ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

0

ନ୍ୟୁଜ୍ ବ୍ୟୁରୋ: ହାଇଦ୍ରାବାଦ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନ୍ୟଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତ ଶ୍ରମିକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଡହଗାଁ ପଞ୍ଚାୟତ ସର୍ଗିଗୁଡା ଡଙ୍ଗରୀପଡାର ଜଗମୋହନ ମାଝୀଙ୍କ ପୁଅ ଦୁଲ୍ଲଭ ମାଝୀ। ଗୁରୁତର ଶ୍ରମିକ ଜଣକ ହେଲେ ସେହି ଗ୍ରାମର ଚନ୍ଦ୍ରଶେଖର ମାଝୀ।

ଦୁଲ୍ଲଭ ଏବଂ ଚନ୍ଦ୍ରଶେଖର ୩ରୁ ୪ ମାସ ତଳେ ଗାଁର କିଛି ଯୁବକଙ୍କ ସହିତ ହାଇଦ୍ରାବାଦ ସହର ପଟାନଚେରୁର ନନ୍ଦିଗାଁଓକୁ କାମ କରିବାକୁ ଯାଇଥିଲେ। ସେଠାରେ ସେମାନେ ଏକ ଘରୋଇ ସଂସ୍ଥା ଜରିଆରେ ବିଲ୍ଡିଂ କାମରେ ନିୟୋଜିତ ହୋଇଥିଲେ। ଶୁକ୍ରବାର ସକାଳେ କାମରେ ନିୟୋଜିତ ଥିବା ବେଳେ ହଠାତ୍‌ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦୁଲ୍ଲଭଙ୍କ ମୃତ୍ୟୁ ଘଟିଥିଲା। ଏପଟେ ବିଲ୍ଡିଂରୁ ଖସିପଡି ଚନ୍ଦ୍ରଶେଖର ଗୁରୁତର ଆହତ ହୋଇଥିଲେ। ଚନ୍ଦ୍ରଶେଖର ସ୍ଥାନୀୟ ଏକ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଅନ୍ୟପଟେ ଠିକାଦାର ମୃତକ ଦୁଲ୍ଲଭର ମୃତଦେହକୁ ଏକ ଆମ୍ବୁଲାନ୍ସରେ ଭିଟାମାଟିକୁ ପଠାଉଥିବା ଜଣାପଡ଼ିଛି।

Leave A Reply

Your email address will not be published.