ପ୍ରମୁଖ ଖବର

ସେପ୍ଟେମ୍ବର ୧୮ରୁ ବିଧାନସଭା ଅଧିବେଶନ
ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ରିମାଣ୍ଡରେ ଆସିବେ ଦୁଇ ଅଭିଯୁକ୍ତ
କୃଷି ସଚିବଙ୍କ ଚେତାବନୀ; ନିଯୁକ୍ତ ସ୍ଥାନରେ ଯୋଗ ନଦେଲେ ହେବ ଦରମା ବନ୍ଦ
ଭ୍ୟାନ୍‌ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ
ଲାଞ୍ଚ ନେଇ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର ଗିରଫ
ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
କେନ୍ଦୁଝରରେ ସ୍ଥାପିତ ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା

ପରଲୋକରେ ପ୍ରଣବ

0

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଆଜି ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ପ୍ରଣବଙ୍କ ମୃତ୍ୟୁ ସଂପର୍କରେ ତାଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଦୀର୍ଘ ଦିନ ହେବ ପ୍ରଣବ ଗୁରୁତର ଅସୁସ୍ଥ ଥିଲେ ଓ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସିତ କରାଯାଉଥିଲା । ଦିଲ୍ଲୀର ଆର୍ମି ହସ୍ପିଟାଲରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୧୯୬୯ରେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ପ୍ରଣବ। ଏହାପରଠାରୁ ଲଗାତାର ୨୦୦୪ ପର୍ଯ୍ୟନ୍ତ ସଂସଦର ଉଚ୍ଚ ସଦନକୁ ସେ ନିର୍ବାଚିତ ହୋଇ ଆସୁଥିଲେ।ପରେ ସେ ଲୋକସଭାର ସଦସ୍ୟ ରହିବା ସହ ୟୁପିଏ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୧୨ରୁ ୨୦୧୭ ଯାଏଁ ଭାରତର ରାଷ୍ଟ୍ରପତି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ପ୍ରଣବ ମୁଖାର୍ଜୀ। ଦେଶର ୧୩ତମ ରାଷ୍ଟ୍ରପତି ଭାବେ ସେ କାର୍ଯ୍ୟ କରିଥିଲେ। ୨୦୧୯ରେ ପ୍ରଣବଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶ୍ରୀ ମୁଖାର୍ଜୀଙ୍କ ସହିତ ଓଡ଼ିଶାର ସଂପର୍କରେ ବେଶ୍ ନିବିଡ଼ ଥିଲା। ସେ ଅନେକବାର ଓଡ଼ିଶାଗସ୍ତରେ ଆସିବା ସହିତ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇଥାନ୍ତି।

Leave A Reply

Your email address will not be published.