ପ୍ରମୁଖ ଖବର

କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ମଧ୍ୟରେ ତେଜୁଛି ବିବାଦ
ଘରୋଇ ସଂସ୍ଥାରେ କନ୍ନଡ଼ ଲୋକଙ୍କ ପାଇଁ ୭୦% ଚାକିରି ସଂରକ୍ଷଣ କଲେ କର୍ଣ୍ଣାଟକ ସରକାର
ହରିଆଣା ସରକାର ଅଗ୍ନିପଥ ଯୋଜନାରେ କାର୍ଯ୍ୟ କରିଥିବା ଅଗ୍ନିବୀରମାନଙ୍କୁ ପୁଲିସ ଏବଂ ମାଇନିଂ ଗାର୍ଡ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କଲେ
ଆଜି ସୁନା ବେଶ : ଦୁନିଆ ଦେଖିବା ଜଗାର ମହଣ ମହଣ ସୁନା
ମହାରାଷ୍ଟ୍ର ସରକାର ରାଜ୍ୟର ଯୁକ୍ତ ଦୁଇ, ଯୁକ୍ତ ତିନି ଓ ଡିପ୍ଲୋମାଧାରୀ ଛାତ୍ରଛାତ୍ରୀଙ୍କ ଆର୍ଥିକ ସହାୟତା ପାଇଁ ଲାଡଲା ଭାଇ ଯୋଜନାର ଘୋଷଣା କରିଛନ୍ତି
ବିଜେପି ସରକାରର ସବୁ ବିଭାଗ ଉପରେ ନଜର ରଖିବ ବିଜେଡି, ଦଳର ୫୦ ବିଧାୟକଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ନବୀନ

ମୋଦୀ ଶୁଣିଲେ ମୁକୁଟଧାରୀ ବାଇଗଣ ଗପ

0
  • ମନ୍ କି ବାତ୍‌ରେ ତେନାଲୀ ରାମ କାହାଣୀ ପ୍ରଧାନମନ୍ତ୍ରୀଙ୍କ ମନମୋହିଲା
  • ନୂଆପିଢୀକୁ ମହାପୁରୁଷ ଓ ମହୀୟସୀ ମହିଳାଙ୍କ କାହାଣୀ କହିବା ଲାଗି ପରାମର୍ଶ ଦେଲେ
  • ପୋଷଣ ମାସରେ ଖାଦ୍ୟ ସଂପର୍କିତ ଗପ ଲାଗି ଶୁଭେଚ୍ଛା ବି ଜଣାଇଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍‌ରେ ଆଜି ଗୋଟିଏ ଗପ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ବାଙ୍ଗାଲୋର ଅଞ୍ଚଳର କିିଛି ବ୍ୟକ୍ତିଙ୍କ ସହିତ ପ୍ରଧାନମନ୍ତ୍ରୀ କଥା ହେବା ବେଳେ ଗପ ଶୁଣିବାକୁ ଚାହିଁଥିଲେ। ଏହି ଗପଟି ତେନାଲୀ ରାମଙ୍କ କାହାଣୀ। କିନ୍ତୁ ବେଶ୍ ରୋଚକ। ପ୍ରଧାନମନ୍ତ୍ରୀ ଗପ ଶୁଣିବାପରେ କହିଥିଲେ, ଏଥିରେ ଏତେ ସରଳତା ଥିଲା, ଏତେ ନିଖୁଣତା ଥିଲା ଯେ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ଯିଏ ବି ତାକୁ ଶୁଣିବେ, ନିଶ୍ଚୟ ମନେ ରଖିବେ। ଖୁବ ଭଲ ଢଙ୍ଗରେ ଏହାକୁ ପରିବେଷଣ କରାଯାଇଥିଲା। ଏମିତିରେ ବି ଏହି ଗପ ସହିତ ଗୋଟିଏ ବିଶେଷ ସଂଯୋଗ ଘଟିଛି। ତାହା ହେଉଛି ଦେଶରେ ଏବେ ପୋଷଣ ମାସ ଚାଲିଛି। ଆଉ କାହାଣୀଟି ମଧ୍ୟ ଭୋଜନ ସହ ସର୍ମ୍ପକିତ ।

