ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ଏଇ ୭ ଦିନ ବେଶୀ ବିପଦ!

0
  • ରାଜ୍ୟରେ ସଂକ୍ରମଣ ହାର କମୁଛି, ମୃତ୍ୟୁ ସଂଖ୍ୟା କିନ୍ତୁ ଚିନ୍ତାଜନକ
  • ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୦୦ ଟପିଲା
  • କୋଭିଡ୍ ପଜିଟିଭ୍‌ଙ୍କ ସଂଖ୍ୟା ଖସି ଆସି ୧୭୯୩ ଛୁଇଁଛି

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ସ୍ଥିତିରେ ଏକ ବଡ଼ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। କୋଭିଡ୍ ପଜିଟିଭ୍ ସଂଖ୍ୟା ଦ୍ରୁତ ଖସୁଛି। ଆଜି ରିପୋର୍ଟ କହୁଛି, ଗତକାଲି ୧୭୯୩ଜଣଙ୍କ ଠାରେ ପଜିଟିଭ୍ ଚିହ୍ନଟ ହେଉଛି। ଭୁବନେଶ୍ବରକୁ ଛାଡିଦେଲେ, ୨୦୦ ଉପରେ ଆଉ କେଉଁ ଜିଲ୍ଲାରେ ବି ସଂକ୍ରମଣ ନାହିଁ। ଅନ୍ୟପଟରେ କିନ୍ତୁ କରୋନା ଜନିତ ମୃତ୍ୟୁ ସଂଖ୍ୟା ଥମିବାର ନା ଧରୁନି। ଆଜି ରିପୋର୍ଟରେ ୧୮ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ସରକାର କହିଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୧୪ରେ ପହଞ୍ଚିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ପାଗରେ ମଧ୍ୟ ତ୍ବରିତ ପରିବର୍ତ୍ତନ ହେବା ଆରମ୍ଭ କରିଛି। ପାଣିପାଗ ବିଭାଗ କହିଛି ଯେ ଆସନ୍ତା ୨୬ ତାରିଖ ପରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ ହେବ। ସେହିଭଳି ପାଣିପାଗ ବିଜ୍ଞାନୀ ଏକଥା ବି କହୁଛନ୍ତି ଯେ ଦଶହରା ପରେ ପରେ ଶୀତ ଆରମ୍ଭ ହୋଇଯିବ। ପାଗରେ ପରିବର୍ତ୍ତନ ଥଣ୍ଡା ଜନିତ ରୋଗ ବଢାଇପାରେ, ଯାହା କରୋନା ପାଇଁ ଅଧିକ ବିପଦ ବୋଲି କୁହାଯାଉଛି।

ସଂପ୍ରତି ଦୁର୍ଗା ପୂଜା ବଜାର ଜମିଥିବା କାରଣରୁ କରୋନା ସଂକ୍ରମଣ ସଂକ୍ରାନ୍ତ ବିପଦ ଅଧିକ ବୃଦ୍ଧି ପାଇବା ସମ୍ବାବନା ବଢ଼ିଯାଇଛି। ନଭେମ୍ବର ପହିଲା ପର୍ଯ୍ୟନ୍ତ ଅର୍ଥାତ୍ ଏହି ସପ୍ତାହରେ ସମସ୍ତେ ଅଧିକ ସଂଯମତା ରଖିବା ଦରକାର ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ରଖୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତଙ୍କ ଉଦ୍ଦେଶ୍ୟରେ ସତର୍କତା ଜାରି କରିଛନ୍ତି।

Leave A Reply

Your email address will not be published.