ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଏସ୍‌ ପି ବାଲସୁବ୍ରମଣ୍ୟମ୍ ଆଉ ନାହାନ୍ତି

0

ଚେନ୍ନାଇ: କିମ୍ବଦନ୍ତ ଗାୟକ ଏସ୍‌ପି ବାଲସୁବ୍ରମଣ୍ୟମ୍‌ଙ୍କର ପରଲୋକ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ସେ ବେଶ୍ କିଛିଦିନ ହେବ ଏଠାକାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ତାଙ୍କର ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସୁନଥିଲା। ୮ ତାରିଖରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ବାଲସୁବ୍ରମଣ୍ୟମ୍‌ଙ୍କ ବିୟୋଗରେ ଦକ୍ଷିଣ ଭାରତର ସିନେମା ଜଗତ ସମେତ ସମଗ୍ର ଭାରତବର୍ଷରେ ଶୋକର ଛାୟା ଖେଳିଯାଇଛି।

୧୯୪୬ ମସିହା ଜୁନ୍ ୪ ତାରିଖରେ ଆନ୍ଧ୍ରପ୍ରଦେଶର ନେଲୁର ଜିଲ୍ଲାର ଏକ ବ୍ରାହ୍ମଣ ପରିବାରରେ ବାଲ୍‌ସୁବ୍ରମଣ୍ୟମ୍ ଜନ୍ମଗ୍ରହଣ କରିଥିଲେ। ହିନ୍ଦୁ, ତେଲଗୁ, ତାମିଲ, କନ୍ନଡ ଆଦି ପ୍ରାୟ ୧୬ଟି ଭାଷାରେ ୪୦ ହଜାରରୁ ଅଧିକ ଗୀତ ବୋଲିଛନ୍ତି। ତାଙ୍କ ନିର୍ଦେଶନାରେ ୪୫ରୁ ଅଧିକ ଚଳଚ୍ଚିତ୍ର ବି ମୁକ୍ତିଲାଭ କରିଥିଲା।

ଜନ୍ମ ଗ୍ରହଣ କରିଥିଲେ । ହିନ୍ଦୀ , ତେଲୁଗୁ, କନ୍ନଡ ଓ ତାମିଲ ପରି ୧୬ଟି ଭାଷାରେ ପ୍ରାୟ ୪୦ ହଜାର ଗୀତରେ ସେ ଗୀତ ଗାଇଛନ୍ତି । ତାଙ୍କର ସଙ୍ଗୀନ ନିର୍ଦ୍ଦେଶନାରେ ବିଭିନ୍ନ ଭାଷାରେ ୪୫ଟି ଚଳଚିତ୍ର ରିଲିଜ ହୋଇଥିଲା ।

ଏସପିବି ଭାବେ ଜଣାଶୁଣା ବାଲାସୁବ୍ରମଣ୍ୟମ୍ ୧୯୬୬ ମସିହାରେ ତେଲୁଗୁ ଚଳଚ୍ଚିତ୍ର ଶ୍ରୀ ଶ୍ରୀ ଶ୍ରୀ ମରିୟାଡା ରମଣନାଙ୍କ ସହ ତାଙ୍କର ଗୀତ ଆରମ୍ଭ କରିଥିଲେ। ଯେତେବେଳେ ବି ତାମିଲ ଚଳଚ୍ଚିତ୍ରକୁ ତେଲୁଗୁ ଭାଷାରେ ଡବ୍ କରାଯାଇଥିଲା, ସେ ଅଭିନେତା କମଲ ହାସନଙ୍କ ପାଇଁ ଭଏସ୍ ଓଭର କଳାକାର ଥିଲେ। ତାଙ୍କର ପତ୍ନୀ, ପୁଅ ଓ ଗୋଟିଏ ଝିଅ ଅଛନ୍ତି।

ବାଲାସୁବ୍ରମଣ୍ୟମ୍ ଉଭୟ ଦକ୍ଷିଣ ଭାରତୀୟ ଭାଷାରେ ଏବଂ ହିନ୍ଦୀରେ ପାଞ୍ଚ ଦଶନ୍ଧି ଧରି ଅଭିନେତାମାନଙ୍କ ପାଇଁ ଗୀତ ଗାଇ ଆସୁଥିଲେ। ଏମ୍‌ଜିଆର୍‌, ଶିବାଜୀ ଗଣେଷନ୍, ମିଥୁନ ଗଣେଷନ୍‌ଙ୍କ ଠାରୁ ଆରମ୍ଭ କରି ବର୍ତମାନର ତାରକା ପର୍ଯ୍ୟନ୍ତ ସମସ୍ତଙ୍କର ସହଯୋଗୀ ଭାବେ ସେ କାମ କରିଛନ୍ତି।

ଜଣେ ଅତ୍ୟନ୍ତ ବନ୍ଧୁତ୍ୱପୂର୍ଣ୍ଣ ଏବଂ ସାଧାରଣ ବ୍ୟକ୍ତି ଭଳି ସେ ବ୍ୟବହାର କରନ୍ତି। ଥରେ ଏସ୍‌ପିବି କହିଥିଲେ, ସେ ଜୀବନକୁ ଭଲ ପାଆନ୍ତି ଏବଂ କେବେ ମରିବାକୁ ଚାହାଁନ୍ତି ନାହିଁ।

Leave A Reply

Your email address will not be published.