ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ନିଷ୍ପତ୍ତି: ଭିଜିଲାନ୍ସରେ ୪୮ନୂଆ ପଦବୀ, ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜ କର୍ମଚାରୀଙ୍କ ଗ୍ରାଚୁଇଟି ବୃଦ୍ଧି
୩ରେ ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ହରିବାବୁ କମ୍ଭମ୍‌ପତି
ନୂଆବର୍ଷରେ ଜନସମୁଦ୍ର ଶ୍ରୀକ୍ଷେତ୍ର, ବ୍ୟାରିକେଡ୍‌ ଭାଙ୍ଗିଲେଭକ୍ତ
ନୂଆବର୍ଷରେ ଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ୩ ଆଇପିଏସ୍‌ ଅଧିକାରୀ
୧୯୯୩ ବ୍ୟାଚ୍‌ର ୩ ଆଇପିଏସ୍‌ ବିନୟତୋଷ ମିଶ୍ର, ଆର୍‌ପି କୋଚେ ଏବଂ କେନ୍ଦ୍ରୀୟ ଡେପୁଟେଶନରେ ଥିବା ସୁଶାନ୍ତ ନାଥ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି
ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଝଲସିବ ହୀରାକୁଦ, ସାତକୋଶିଆ ଓ ବୌଦ୍ଧ ସର୍କିଟ
ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର, ଫସଲ ବୀମା ସହାୟତା ରାଶି ବଢାଇଲେ ମୋଦି ସରକାର
ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗାଡ଼ିରେ ଶିମିଳିପାଳ ପହଞ୍ଚିଲା ବାଘୁଣୀ ‘ଜିନ୍ନତ’

ଜଣେ ସିଭିଲ୍ ଇଞ୍ଜିନିୟର ଯେବେ କୃଷକ ହୁଅନ୍ତି…

0
  • ଉତ୍ତରାଖଣ୍ଡର ଗୋପାଳ ଏବେ ସମସ୍ତଙ୍କ ପାଇଁ ଉଦାହରଣ
  • ଦୀର୍ଘତମ ଧନିଆ ଗଛ ପ୍ରସ୍ତୁତ କରି ଗ୍ରିନିଜ୍ ବୁକ୍ ରେକର୍ଡରେ

ନୂଆଦିଲ୍ଲୀ: ସିଭିଲ୍ ଇଞ୍ଜିନିୟରିଂ ଭାବେ କାର୍ଯ୍ୟ କରୁଥିଲେ ଗୋପାଳ ଦତ୍ତ। ହଠାତ୍ ନିଜର ଲାଭଜନକ କ୍ୟାରିଅର୍ ଛାଡିଦେଲେ। ଆଉ ୨୦୧୫ରେ ଜଣେ ଜୈବିକ କୃଷକ ଭାବେ ଆରମ୍ଭ କରିଦେଲେ ନିଜର ନୂଆ ଜୀବନ। ସେବେ ତ ଆଦୌ ଜାଣିନଥିଲେ ଯେ ତାଙ୍କର କୃଷି କୌଶଳ ତାଙ୍କୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ଦେବ।

କଥାଟି ଏମିତି। ଆମେ ସମସ୍ତେ ରୋଷେଇରେ ଧନିଆ ବ୍ୟବହାର କରନ୍ତି। ଏହା ଏକ ସର୍ବଭାରତୀୟ ଉପାଦାନ, ଯାହା ପ୍ରତିଦିନ ଖାଦ୍ୟରେ ଏକ ମୂଲ୍ୟହୀନ ମସଲା ଭାବେ ବ୍ୟବହୃତ ହୋଇଥାଏ। କିନ୍ତୁ ଉତ୍ତରାଖଣ୍ଡର ବିଲକେଶ ଗ୍ରାମର ଜୈବିକ କୃଷକ ଗୋପାଳ ଦତ୍ତ ଚଳିତବର୍ଷ ଏପ୍ରିଲ ୨୧ ତାରିଖରେ ଗ୍ରିନିଜ୍ ବୁକ୍ ଅଫ୍ ଓ୍ବାର୍ଲଡ ରେକର୍ଡରେ ପହଞ୍ଚିବା ପର୍ଯ୍ୟନ୍ତ କେବେ ଭାବିନଥିଲେ ଏହି ଧନିଆ ଗଛ ତାଙ୍କ ପାଇଁ ଏତେ ସଫଳତା ଧରି ଆସିବ। ୪୭ ବର୍ଷୀୟ ଏହି ଚାଷୀ ହିମାଳୟ କୃଷି କୌଶଳ ବ୍ୟବହାର କରି ୭.୧ ଫୁଟ (ପାଖାପାଖି ୨.୧୬ ମିଟର) ଉଚ୍ଚର ସବୁଠାରୁ ବଡ଼ ଧନିଆ ଗଛର ବିକାଶ କରିପାରିଛନ୍ତି।

ଗଣମାଧ୍ୟମ ତାଙ୍କୁ ଯେବେ ଏ ସଂପର୍କରେ ପ୍ରଶ୍ନ କରିଛନ୍ତି, ତାଙ୍କର ଉତ୍ତର ଥିଲା ଯେ ରେକର୍ଡ ଭାଙ୍ଗିଥିବା ଧନିଆ ଗଛ ଏତେ ବିଶାଳ ହେବା ପଛର ରହସ୍ୟ ହେଉଛି, ଏହା ସେଠାରେ ଥିବା ସେଓ ବଗିଚାକୁ କୀଟନାଶକ ଏବଂ କୀଟପତଙ୍ଗରୁ ରକ୍ଷା କରିବା ପାଇଁ ସେଠାରେ ରହିଛି।

