ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ବାଂଲାଦେଶରେ ଭୂମିକମ୍ପ

0

ବାଂଲାଦେଶ: ବାଂଲାଦେଶରେ ତୀବ୍ର ଭୂମିକମ୍ପ। ଆଜି ସକାଳେ ବାଂଲାଦେଶର ନରସିଙ୍ଗଡିରେ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ କୋଲକାତା ସମେତ ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ମଧ୍ୟ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ ଏହାର ତୀବ୍ରତା ୫.୭ ମାପିଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ଥିଲା। ଯାହା ଫଳରେ ପ୍ରାୟ ୧୭ ସେକେଣ୍ଡ ପାଇଁ ଭୂମି ଥରି ଉଠିଥିଲା, ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ଭୂମିକମ୍ପ ଯୋଗୁଁ ବାଂଲାଦେଶରେ ୩ ଜଣଙ୍କର ମୃତ୍ୟୁ ହୋଇଥିବ ସୂଚନା ରହିଛି।

ଭୂମିକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ଥିଲେ ମଧ୍ୟ ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ପଶ୍ଚିମବଙ୍ଗର କୋଲକାତା, କୁଚବିହାର, ଦକ୍ଷିଣ ଦିନାଜପୁର, ମାଲଦା ଏବଂ ନଦିଆ ଜିଲ୍ଲାର ବାସିନ୍ଦାମାନେ ମଧ୍ୟ ଭୂମିକମ୍ପ ଅନୁଭବ କରିଥିଲେ। ଯେହେତୁ ଅଫିସ ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବାରୁ, ଅନେକ ଲୋକ ନିଜ କର୍ମକ୍ଷେତ୍ର ଛାଡି ରାସ୍ତାକୁ ଓହ୍ଲାଇ ଆସିଥିଲେ। ଏହି ଭୂମିକମ୍ପ କ୍ଷଣସ୍ଥାୟୀ ଥିଲା, ତଥାପି ଏହା ଅନେକ ସ୍ଥାନରେ ସ୍ପଷ୍ଟ ଭାବରେ ଅନୁଭୂତ ହୋଇଥିଲା।

Leave A Reply

Your email address will not be published.