନ୍ତି। ଏପରିସ୍ଥଳେ ଦଳ କିଭଳି ଆଗକୁ ବଢ଼ିବ?

Leave A Reply

Your email address will not be published.