ଧନିଆ ବଢିବା ଅତ୍ୟନ୍ତ ସହଜ ଏଭଂ ଏହାର ଫୁଲ ପ୍ରତି ପ୍ରଜାପତି ଏବଂ ମହୁମାଛିଙ୍କର ଆକର୍ଷଣ ବହୁତ। ଏହାସହିତ ଏହା ମାଛି, ମଶା ଆଦିଙ୍କ ପାଇଁ କୀଟନାଶକ ଭଳି କାର୍ଯ୍ୟ କରିଥାଏ। ଗୋପାଳଙ୍କର କହିବା କଥା ଏସବୁ ଜାଣିବା ପରେ ସେ ୨୦୧୫ରେ ଧନିଆ ରୋପଣ କରିଥିଲେ, ଯାହା ତାଙ୍କୁ ଏବେ ଏତେ ବଡ଼ ସଫଳତା ଆଣିଦେଇଛି। ଏଥିରେ ପୁଣି ସେ କୌଣସି ବିଶେଷ ପଦ୍ଧତି ବା ସୂତ୍ର ବ୍ୟବହାର କରିନାହାନ୍ତି ଅଥବା ଏହାର ଉଚ୍ଚତା ବଢ଼ାଇବା ପାଇଁ କୌଣସି ନୂଆ ସାର ଆଦି ଦେଇନାହାନ୍ତି। ହେଲେ ଯେତେବେଳେ ସ୍ଥାନୀୟ ଅ଼୍ଞ୍ଚଳର ଚାଷୀମାନେ ଏହା ଦେଖି ବିସ୍ମିତ ହେଲେ, ସେବେ ସେ ଏଥିରେ ପୃଥକତା ବାରିଥିଲେ।

ଏଠାରେ ଉଲ୍ଲେଖଥାଉକି, ଭାରତରେ ଧନିଆର ହାରାହାରି ଉଚ୍ଚତା ୨ର ୩ଫୁଟ ଯାଏ ରହିଥାଏ। ଯେବେ ଏହା ପାଞ୍ଚ ଫୁଟ ଉଚ୍ଚତାରେ ପହଞ୍ଚିଲା, ସେବେ ଗୋପାଳ ତାଙ୍କ ବନ୍ଧୁମାନଙ୍କ ପ୍ରେରଣାରେ ଆସି ଲିମ୍‌କା ବୁକ୍ ଅଫ୍ ରେକର୍ଡସ ପାଇଁ ଆବେଦନ କଲେ। ଗିନିଜ୍ ପାଇଁ ୫.୯ ଫୁଟ ଉଚ୍ଚତାର ପୂର୍ବ ଉଦ୍ଭିଦ ସହିତ ତାଙ୍କୁ ପ୍ରତିଯୋଗିତା ଆବଶ୍ୟକ ପଡ଼ିବାରୁ ସେ ଗଛର ଉଚ୍ଚତା ବୃଦ୍ଧି ପର୍ଯ୍ୟନ୍ତ ଅପେକ୍ଷା କଲେ।

ଗୋପାଳ ଏବେ ତାଙ୍କ ବିହନ କିସମ ଉପରେ ଏକ ପେଟେଣ୍ଟ ପାଇଁ ଆବେଦନ କରିଛନ୍ତି। ୨୦୧୨ରେ ସେ ୟୁରୋପ ଗସ୍ତରେ ଯିବା ବେଳେ ସେଠାରେ ଜୈବିକ କୃଷି ଅଭ୍ୟାସ ଦେଖି ବିସ୍ମିତ ହୋଇଥିଲେ ଏବଂ ଇଞ୍ଜିନିୟରିଂ ଛାଡି କୃଷକ ଭାବେ ନୂଆ ଜୀବନ ଆରମ୍ଭ କରିଥିଲେ। ସେବେ ଅତ୍ୟାଧୁନିକ କୃଷି ପ୍ରଯୁକ୍ତି ବିଦ୍ୟା, ବଜାର ଦାର ଏବଂ ତାଙ୍କ ଗାଁର ମୃତ୍ତିକା ଇତ୍ୟାଦି ବିଷୟରେ ଜାଣିବା ପାଇଁ ଗୋପାଳ ୨୦୧୨ର ୨୦୧୫ ତିନିବର୍ଷ ଢେର୍ କସରତ କରିଛନ୍ତି।

ସେବେ ସେ ୩ଏକର ଜମିରେ ଚାଷ ଆରମ୍ଭ କରିଥିଲେ ଏବଂ ଧୀରେ ଧୀରେ ଏହା ୮ ଏକର ଛଇଁଛି। ଏବେ ତାଙ୍କ ବଗିଚାରେ ପ୍ରାୟ ୨୦୦୦ ସେଓ ଗଛ ଏବଂ ଶହ ଶହ ଧନିଆ ଗଛ ରହିଛି। ଏହାବ୍ୟତୀତ ସେ କଦଳୀ ଏବଂ ରସୁଣ ମଧ୍ୟ ଚାଷ କରନ୍ତି।

ଗୋପାଳ ଏକ ଏୟାରଟାଇଟ୍ ପାତ୍ରରେ ପ୍ରାୟ ଏକ ହଜାର ମଞ୍ଜି ସଂରକ୍ଷଣ କରିଛନ୍ତି, ଯାହା ସେ ଭବିଷ୍ୟତରେ କୃଷକ ଏବଂ କୃଷି ବିଜ୍ଞାନୀମାନଙ୍କୁ ବାଣ୍ଟିବାକୁ ଯୋଜନା କରିଛନ୍ତି |

Leave A Reply

Your email address will not be published.