ପ୍ରମୁଖ ଖବର

ଥାନାରେ ପୁଲିସର ଆଚରଣ ପାଇଁ ଆସିବ ମାର୍ଗଦର୍ଶିକା, ସବୁ ପୁଲିସ ଶିଖିବେ ସିସିଟିଭି କ୍ୟାମେରା ପରିଚାଳନା
ହରିୟାଣା ନିର୍ବାଚନ ଫଳାଫଳ: ଜୁଲାନା ଆସନରୁ ଜିତିଲେ ଭିନେଶ ଫୋଗାଟ
OPSC ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ
ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହେଲେ ମିଥୁନ ଚକ୍ରବର୍ତ୍ତୀ
ବିଧାନସଭା ନିର୍ବାଚନରେ ମିଥ୍ୟା ତଥ୍ୟ ଦାଖଲ ନେଇ ଲକ୍ଷ୍ମଣ ବାଗଙ୍କୁ ଝଟ୍‌କା
‘ଦମନ’କୁ ମିଳିଲା ଜାତୀୟ ପୁରସ୍କା
ଓମାର ଅବଦୁଲ୍ଲା ହେବେ ଜାମ୍ମୁ-କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ବିଧାନସଭା ପୂର୍ବରୁ ଅରୁଣଙ୍କ ମାଷ୍ଟର କାର୍ଡ

0
  • ୱେବିନାର କରି ୧୦୦୦ରୁ ଅଧିକ ଶିକ୍ଷାବିତ୍‌ଙ୍କ ସହିତ କଲେ ଆଲୋଚନା
  • ଆଶ୍ବାସନା ଦେଲେ ସଂଶୋଧିତ ଅଧ୍ୟାଦେଶ ବିଶ୍ବବିଦ୍ୟାଳୟର ସ୍ବାତନ୍ତ୍ରତା କ୍ଷୁର୍ଣ୍ଣ କରିବନି
  • କୁଳପତିଙ୍କୁ ବି ବିଶ୍ବାସ ଦେଲେ ସରକାର, କାର୍ଯ୍ୟକାଳ ବଢୁଛି, ଅବସର ବୟସ ବି
  • କୁଳପତି ନିଯୁକ୍ତିରେ ବି ରାଜ୍ୟ ସରକାରଙ୍କର ସହମତି ଲୋଡୁନଥିଲେ କି ଲୋଡିବେନି

ଭୁବନେଶ୍ବର: ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୨୦୨୦ ବିଶ୍ୱବିଦ୍ୟାଳୟର ସ୍ୱାତନ୍ତ୍ରତାକୁ କ୍ଷୁଣ୍ଣ କରିବ ନାହିଁ ବୋଲି ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ କହିଛନ୍ତି। ଆଜି ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୨୦୨୦ ସଂପର୍କରେ ଆୟୋଜିତ ଏକ ୱେବିନାରରେ ଅଧ୍ୟାଦେଶର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରି ମନ୍ତ୍ରୀ ଡଃ.ସାହୁ କହିଲେ ଯେ ଉଚ୍ଚଶିକ୍ଷା ବିଭାଗରେ ଅନେକ ପୂର୍ବପ୍ରଚଳିତ ଆଇନ ସାଂପ୍ରତିକ ସ୍ଥିତିରେ ତାହାର ପ୍ରାସଙ୍ଗିକତା ହରାଇଥିବାରୁ ସେଥିରେ ସଂଶୋଧନର ଆବଶ୍ୟକତା ଅନୁଭବ କରାଯାଇଥିଲା। ଏପରି ସ୍ଥିତିରେ ଓଡିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ର ଆବଶ୍ୟକୀୟ ସଂଶୋଧନ ଅଣାଯାଇଛି ।

ମନ୍ତ୍ରୀ କହିଥିଲେ, ନୂତନ ସଂସ୍କାର ଫଳରେ ବିଶ୍ୱବିଦ୍ୟାଳୟ ଏବଂ କୁଳପତିଙ୍କର ସ୍ୱାତନ୍ତ୍ରତା କ୍ଷୁଣ୍ଣ ହେବନାହିଁ। ଏମିତିରେ ବି କୁଳପତିଙ୍କର କାର୍ଯ୍ୟକାଳ ୩ ବର୍ଷରୁ ୪ବର୍ଷକୁ ବୃଦ୍ଧି କରାଯାଇଛି ଏବଂ କୁଳପତିମାନଙ୍କର ଅବସର ସମୟସୀମା ୬୭ ବର୍ଷକୁ ବୃଦ୍ଧି କରାଯିବା ଫଳରେ କୁଳପତିମାନେ ବିଶ୍ୱବିଦ୍ୟାଳୟ ଗୁଡିକରେ ଦିର୍ଘମିଆଦୀ ପରିବର୍ତନ ଆଣିବାରେ ସକ୍ଷମ ହୋଇପାରିବେ ବୋଲି ସରକାର ବିଚାର କରିଛନ୍ତି ବୋଲି ମନ୍ତ୍ରୀ ଯୁକ୍ତି ରଖିଥିଲେ।