ଯେଉଁମାନେ ଏହି କାହାଣୀ କହିବାର କାର୍ଯ୍ୟ କରୁଛନ୍ତି,  ସେମାନଙ୍କୁ ଦେଖିବାକୁ ପଡ଼ିବ କିଭଳି ଆମର ନୂତନ ପିଢ଼ୀକୁ ଆମର ମହାପୁରୁଷ, ମହୀୟସୀ ମହିଳାମାନଙ୍କ କଥା କାହାଣୀ ଆକାରରେ କହିପାରିବା! ଆମେ କଥାଶାସ୍ତ୍ରର କିଭଳି ଅଧିକ ପ୍ରଚାର କରିବା, ଏହାକୁ ଜନପ୍ରିୟ କରିବା ଏବଂ ପ୍ରତ୍ୟେକ ଘରେ ପିଲାଙ୍କୁ ଭଲ କାହାଣୀ କହିବା ଓ ଶୁଣାଇବା ତାହା ମଧ୍ୟ ଗୋଟିଏ ବହୁତ ବଡ଼ କାମ ହେବ। ଏଭଳି ପରିବେଶ ସୃଷ୍ଟି କରିବା ଦିଗରେ ଆମେ ସମସ୍ତେ ମିଶି କାମ କରିବା ଉଚିତ। ଏଥିସହିତ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ପ୍ରଧାନମନ୍ତ୍ରୀଙ୍କୁ କୁହାଯାଇଥିଲା ଗପଟି ଥିଲା ଏମିତି-

ରାଜାଙ୍କ ନାମ ଥିଲା କୃଷ୍ଣଦେବ ରାୟ ଓ ରାଜ୍ୟର ନାମ ଥିଲା ବିଜୟନଗର । ରାଜା ଥିଲେ ଖୁବ୍ ଗୁଣବାନ । ତାଙ୍କର ଦୁର୍ବଳତା ଭିତରେ ଥିଲା କେବଳ ଦୁଇଟି କଥା – ପ୍ରଥମଟି ନିଜ ମନ୍ତ୍ରୀ ତେନାଲୀ ରାମାକୁ ବେଶୀ ଭଲ ପାଇବା ଓ ଦ୍ୱିତୀୟରେ ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଇବା । ରାଜା ପ୍ରତିଦିନ ଦ୍ୱିପହରରେ ସ୍ୱାଦିଷ୍ଟ ବ୍ୟଞ୍ଜନ ଆଶାରେ ଭୋଜନ ପାଇଁ ବସୁଥିଲେ । କିନ୍ତୁ ପ୍ରତିଦିନ ତାଙ୍କ ରୋଷେଇୟା ତାଙ୍କୁ ସେହି ସ୍ୱାଦହୀନ ତରକାରୀ ଖୁଆଉଥିଲେ । ଜହ୍ନି, ଲାଉ, କଖାରୁ – ଓଃ… । ଦିନେ ରାଗିଯାଇ ରାଜା ନିଜର ଥାଳିକୁ ଫୋପାଡ଼ିଦେଲେ । ରାଗରେ ସେ ତାଙ୍କ ରୋଷେଇୟାକୁ କହିଲେ – କାଲି କିଛି ସୁସ୍ୱାଦୁ ତରକାରି ରାନ୍ଧିବ ନ ହେଲେ ତୁମକୁ ଶୁଳିରେ ଚଢ଼େଇଦେବି।

ବିଚରା ରୋଷେଇୟା ଡରିଗଲା । ସେ ନୂଆ ପରିବା ଆଣିବ ବା କେଉଁଠୁ? ରୋଷେଇୟା ସିଧା ଦଉଡ଼ିଗଲା ତେନାଲୀ ରାମାଙ୍କ ପାଖକୁ ଆଉ ତାଙ୍କୁ ସବୁ କଥା କହିଲା । ତା କଥା ଶୁଣି ତେନାଲି ରାମା ରୋଷେଇୟାକୁ ଗୋଟିଏ ଉପାୟ ବତାଇଲେ । ପରଦିନ ରାଜା ଭୋଜନ ସମୟରେ ଆସି ପହଂଚିଲେ ଓ ରୋଷେଇୟାକୁ ଡାକ ପକାଇଲେ । ପଚାରିଲେ – ଆଜି କିଛି ଭଲ ରାନ୍ଧିଛ ନା ତମ ପାଇଁ ଶୁଳି ପ୍ରସ୍ତୁତ କରିବି? 

ଭୟଭୀତ ରୋଷେଇୟା ସଙ୍ଗେ ସଙ୍ଗେ ଥାଳିରେ ଖାଦ୍ୟ ପରଷିଦେଲା। ଥାଳିରେ ନୂଆ ପ୍ରକାର ତରକାରୀ ଥିଲା । ରାଜା ଉତ୍ସାହିତ ହେଲେ ଆଉ ଟିକିଏ ତରକାରୀ ଚାଖିଲେ । ଆରେ ବାଃ .. କି ବଢ଼ିଆ ହେଇଛି! ନା ଜହ୍ନି ଭଳିଆ ଫିକା ନା କଖାରୁ ଭଳି ମିଠା । ରୋଷେଇୟା ପକାଇଥିବା ସବୁ ପ୍ରକାର ମସଲା ଖୁବ ଭଲଭାବେ ମିଶିଯାଇଥିଲା । ଆଙ୍ଗୁଠି ଚାଟୁ ଚାଟୁ ସନ୍ତୁଷ୍ଟ ରାଜା ରୋଷେଇୟାକୁ ଡାକି ପଚାରିଲେ – ସେଇଟା କି ତରକାରି ଥିଲା? ସେ ତରକାରୀର ନାଁ କ’ଣ? ଶିଖାଯାଇଥିବା ଅନୁସାରେ ରୋଷେଇୟା ଉତ୍ତର ଦେଲା – ମହାରାଜ, ଇଏ ମୁକୁଟଧାରୀ ବାଇଗଣ । ପ୍ରଭୁ, ଠିକ ଆପଣଙ୍କ ଭଳି ଇଏ ବି ପରିବା ଭିତରେ ରାଜା । ସେଇଥିପାଇଁ ଅନ୍ୟ ପରିବାମାନେ ବାଇଗଣକୁ ମୁକୁଟ ପିନ୍ଧାଇଛନ୍ତି।

