ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଫୁଲ ତୋଳିବା ବେଳେ ବିଦ୍ୟୁତ ଆଘାତରେ ଯୁବକ ମୃତ

0

ବାଲେଶ୍ୱର: ଫୁଲ ତୋଳିବା ହେଲା କାଳ। ପଡ଼ୋଶୀଙ୍କ ବାଡ଼ିକୁ ଫୁଲ ତୋଳିବାକୁ ଆସି ଚାଲିଗଲା ଯୁବକଙ୍କ ଜୀବନ। ଫୁଲ ତୋଳିବାକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତ ଲାଗିବାରୁ ଯୁବକଙ୍କର ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସି ୫ ନମ୍ବର ଓ୍ବାର୍ଡ ଅଧିନ ସାନଅତା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଉଛନନ୍ତି ତାପସ ଦାସ।

ଭୋର ସମୟରେ ପଡୋଶୀ ଦିଲ୍ଲୀପ ରାଉତଙ୍କ ଫୁଲବାଡ଼ିରେ ଫୁଲ ତୋଳିବା ପାଇଁ ଯାଇଥିଲେ ତାପସ। ହେଲେ ସେଠାରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ସେଠାରେ ପୂର୍ବରୁ ବିଦ୍ୟୁତ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। ଏ ନେଇ ମୃତକଙ୍କ ସମ୍ପର୍କୀୟ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି।

ସେପଟେ ଜାଗା ମାଲିକଙ୍କ ମା’ ବିଦ୍ୟୁତ କରେଣ୍ଟ ଲାଗିବାକୁ ଖଣ୍ଡନ କରିଛନ୍ତି। ବାଡ଼ିରେ ବିଦ୍ୟୁତ୍ ସେ ଦେଇ ନ ଥିଲେ। ଯୁବକଙ୍କ ମୃତ୍ୟୁ କିପରି ହେଲା ସେ ଜାଣିନାହାନ୍ତି କହିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.