ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ନଭେମ୍ବର ୨୯ ପୂର୍ବରୁ ଉପନିର୍ବାଚନ

0
  • ଭାରତର ନିର୍ବାଚନ କମିସନଙ୍କ ବୈଠକରେ ବଡ଼ ନିଷ୍ପତ୍ତି
  • ବିହାର ନିର୍ବାଚନ ମଧ୍ୟ ଏହି ସମୟ ମଧ୍ୟରେ କରାଯିବ

ଭୁବନେଶ୍ବର: ବାଲେଶ୍ବର ସଦର ଏବଂ ଜଗତସିଂହପୁର ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ନଭେମ୍ବର ୨୯ ତାରିଖ ପୂର୍ବରୁ ଶେଷ ହେବ। ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଭାରତର ନିର୍ବାଚନ କମିସନଙ୍କ ଉଚ୍ଚସ୍ତରୀୟ ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତି ଚୂଡାନ୍ତ ହୋଇଛି। କେବଳ ସେତିକି ନୁହେଁ, ବିହାର ବିଧାନସଭା ନିର୍ବାଚନ ମଧ୍ୟ ଏହି ସମୟ ପୂର୍ବରୁ କରାଯିବା ଲାଗି କମିସନ ନିଷ୍ପତ୍ତି ଚୂଡାନ୍ତ କରିଛନ୍ତି। ବିଭିନ୍ନ ରାଜ୍ୟର ମୁଖ୍ୟଶାସନ ସଚବ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଏଭଳି ନିଷ୍ପତ୍ତି ହୋଇଛି।

କମିସନଙ୍କ ଏଭଳି ନିଷ୍ପତ୍ତି ପରେ ଏବେ ଯେ କୌଣସି ସମୟରେ ଏହି ନିର୍ବାଚନ ତାରିଖ ଘୋଷଣା ହେବ। ଆଜି ନିର୍ବାଚନ କମିସନ ମଧ୍ୟ ଉପଯୁକ୍ତ ସମୟରେ ତାରିଖ ଘୋଷଣା ହେବ ବୋଲି ଜଣାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ସଦର, ତିର୍ତ୍ତୋଲ ସମେତ ମୋଟ ୬୪ଟି ବିଧାନସଭା କ୍ଷେତ୍ର ଏବେ ପ୍ରତିନିଧିଶୂନ୍ୟ ହୋଇପଡ଼ିଛି। ସେହିଭଳି ଗୋଟିଏ ଲୋକସଭା କ୍ଷେତ୍ର ମଧ୍ୟ ଉପନିର୍ବାଚନ ପାଇଁ ଅପେକ୍ଷା କରୁଛି। ସଂପ୍ରତି ନିର୍ବାଚନ ପାଇଁ ଦୁଇଟି ବଡ଼ ପରିପନ୍ଥୀ ରହିଛି। ଗୋଟିଏ ହେଉଛି, ବିଭିନ୍ନ ରାଜ୍ୟରେ ଭୀଷଣ ବର୍ଷା କାରଣରୁ ଭୟଙ୍କର ବନ୍ୟା ପରିସ୍ଥିତି ଓ ଦ୍ବିତୀୟଟି ହେଉଛି କୋଭିଡ୍।

ଏବେ ଅନ୍‌ଲକ୍ ୪ରେ ପ୍ରାୟ ଅଧିକାଂଶ ଉପରୁ କଟକଣା ହଟିଛି। ଏଣୁ କୋଭିଡ୍ ସମସ୍ୟା ବିଶେଷ କିଛି ବାଧକ ହେବ ନାହିଁ। ଏବଂ ଡିଜିଟାଲ କ୍ୟାମ୍ପେନିଂ ଉପରେ ଜୋର ଦିଆଯାଉଥିବାରୁ ବିଶେଷ କିଛି ଅସୁବିଧା ହେବନାହିଁବୋଲି ବିଚାର କରାଯାଉଛି।

କମିସନ ଆଜି ନେଇଥିବା ନିଷ୍ପତ୍ତି ଆଧାରରେ ଏବେ ଓଡ଼ିଶାର ଏହି ଦୁଇଟି ବିଧାନସଭା କ୍ଷେତ୍ର ଚଳଚଞ୍ଚଳ ହେବ। ରାଜନୈତିକ ଦଳ ପ୍ରସ୍ତୁତି ଜୋର ଦାର କରିବେ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି। ବାଲେଶ୍ବର ସଦର ଆସନ ଅଣସଂରକ୍ଷିତ ରହିଥିବା ବେଳେ ତିର୍ତ୍ତୋଲ ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି।

ଉଲ୍ଲେଖଯୋଗ୍ୟ, ବାଲେଶ୍ବରରୁ ଏଥର ବିଧାନସଭାକୁ ପ୍ରଥମ ଥର ପାଇଁ ବିଜେପି ଟିକେଟରେ ମଦନମୋହନ ଦତ୍ତ ନିର୍ବାଚନ ଜିତିଥିଲେ। ଏପଟେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଷ୍ଣୁ ଦାସ ଏହି ଆସନରୁ ଗତ ନିର୍ବାଚନରେ ବିଜୟ ଲାଭ କରିଥିଲେ।

Leave A Reply

Your email address will not be published.