ଖୁସି ହୋଇ ରାଜା କହିଲେ – ଆଜିଠୁ ଆମେ ମୁକୁଟଧାରୀ ବାଇଗଣ ଖାଇବୁ । ଆଉ କେବଳ ଆମେ ନୁହେଁ, ଆମ ରାଜ୍ୟର ସମସ୍ତେ ଏହା ଖାଇବେ । ଆମ ରାଜ୍ୟରେ ଏହି ବାଇଗଣ ଛଡ଼ା ଆଉ କୌଣସି ତରକାରୀ ରନ୍ଧା ହେବନି । ରାଜା ଓ ପ୍ରଜା ଉଭୟେ ଖୁସି ଥିଲେ । ପ୍ରଥମେ ସେମାନେ ଖୁସି ଥିଲେ କାରଣ ସେମାନେ ଗୋଟିଏ ନୂଆ ପରିବା ପାଇଥିଲେ । କିନ୍ତୁ ଦିନ ବିତିବା ସାଙ୍ଗକୁ ସେଥିରେ ବ୍ୟତିକ୍ରମ ଦେଖାଗଲା । ଗୋଟିଏ ଘରେ ବାଇଗଣ ଭର୍ତା ତ ଆଉ ଗୋଟିଏ ଘରେ ବାଇଗଣ ଭଜା । ଜଣକ ଘରେ କତା ସମ୍ବର ତ ଅନ୍ୟ ଜଣକ ଘରେ ୱାଂଗି ଭାତ । ବିଚରା ବାଇଗଣଟି କେତେ ରୂପ ଧାରଣ କରିଥାନ୍ତା?

ଧିରେ ଧିରେ ରାଜା ମଧ୍ୟ ବିରକ୍ତ ହୋଇଗଲେ । ସବୁଦିନ ସେଇ ଏକା ବାଇଗଣ! ଏମିତି ଦିନ ଆସିଲା ଯେ ରାଜା ରୋଷେଇୟାକୁ ଡାକି ଖୁବ ବିରକ୍ତି ପ୍ରକାଶ କଲେ। ପଚାରିଲେ – ବାଇଗଣ ମୁଣ୍ଡରେ ମୁକୁଟ ଅଛି ବୋଲି ତୁମକୁ କିଏ କହିଲା? ଆମ ରାଜ୍ୟରେ ଆଜିଠୁ କେହି ବାଇଗଣ ଖାଇବେ ନାହିଁ । କାଲିଠୁ ଆଉ ଯାହାକିଛି ତରକାରୀ କରିବ କିନ୍ତୁ ବାଇଗଣ ତରକାରି କରିବନି। ଯଥାଜ୍ଞା ମହାରାଜ କହି ରୋଷେଇୟା ସିଧା ତେନାଲୀ ରାମା ପାଖକୁ ଗଲା । ତାଙ୍କ ଗୋଡ଼ ଧରି କହିଲା – ମନ୍ତ୍ରୀ ମହୋଦୟ, ଧନ୍ୟବାଦ । ଆପଣ ମୋ ଜୀବନ ବଞ୍ଚାଇଦେଲେ । ଆପଣଙ୍କ ପରାମର୍ଶ ଅନୁସାରେ ଏଥର ମୁଁ ଅନ୍ୟ ତରକାରୀ ମଧ୍ୟ ରାନ୍ଧି ରାଜାଙ୍କୁ ଖୁଆଇପାରେ । ତେନାଲୀ ରାମା ହସି ହସି କହିଲେ –ଯିଏ ରାଜାଙ୍କୁ ଖୁସି ନ ରଖିପାରେ ସିଏ କି ମନ୍ତ୍ରୀ? ଏହିଭଳି କୃଷ୍ଣଦେବ ରାୟ ଓ ତେନାଲୀ ରାମାଙ୍କ ନୂଆ ନୂଆ ଗପ ସୃଷ୍ଟି ହେଇ ଚାଲିଲା ଓ ଲୋକ ଶୁଣି ଚାଲିଲେ।

Leave A Reply

Your email address will not be published.