ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ରାୟପୁରରେ ମର୍ମନ୍ତୁଦ ଦୁର୍ଘଟଣାରେ ଗଞ୍ଜାମର ୭ମୃତ

0
  • ଶ୍ରମିକଙ୍କୁ ନେଇ ସୁରଟ ଯାଉଥିଲା, ଛତିଶଗଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବସ୍
  • ବହୁ ଶ୍ରମିକ ଗୁରୁତର, ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି

ରାୟପୁର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି। ଓଡ଼ିଶାର ଗଞ୍ଜାମ ଜିଲ୍ଲାରୁ ସୁରଟ ଅଭିଯୋଗେ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ବସରେ ଥିବା ବହୁ ଯାତ୍ରୀ ଗୁରୁତର ଥିବା ବେଳେ ଅନ୍ୟ ୭ଜଣଙ୍କର ସ୍ଥିତି ଗମ୍ଭୀର ରହିଥିବା ରାୟପୁର ଏସ୍ଏସ୍‌ପି ଅଜୟ ଯାଦବ ସୂଚନା ଦେଇଛନ୍ତି। ମୃତକଙ୍କର ନିର୍ଦିଷ୍ଟ ପରିଚୟ ଏଯାଏ ମିଳିନାହିଁ।

ଗତକାଲି ରାତିରେ ବିଳମ୍ବିତ ରାତିରେ କିମ୍ବା ଆଜି ଭୋରରୁ ଏଭଳି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି। ଛତିଶଗଡର ଛେରି ଖିଡ୍ଡି ନିକଟରେ ବସଟି ଏକ ଟ୍ରକ୍କୁ ଧକ୍କା ଦେଇଥିଲା। ଅନ୍ୟ ଗୁରୁତରଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଇଛି। ଗଞ୍ଜାମ ଜିଲ୍ଲାରୁ ଶ୍ରମିକଙ୍କୁ ନେଇ ବସଟି ସୁରଟ ଯାଉଥିଲା।

ଉଲ୍ଲେଖଯୋଗ୍ୟ, ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ଅନୁଯାୟୀ ୨୦୧୯ରେ ଦେଶରେ ୪ଲକ୍ଷ ୨୧ ହଜାର ଲୋକଙ୍କର ଜୀବନହାନି ଘଟିଛି।

Leave A Reply

Your email address will not be published.