ପ୍ରମୁଖ ଖବର

ଅହମଦାବାଦ ରଥଯାତ୍ରା ପାଇଁ ୩୧ ହଜାରରୁ ଅଧିକ ପୋଲିସ ମୁତୟନ
ତାଜ ହୋଟେଲକୁ ବୋମା ଧମକ, ତଲାସି ପରେ ଗୁଜବ ବୋଲି ସ୍ପଷ୍ଟ
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ଆଖି ବୁଜିଲେ ବ୍ରହ୍ମପୁର ପୀଡ଼ିତା, ବାପାଙ୍କ ବିରୋଧରେ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ
କଣ୍ଡକ୍ଟରଙ୍କୁ ଆକ୍ରମଣ ଘଟଣା: ଆଜିଠାରୁ ଉଦଳାରୁ ସମସ୍ତ ରୁଟ୍‌କୁ ବସ ବନ୍ଦ

ପରଲୋକରେ ପ୍ରଣବ

0

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଆଜି ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ପ୍ରଣବଙ୍କ ମୃତ୍ୟୁ ସଂପର୍କରେ ତାଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଦୀର୍ଘ ଦିନ ହେବ ପ୍ରଣବ ଗୁରୁତର ଅସୁସ୍ଥ ଥିଲେ ଓ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସିତ କରାଯାଉଥିଲା । ଦିଲ୍ଲୀର ଆର୍ମି ହସ୍ପିଟାଲରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୧୯୬୯ରେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ପ୍ରଣବ। ଏହାପରଠାରୁ ଲଗାତାର ୨୦୦୪ ପର୍ଯ୍ୟନ୍ତ ସଂସଦର ଉଚ୍ଚ ସଦନକୁ ସେ ନିର୍ବାଚିତ ହୋଇ ଆସୁଥିଲେ।ପରେ ସେ ଲୋକସଭାର ସଦସ୍ୟ ରହିବା ସହ ୟୁପିଏ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୧୨ରୁ ୨୦୧୭ ଯାଏଁ ଭାରତର ରାଷ୍ଟ୍ରପତି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ପ୍ରଣବ ମୁଖାର୍ଜୀ। ଦେଶର ୧୩ତମ ରାଷ୍ଟ୍ରପତି ଭାବେ ସେ କାର୍ଯ୍ୟ କରିଥିଲେ। ୨୦୧୯ରେ ପ୍ରଣବଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶ୍ରୀ ମୁଖାର୍ଜୀଙ୍କ ସହିତ ଓଡ଼ିଶାର ସଂପର୍କରେ ବେଶ୍ ନିବିଡ଼ ଥିଲା। ସେ ଅନେକବାର ଓଡ଼ିଶାଗସ୍ତରେ ଆସିବା ସହିତ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇଥାନ୍ତି।

Leave A Reply

Your email address will not be published.