ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଗ୍ୟାସ ଭିତ୍ତିଭୂମି ବୃଦ୍ଧି ପାଇଁ ଆମେରିକା କଂପାନିକୁ ନିମନ୍ତ୍ରଣ କଲେ ଧର୍ମେନ୍ଦ୍ର

0

  • ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା
  • ଦ୍ୱିପାକ୍ଷିକ ସାମରିକ ଉର୍ଜା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର, ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନିଥ୍ ଜଷ୍ଟରଙ୍କ ସହ ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶରେ ଗ୍ୟାସ ଭିତିଭୂମିକୁ ବିକଶିତ କରିବା ପାଇଁ ଆମେରିକୀୟ କମ୍ପାନୀ ମାନଙ୍କୁ ଆଗେଇ ଆସିବାକୁ ନିମନ୍ତ୍ରଣ କରିଛନ୍ତି ।

ଆଲୋଚନା କାଳରେ ଭାରତ ଓ ଆମେରିକା ଦ୍ୱିପାକ୍ଷିକ ସାମରିକ ଉର୍ଜା ଉପରେ ଉଭୟ ଆଲୋଚନା କରିଛନ୍ତି । ଦ୍ୱିପାକ୍ଷିକ ସାମରିକ ଭାଗିଦାରୀରେ ଉର୍ଜା ଏକ ମହତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛି ବୋଲି ଆମେରିକାର ରାଷ୍ଟ୍ରଦୂତ ମତପ୍ରକାଶ କରିଥିଲେ । ଏହାସହ ପ୍ରାକୃତିକ ଗ୍ୟାସ କ୍ଷେତ୍ରକୁ କିପରି ଅଧିକ ମଜବୁତ୍ କରାଯିବ ସେ ଦିଗରେ ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା । ଏହାବ୍ୟତିତ ଚଳିତବର୍ଷ ଜୁନରେ ଆରମ୍ଭ ହୋଇଥିବା ଷ୍ଟ୍ରାଟେଜିକ୍‌ ପେଟ୍ରୋଲିୟମ ଭଣ୍ଡାର କର୍ପୋରେସନ ଉପରେ ଉଭୟ ସମୀକ୍ଷା କରିଥିଲେ ।

Leave A Reply

Your email address will not be published.