ପ୍ରମୁଖ ଖବର

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଶିମିଳିପାଳରକୁ ଆସିଲା ମହାରାଷ୍ଟ୍ରରୁ ମହାବଳ
୨୯ରେ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଯୋଜନା
ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି
ପୋଲିସ ପିନ୍ଧିବେ ବଡି କ୍ୟାମେରା
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ବଡ ଘୋଷଣା,୬ ମାସ ଭିତରେ ମିଳିବ ୨୦ ଲକ୍ଷ ଲୋକଙ୍କୁ ଘର
ବୃନ୍ଦାବତୀ ନିବାସରେ ରହୁଥିବା ରତ୍ନମଣୀ ମଙ୍ଗରାଜ ପ୍ରାୟ ୬୯ ବର୍ଷ ବୟସରେ ମୃତ୍ୟୁ
ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟିରେ ବୈଜୟନ୍ତ

ନଭେମ୍ବର ୨୯ ପୂର୍ବରୁ ଉପନିର୍ବାଚନ

0
  • ଭାରତର ନିର୍ବାଚନ କମିସନଙ୍କ ବୈଠକରେ ବଡ଼ ନିଷ୍ପତ୍ତି
  • ବିହାର ନିର୍ବାଚନ ମଧ୍ୟ ଏହି ସମୟ ମଧ୍ୟରେ କରାଯିବ

ଭୁବନେଶ୍ବର: ବାଲେଶ୍ବର ସଦର ଏବଂ ଜଗତସିଂହପୁର ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ନଭେମ୍ବର ୨୯ ତାରିଖ ପୂର୍ବରୁ ଶେଷ ହେବ। ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଭାରତର ନିର୍ବାଚନ କମିସନଙ୍କ ଉଚ୍ଚସ୍ତରୀୟ ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତି ଚୂଡାନ୍ତ ହୋଇଛି। କେବଳ ସେତିକି ନୁହେଁ, ବିହାର ବିଧାନସଭା ନିର୍ବାଚନ ମଧ୍ୟ ଏହି ସମୟ ପୂର୍ବରୁ କରାଯିବା ଲାଗି କମିସନ ନିଷ୍ପତ୍ତି ଚୂଡାନ୍ତ କରିଛନ୍ତି। ବିଭିନ୍ନ ରାଜ୍ୟର ମୁଖ୍ୟଶାସନ ସଚବ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଏଭଳି ନିଷ୍ପତ୍ତି ହୋଇଛି।

କମିସନଙ୍କ ଏଭଳି ନିଷ୍ପତ୍ତି ପରେ ଏବେ ଯେ କୌଣସି ସମୟରେ ଏହି ନିର୍ବାଚନ ତାରିଖ ଘୋଷଣା ହେବ। ଆଜି ନିର୍ବାଚନ କମିସନ ମଧ୍ୟ ଉପଯୁକ୍ତ ସମୟରେ ତାରିଖ ଘୋଷଣା ହେବ ବୋଲି ଜଣାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ସଦର, ତିର୍ତ୍ତୋଲ ସମେତ ମୋଟ ୬୪ଟି ବିଧାନସଭା କ୍ଷେତ୍ର ଏବେ ପ୍ରତିନିଧିଶୂନ୍ୟ ହୋଇପଡ଼ିଛି। ସେହିଭଳି ଗୋଟିଏ ଲୋକସଭା କ୍ଷେତ୍ର ମଧ୍ୟ ଉପନିର୍ବାଚନ ପାଇଁ ଅପେକ୍ଷା କରୁଛି। ସଂପ୍ରତି ନିର୍ବାଚନ ପାଇଁ ଦୁଇଟି ବଡ଼ ପରିପନ୍ଥୀ ରହିଛି। ଗୋଟିଏ ହେଉଛି, ବିଭିନ୍ନ ରାଜ୍ୟରେ ଭୀଷଣ ବର୍ଷା କାରଣରୁ ଭୟଙ୍କର ବନ୍ୟା ପରିସ୍ଥିତି ଓ ଦ୍ବିତୀୟଟି ହେଉଛି କୋଭିଡ୍।

ଏବେ ଅନ୍‌ଲକ୍ ୪ରେ ପ୍ରାୟ ଅଧିକାଂଶ ଉପରୁ କଟକଣା ହଟିଛି। ଏଣୁ କୋଭିଡ୍ ସମସ୍ୟା ବିଶେଷ କିଛି ବାଧକ ହେବ ନାହିଁ। ଏବଂ ଡିଜିଟାଲ କ୍ୟାମ୍ପେନିଂ ଉପରେ ଜୋର ଦିଆଯାଉଥିବାରୁ ବିଶେଷ କିଛି ଅସୁବିଧା ହେବନାହିଁବୋଲି ବିଚାର କରାଯାଉଛି।

କମିସନ ଆଜି ନେଇଥିବା ନିଷ୍ପତ୍ତି ଆଧାରରେ ଏବେ ଓଡ଼ିଶାର ଏହି ଦୁଇଟି ବିଧାନସଭା କ୍ଷେତ୍ର ଚଳଚଞ୍ଚଳ ହେବ। ରାଜନୈତିକ ଦଳ ପ୍ରସ୍ତୁତି ଜୋର ଦାର କରିବେ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି। ବାଲେଶ୍ବର ସଦର ଆସନ ଅଣସଂରକ୍ଷିତ ରହିଥିବା ବେଳେ ତିର୍ତ୍ତୋଲ ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି।

ଉଲ୍ଲେଖଯୋଗ୍ୟ, ବାଲେଶ୍ବରରୁ ଏଥର ବିଧାନସଭାକୁ ପ୍ରଥମ ଥର ପାଇଁ ବିଜେପି ଟିକେଟରେ ମଦନମୋହନ ଦତ୍ତ ନିର୍ବାଚନ ଜିତିଥିଲେ। ଏପଟେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଷ୍ଣୁ ଦାସ ଏହି ଆସନରୁ ଗତ ନିର୍ବାଚନରେ ବିଜୟ ଲାଭ କରିଥିଲେ।

Leave A Reply

Your email address will not be published.