ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ
ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ
ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ
ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ

ମହେନ୍ଦ୍ରଗିରି ବିକାଶ ପାଇଁ ଅଣ୍ଟାଭିଡିଲେ ଧର୍ମେନ୍ଦ୍ର

0
  • ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ
  • ସ୍ୱଦେଶ ଦର୍ଶନ ଯୋଜନାରେ ରାମାୟଣ ସର୍କିଟ ଅଧିନରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି
  • ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେବା ପାଇଁ ଅନୁରୋଧ
  • ପ୍ରସ୍ତାବ ଦେବାକୁ ପୂର୍ବରୁ ଅନୁରୋଧ କରିଥିଲା କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟ
  • ରାଜ୍ୟ ସରକାର ଏପର୍ଯ୍ୟନ୍ତ ବିଭାଗୀୟ ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଇନଥିବା ପତ୍ରରେ ଉଲ୍ଲେଖ
  • ସ୍ୱଦେଶ ଦର୍ଶନ ଯୋଜନାରେ ରାଜ୍ୟରେ ପର୍ଯ୍ୟଟନ ସୁବିଧାକୁ ବିକଶିତ କରିବା ପାଇଁ ଯୋଜନା
  • ମହେନ୍ଦ୍ରଗିରିରେ ଧାର୍ମିକ ଗୁରୁତ୍ୱ ଯୋଗୁ ସାମାଜିକ-ସାଂସ୍କୃତିକ ପର୍ଯ୍ୟଟନ ବିକାଶ ସୁଯୋଗ ରହିଛି
  • ମହେନ୍ଦ୍ରଗିରିରେ ପର୍ଯ୍ୟଟନର ବିକାଶ ହେଲେ ସ୍ଥାନୀୟ ଅଂଚଳରେ ଅଧିକ ନିଯୁକ୍ତି ସୃଷ୍ଟି ହେବ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାର ରାମାୟଣ ସର୍କିଟ୍ ଅଧୀନରେ ମହେନ୍ଦ୍ରଗିରିର ବିକାଶ ପାଇଁ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟକୁ ସହଯୋଗ କରିବା ସହ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ଏଥିପାଇଁ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡିଛନ୍ତି। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭାରତ ସରକାରଙ୍କ ଏହି ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ସ୍ୱଦେଶ ଦର୍ଶନ ଯୋଜନାରେ ରାମାୟଣ ସର୍କିଟ ଅଧୀନରେ ମହେନ୍ଦ୍ରଗିରିର ବିକାଶ ପାଇଁ ପ୍ରସ୍ତାବ ଦେବା ପାଇଁ ଓଡିଶା ସରକାରଙ୍କୁ ଅନୁରୋଧ କରାଯାଇଥିଲା। ମାତ୍ର ରାଜ୍ୟ ସରକାର ଏପର୍ଯ୍ୟନ୍ତ ବିଭାଗୀୟ ମନ୍ତ୍ରଣାଳୟକୁ ଏହି ପ୍ରସ୍ତାବ ପଠାଇନାହାନ୍ତି।

ଭାରତ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟ ସ୍ୱଦେଶ ଦର୍ଶନ ଯୋଜନାରେ ପର୍ଯ୍ୟଟନ ସୁବିଧାକୁ ବିକଶିତ କରିବା ପାଇଁ ଓଡିଶାର ବିଭିନ୍ନ ସ୍ଥାନକୁ ଚିହ୍ନଟ କରିଛି। ଓଡ଼ିଶାରେ ଥିବା ପର୍ଯ୍ୟଟନସ୍ଥଳୀ ଯଥା ରାମାୟଣ ସର୍କିଟ ଅଧିନରେ ମହେନ୍ଦ୍ରଗିରି, କ୍ରିଷ୍ଣା ସର୍କିଟ ଅଧିନରେ ପୁରୀ ଏବଂ ଉପକୂଳ ସର୍କିଟ ଅଧୀନରେ ଗୋପାଳପୁର, ବରକୁଳ, ସାତପଡ଼ା ଓ ଟମ୍ପପଡା ଭଳି ସ୍ଥାନକୁ ଚିହ୍ନଟ କାରାଯାଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟ ସ୍ୱଦେଶ ଦର୍ଶନ ଯୋଜନାରେ ଉପକୂଳ ସର୍କିଟ ଅଧୀନରେ ଗୋପାଳପୁର, ବରକୁଳ, ସାତପଡ଼ା ଓ ଟମ୍ପପଡାର ବିକାଶ ପାଇଁ ୭୦.୮୨ କୋଟି ଟଙ୍କା ମଞ୍ଜୁର କରିଥିଲା।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ମହେନ୍ଦ୍ରଗିରି ପୂର୍ବଘାଟରେ ଅବସ୍ଥିତ ଏବଂ ଏହା ମହେନ୍ଦ୍ରଗିରି ପର୍ବତ ଭାବରେ ରାମାୟଣର କଥାବସ୍ତୁ ସହ ଜଡିତ। କୁହାଯାଏ ଯେତେବେଳେ ଭଗବାନ ରାମ ଭଗବାନ ଶିବଙ୍କ ଧନୁକୁ ଭାଙ୍ଗିଥିଲେ ପର୍ଶୁରାମ ମହେନ୍ଦ୍ରଗିରି ପର୍ବତ ଉପରେ ତପସ୍ୟା କରିଥିଲେ। ମହେନ୍ଦ୍ରଗିରିରେ ଧାର୍ମିକ ଗୁରୁତ୍ୱ ଥିବା ହେତୁ ଏଠାରେ ସାମାଜିକ-ସାଂସ୍କୃତିକ ପର୍ଯ୍ୟଟନର ବିକାଶ ପାଇଁ ଆନେକ ସମ୍ଭାବନା ରହିଛି। ମହେନ୍ଦ୍ରଗିରିରେ ପର୍ଯ୍ୟଟନ ସ୍ଥଳର ବିକାଶ ହେଲେ ସ୍ଥାନୀୟ ଅଂଚଳରେ ଅଧିକ ନିଯୁକ୍ତି ସୃଷ୍ଟି ହେବ ଏବଂ ଅର୍ଥନୈତିକ ବିକାଶ ମଧ୍ୟ ତ୍ୱରାନ୍ୱିତ କରିବ।

ତେଣୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ କରି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ସହଯୋଗ କରିବା ସହ ସ୍ୱଦେଶ ଦର୍ଶନ ଯୋଜନାରେ ରାମାୟଣ ସର୍କିଟ ଅଧିନରେ ମହେନ୍ଦ୍ରଗିରିର ଉନ୍ନତି ପାଇଁ ନିର୍ଦ୍ଦିଷ୍ଟ ବିଭାଗକୁ ପ୍ରସ୍ତାବ ଦେବା ପାଇଁ ନିର୍ଦ୍ଦେଶ ଦେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.