ଶ୍ରୀ ସାହୁ ଏହି ଅବସରରେ ସ୍ପଷ୍ଟ କରିଥିଲେ ଯେ ନୂତନ ଅଧ୍ୟାଦେଶରେ କୁଳପତି ଚୟନ ପକ୍ରିୟାରେ ରାଜ୍ୟ ସରକାରଙ୍କର ଭୂମିକା ନାହିଁ। । କୁଳପତିଙ୍କ ଦ୍ୱାରା ଗଠି୍‌ତ କମିଟିର ସୁପାରିସ ଅନୁଯାୟୀ କୁଳାଧିପତି ୩ ଜଣ ମଧ୍ୟରୁ ଜଣଙ୍କୁ କୁଳପତି ଭାବେ ନିଯୁକ୍ତି ଦେଇ ଥାଆନ୍ତି । ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ପରାମର୍ଶ ଆବଶ୍ୟକତା ନାହିଁ କିମ୍ବା କୁଳାଧିପତି ରାଜ୍ୟ ସରକାରଙ୍କ ସହମତି ଲୋଡନ୍ତି ନାହିଁ । ଯେହେତୁ ସିଣ୍ଡିକେଟରେ ସଂପୃକ୍ତ ବିଶ୍ୱବିଦ୍ୟାଳୟର ୧୦ଜଣ ସଦସ୍ୟ ଥାଆନ୍ତି, ସେ କ୍ଷେତ୍ରରେ ସିଣ୍ଡିକେଟ କୁଳପତି ଚୟନ କ୍ଷେତ୍ରରେ ଏକ ଆଗ୍ରହୀ ପକ୍ଷେ ଭାବେ ବିବେଚିତ ହୋଇଥାଏ। ଏପରି କ୍ଷେତ୍ରରେ ଔଚିତ୍ୱ ଏବଂ ସ୍ୱଚ୍ଛତା ଦୃଷ୍ଟିରୁ ସିଣ୍ଡିକେଟକୁ କୁଳପତି ଚୟନ ପ୍ରକ୍ରିୟା ଦୁରେଇ ରଖିବା ବାଞ୍ଛନୀୟ। ଗୁଜୁରାଟ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର , ପଞ୍ଜାବ, ଆନ୍ଧ୍ରପ୍ରଦେଶ ଓ ବିହାର ପରି ରାଜ୍ୟ ତୁଳନାରେ ଓଡିଶାର ରାଜ୍ୟ ସରକାରଙ୍କ କୁଳପତି ଚୟନ କ୍ଷେତ୍ରରେ କୌଣସି ଭୁମିକା ନାହିଁ ।

ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ପଦବିରେ ନିଯୁକ୍ତି ପ୍ରକିୟାକୁ ତ୍ୱରାନିତ କରିବା ଲକ୍ଷ୍ୟରେ ଅଧିନିୟମର ସଂଶୋଧନ ଅଣାଯାଇ ଓଡିଶା ଲୋକସେବା ଆୟୋଗକୁ ଶିକ୍ଷକ ଚୟନ ନିମନ୍ତେ ଦାୟିତ୍ୱ ଦିଆଯାଇଛି ବୋଲି ସୂଚନା ଦେଇ ମନ୍ତ୍ରୀ କହିଥିଲେ, ବର୍ତମାନ ବିଶ୍ୱବିଦ୍ୟାଳୟ ଗୁଡିକର ସଂଖ୍ୟା ବୃଦ୍ଧି ପାଇଥିବା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟରେ ନିରନ୍ତର ଶିକ୍ଷକ ଚୟନ ପ୍ରକ୍ରିୟା ଜାରି ରହିଛି । ଏଥିନିମନ୍ତେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟକୁ ବହୁଳ ଅର୍ଥ ଓ ସମୟ ବ୍ୟୟ କରିବାକୁ ପଡୁଛି ଏବଂ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଛି । ଏପରି କ୍ଷେତ୍ରରେ ଏକ ସାମ୍ବିଧାନିକ ସଂସ୍ଥା ଓଡିଶା ଲୋକସେବା ଆୟୋଗକୁ ଶିକ୍ଷକ ଚୟନ ନିମନ୍ତେ ଦାୟିତ୍ୱ ଦିଆଯାଇଛି । ନୂତନ ବ୍ୟବସ୍ଥାରେ ଶିକ୍ଷକ ପଦବୀ ନିଯୁକ୍ତିରେ ଅଧିକ ସ୍ୱଚ୍ଛତା ପାଳନ ସହିତ ନିଯୁକ୍ତି ପ୍ରକ୍ରିୟା ତ୍ୱରାନିତ ହୋଇପାରିବ।

