ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଏସ୍‌ ପି ବାଲସୁବ୍ରମଣ୍ୟମ୍ ଆଉ ନାହାନ୍ତି

0

ଚେନ୍ନାଇ: କିମ୍ବଦନ୍ତ ଗାୟକ ଏସ୍‌ପି ବାଲସୁବ୍ରମଣ୍ୟମ୍‌ଙ୍କର ପରଲୋକ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ସେ ବେଶ୍ କିଛିଦିନ ହେବ ଏଠାକାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ତାଙ୍କର ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସୁନଥିଲା। ୮ ତାରିଖରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ବାଲସୁବ୍ରମଣ୍ୟମ୍‌ଙ୍କ ବିୟୋଗରେ ଦକ୍ଷିଣ ଭାରତର ସିନେମା ଜଗତ ସମେତ ସମଗ୍ର ଭାରତବର୍ଷରେ ଶୋକର ଛାୟା ଖେଳିଯାଇଛି।

୧୯୪୬ ମସିହା ଜୁନ୍ ୪ ତାରିଖରେ ଆନ୍ଧ୍ରପ୍ରଦେଶର ନେଲୁର ଜିଲ୍ଲାର ଏକ ବ୍ରାହ୍ମଣ ପରିବାରରେ ବାଲ୍‌ସୁବ୍ରମଣ୍ୟମ୍ ଜନ୍ମଗ୍ରହଣ କରିଥିଲେ। ହିନ୍ଦୁ, ତେଲଗୁ, ତାମିଲ, କନ୍ନଡ ଆଦି ପ୍ରାୟ ୧୬ଟି ଭାଷାରେ ୪୦ ହଜାରରୁ ଅଧିକ ଗୀତ ବୋଲିଛନ୍ତି। ତାଙ୍କ ନିର୍ଦେଶନାରେ ୪୫ରୁ ଅଧିକ ଚଳଚ୍ଚିତ୍ର ବି ମୁକ୍ତିଲାଭ କରିଥିଲା।

ଜନ୍ମ ଗ୍ରହଣ କରିଥିଲେ । ହିନ୍ଦୀ , ତେଲୁଗୁ, କନ୍ନଡ ଓ ତାମିଲ ପରି ୧୬ଟି ଭାଷାରେ ପ୍ରାୟ ୪୦ ହଜାର ଗୀତରେ ସେ ଗୀତ ଗାଇଛନ୍ତି । ତାଙ୍କର ସଙ୍ଗୀନ ନିର୍ଦ୍ଦେଶନାରେ ବିଭିନ୍ନ ଭାଷାରେ ୪୫ଟି ଚଳଚିତ୍ର ରିଲିଜ ହୋଇଥିଲା ।

ଏସପିବି ଭାବେ ଜଣାଶୁଣା ବାଲାସୁବ୍ରମଣ୍ୟମ୍ ୧୯୬୬ ମସିହାରେ ତେଲୁଗୁ ଚଳଚ୍ଚିତ୍ର ଶ୍ରୀ ଶ୍ରୀ ଶ୍ରୀ ମରିୟାଡା ରମଣନାଙ୍କ ସହ ତାଙ୍କର ଗୀତ ଆରମ୍ଭ କରିଥିଲେ। ଯେତେବେଳେ ବି ତାମିଲ ଚଳଚ୍ଚିତ୍ରକୁ ତେଲୁଗୁ ଭାଷାରେ ଡବ୍ କରାଯାଇଥିଲା, ସେ ଅଭିନେତା କମଲ ହାସନଙ୍କ ପାଇଁ ଭଏସ୍ ଓଭର କଳାକାର ଥିଲେ। ତାଙ୍କର ପତ୍ନୀ, ପୁଅ ଓ ଗୋଟିଏ ଝିଅ ଅଛନ୍ତି।

ବାଲାସୁବ୍ରମଣ୍ୟମ୍ ଉଭୟ ଦକ୍ଷିଣ ଭାରତୀୟ ଭାଷାରେ ଏବଂ ହିନ୍ଦୀରେ ପାଞ୍ଚ ଦଶନ୍ଧି ଧରି ଅଭିନେତାମାନଙ୍କ ପାଇଁ ଗୀତ ଗାଇ ଆସୁଥିଲେ। ଏମ୍‌ଜିଆର୍‌, ଶିବାଜୀ ଗଣେଷନ୍, ମିଥୁନ ଗଣେଷନ୍‌ଙ୍କ ଠାରୁ ଆରମ୍ଭ କରି ବର୍ତମାନର ତାରକା ପର୍ଯ୍ୟନ୍ତ ସମସ୍ତଙ୍କର ସହଯୋଗୀ ଭାବେ ସେ କାମ କରିଛନ୍ତି।

ଜଣେ ଅତ୍ୟନ୍ତ ବନ୍ଧୁତ୍ୱପୂର୍ଣ୍ଣ ଏବଂ ସାଧାରଣ ବ୍ୟକ୍ତି ଭଳି ସେ ବ୍ୟବହାର କରନ୍ତି। ଥରେ ଏସ୍‌ପିବି କହିଥିଲେ, ସେ ଜୀବନକୁ ଭଲ ପାଆନ୍ତି ଏବଂ କେବେ ମରିବାକୁ ଚାହାଁନ୍ତି ନାହିଁ।

Leave A Reply

Your email address will not be published.