ସଂପ୍ରତି ବିଶ୍ୱବିଦ୍ୟାଳୟ ଅଣଶିକ୍ଷକ ପଦବୀ ନିମନ୍ତେ ବହୁଳ ସଂଖ୍ୟାରେ ପ୍ରାର୍ଥୀ ଆବେଦନ କରୁଥିବା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରାର୍ଥୀ ଚୟନ କ୍ରମଶଃ କଷ୍ଟ ସାଧ୍ୟ ଓ ସମୟ ସାପେକ୍ଷ ହୋଇପଡିଛି । ଓଡିଶା ବିଶ୍ୱବିଦ୍ୟାଳୟଳ ଅଧିନିୟମ ୧୯୮୯ରେ ସଂଶୋଧନ ପୂର୍ବରୁ ୬ରୁ ୭ଟି ବିଶ୍ୱବିଦ୍ୟାଳୟ କୁଳାଧିପତିଙ୍କ ଠାରୁ ଅନୁମୋଦନ ଆଣି ଅଣଶିକ୍ଷକ ପଦବୀ ଚୟନ ନିମନ୍ତେ ରାଜ୍ୟ ସିଲେକସନ ବୋର୍ଡକୁ ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସିଲେକନ ବୋର୍ଡ ପରି କେନ୍ଦ୍ରିଭୂତ ସଂସ୍ଥା ଦ୍ୱାରା ନିଯୁକ୍ତ ଅଣଶିକ୍ଷକ ନିଯୁକ୍ତି ଦ୍ୱାରା ବିଶ୍ୱବିଦ୍ୟାଳୟ ଗୁଡିକ ନିଜ ନିଜ ସ୍ତରରେ କଷ୍ଟକର ନିଯୁକ୍ତି ପ୍ରକ୍ରିୟାରୁ ମୁକ୍ତ ହୋଇଛନ୍ତି ବୋଲି ମନ୍ତ୍ରୀ କହିଥିଲେ।

ସେ ଆହୁରି କହିଥିଲେ ଯେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟର ଅଡିଟ ରିପୋର୍ଟ ୫୦୦ ପୃଷ୍ଟାରୁ ଅଧିକ ହେଉଥିବା ବେଳେ ବିଧାୟକ ମାନଙ୍କ ନିମନ୍ତେ ସମସ୍ତ ବିଶ୍ୱବିଦ୍ୟାଳୟ ଅଡିଟ ରିପୋର୍ଟ କପି ଯୋଗାଇବା କ୍ଷେତ୍ରରେ ଲକ୍ଷାଧିକ ପୃଷ୍ଠାର ଜେରକ୍ସ କପି ଆବଶ୍ୟକ ହେଉଥିବା ବେଳେ ଅଧିନିୟମରେ ସଂଶୋଧନ ଅଣାଯାଇ ଅଡିଟ ରିପୋର୍ଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩୦ ଦିନ ମଧ୍ୟରେ ୱେବସାଇଟରେ ଅପଲୋଡ କରିବାର ବ୍ୟବସ୍ଥା ରଖାଯାଇଛି। ଏହା ୱେବସାଇଡରେ ଅନ୍ତତ ପକ୍ଷେ ୩ ବର୍ଷ ନିମନ୍ତେ ପ୍ରଦର୍ଶିତ ହେବ । ପୂର୍ବରୁ ଅଡିଟ ରିପୋର୍ଟ ଜନସାଧାରଣଙ୍କ ହସ୍ତଗତ ହୋଇପାରୁନଥିବା ବେଳେ ଏହାକୁ ସାର୍ବଜନୀନ କରାଯାଇଛି । ସମସ୍ତ ବିଶ୍ୱବିଦ୍ୟାଳୟର ଅଡିଟ ରିପୋର୍ଟ ୱେବସାଇଟରେ ଉପଲବ୍ଧ ହେଉଥିବାରୁ ଯଦି ରିପୋର୍ଟ କୌଣସି ଗୁରତର ଅସଙ୍ଗତି କଥା ଉଲ୍ଲେଖ କରିଥାଏ ତେବେ ସେ ସମ୍ପର୍କରେ ଓଡିଶା ବିଧାନସଭାରେ ଆଲୋଚନା ହୋଇପାରିବ । ଏଥି ସହିତ ବିଧାନସଭାର ଉଚ୍ଚଶିକ୍ଷା ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ଦ୍ୱାରା ଉଚ୍ଚଶିକ୍ଷା ବିଭାଗରେ ସମିକ୍ଷା ସମୟରେ ଅଡିଟ ରିପୋର୍ଟ ବିଷୟରେ ମଧ୍ୟ ଆଲୋଚନା ହୋଇପାରିବ।

ସେହିପରି ବିଶ୍ୱବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଅନେକ ବର୍ଷ ଧରି ସିନେଟର ଭୂମିକା କେବଳ ଆଳଙ୍କାରିକ ହୋଇଯାଇଥିଲା ଏବଂ ପରିଚାଳନା କ୍ଷେତ୍ରରେ ଏହାର ପ୍ରାୟତଃ ଅବଦାନ ନଥଲା । ବର୍ଷ ବର୍ଷ ଧରି ବିଶ୍ୱବିଦ୍ୟାଳୟରେ ସିନେଟର କୌଣସି ବୈଠକ ନବସିବା ଦ୍ୱାରା ଏହା ପ୍ରାସଙ୍ଗିକତା ହରାଇ ବସିଛି । ଏପରି ସ୍ଥିତିରେ ବିଶ୍ୱବିଦ୍ୟାଳୟର ସିନେଟର ଆବଶ୍ୟକତା ଅନୁଭବ କରାଯାଉନଥିବା ଯୋଗୁ ଏହାର ଉଚ୍ଛେଦ କରାଯାଇଛି।

ଉଦାହରଣ ଦେଇ ମନ୍ତ୍ରୀ କହିଥିଲେ, ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୁତ ବିଶ୍ୱବିଦ୍ୟାଳୟ ନିମନ୍ତେ ଅଲଗା ଅଲଗା ଅଧିନିୟମ ଥିବାବେଳେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ ପ୍ରବର୍ତିତ ହେବାପରେ ସମସ୍ତ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ଅଧିନିୟମକୁ ଉଚ୍ଛେଦୁ କରାଯାଇ ୧୯୮୯ ଅଧିନିୟମର ଅର୍ନ୍ତଗତ କରାଯାଇଛି । ତେଣୁ ପ୍ରଶାସନିକ ସୁବିଧା ନିମନ୍ତେ ରେଭେନସା ଅଧିନିୟମ ୨୦୦୫ ଉଚ୍ଛେଦ କରାଯାଇ ସମସ୍ତ ବିଶ୍ୱବିଦ୍ୟାଳୟକୁ ଗୋଟିଏ ଅଧିନିୟମର ଅର୍ନ୍ତଭୁକ୍ତ କରାଯାଇଛି। ବିଶ୍ୱବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ସିନେଟ ବ୍ୟବସ୍ଥା ଉଛେଦ କରାଯାଇ ସିଣ୍ଡିକେଟର ପୁର୍ନଗଠନ କରାଯାଇଛି । ଏହାଦ୍ୱାରା ଏହା ଅଧିକ ବ୍ୟବସ୍ଥିତ ହୋଇପାରିବ। ପୂବପରି କୁଳପତି ସିଣ୍ଡିକେଟର ଅଧ୍ୟକ୍ଷ ରହିବେ । ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଅଧ୍ୟକ୍ଷ ହେବେ ନାହିଁ । ସିଣ୍ଡିକେଟର ନିଷ୍ପତି ବହୁମତରେ ନିଆଯାଏ । ସିଣ୍ଡିକେଟରେ ସଂପୃକ୍ତ ବିଶ୍ୱବିଦ୍ୟାଳୟର ସଂଖ୍ୟାଧିକ ସଦସ୍ୟ ରହୁଥିବା ଦୃଷ୍ଟିରୁ ସିଣ୍ଡିକେଟରେ ବିଶ୍ୱବିଦ୍ୟାଳୟର ପ୍ରଭାବ ଅକ୍ଷୁଣ୍ଣ ରହିବ ବୋଲି ମନ୍ତ୍ରୀ ଡ଼. ସାହୁ ମତବ୍ୟକ୍ତ କରିଥିଲେ।

ୱେବିନାରରେ ଉଚ୍ଚଶିକ୍ଷା ବିଭାଗର କମିସନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର ସଂଶୋଧିତ ଅଧ୍ୟାଦେଶର ମୁଖ୍ୟ ଦିଗ ବିଷୟରେ ବିଶଦ ଭାବରେ ଆଲୋଚନା କରି ଅନ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟର ଅଧିନିୟମର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ । ଏହି ୱେବିନାରରେ ପ୍ରାୟ ୧୦୦୦ ଶିକ୍ଷାବିତ ଭାଗ ନେଇଥିଲେ।

Leave A Reply

Your email address will not be published.