ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

୧୦ ତାରିଖ ପରେ ବଦଳିପାରେ ଓଡ଼ିଶା ରାଜନୀତି ଚିତ୍ର

0

ଭୁବନେଶ୍ବର: ସଦ୍ୟ ସମାପ୍ତ ବାଲେଶ୍ବର ସଦର ଓ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଉପନିର୍ବାଚନ ରାଜ୍ୟ ରାଜନୀତି ପାଇଁ ଅନେକ ମହତ୍ତ୍ବ ରଖୁଛି। ସାଧାରଣ ନିର୍ବାଚନର ଦେଢ଼ବର୍ଷ ପରେ ବିଜେଡି, ବିଜେପି ଓ କଂଗ୍ରେସର ଲୋକପ୍ରିୟତା ସଂପର୍କରେ ଏହା ଏକ ସଙ୍କେତ ଦେବ। କେବଳ ସେତିକି ନୁହେଁ, ଏହି ଉପନିର୍ବାଚନ କିନ୍ତୁ ତିନି ରାଜନୈତିକ ଦଳର ସମୀକରଣ ସାମାନ୍ୟ ଓଳଟପାଲଟ କରିଦେବା ବିଚିତ୍ର ନୁହେଁ। ଏଇ ଯେମିତି ବାଲେଶ୍ବରରେ ଯଦି ନିର୍ବାଚନ ସପକ୍ଷରେ ନଯାଏ ତେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କର ପତିଆରା ନୂଆଦିଲ୍ଲୀରେ ଜାତୀୟ ନେତୃତ୍ବ ପାଖେ ରହିବ ନା ନାହିଁ। ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ଶ୍ରୀ ଷଡ଼ଙ୍ଗୀଙ୍କ ପଦବି ପ୍ରତି ବିପଦ ଆସିବନି ତ?

କଂଗ୍ରେସ ରାଜନୀତିରେ ନବଜ୍ୟୋତି ପଟ୍ଟନାୟକଙ୍କ ଭବିଷ୍ୟତ ପାଇଁ ବାଲେଶ୍ବର ସଦର ଆସନର ଭୋଟ ଫଳାଫଳ ଯେତିକି ଗୁରୁତ୍ବପୂର୍ଣ୍ଣ ଦଳର ପ୍ରଭାରୀ ଡାକ୍ତର ଚେଲ୍ଲାକୁମାରଙ୍କ ସାମ୍ନାରେ ଚିରଞ୍ଜିବୀ ବିଶ୍ବାଳଙ୍କ ପତିଆରା ରହିବ କି ନାହିଁ, ତାହା ମଧ୍ୟ ତିର୍ତ୍ତୋଲ ଫଳାଫଳ ଉପରେ ପର୍ଯ୍ୟବେସିତ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ବିଜେଡିର ଉତ୍ତର ଓଡ଼ିଶା ସମୀକରଣରେ ଏହାର ଜବରଦସ୍ତ ପ୍ରଭାବ ପଡିବ। ନିର୍ବାଚନ ପୂର୍ବରୁ ଦଳର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଯେଭଳି କିଛି ସମୟ ପାଇଁ ମୂଲଚାଲ ରାଜନୀତି କଲେ, ତାହା ଗୋଟିଏ ସମୟରେ ହାଇକମାଣ୍ଡଙ୍କ ପ୍ରତି ପରୋକ୍ଷ ଚ୍ୟାଲେଞ୍ଜ ଥିଲା। ଖୋଦ୍ ନବୀନଙ୍କୁ ବାଲେଶ୍ବର ଟିକେଟ୍ ରାଜନୀତିରେ ପକ୍ଷଭୁକ୍ତ ହେବାକୁ ପଡ଼ିଲା, ଯାହାକୁ ଦଳର ଶୀର୍ଷ ନେତୃତ୍ବ ଗମ୍ଭୀରତାର ସହିତ ନେଇଛନ୍ତି। ଏଣୁ ବାଲେଶ୍ବର ଆସନ ବିଜେଡିକୁ ଆସିଲେ ବି ରବୀନ୍ଦ୍ରଙ୍କ ପତିଆରା କମିବ, ନ ଆସିଲେ, ସ୍ଥିତି ବେଶୀ ସଙ୍ଗିନ ହୋଇପାରେ।

ବିଜେଡି ନେତୃତ୍ବ ଅବଶ୍ୟ ଅବିଭକ୍ତ ବାଲେଶ୍ବର ଜିଲ୍ଲାରେ ବିକଳ୍ପ ନେତୃତ୍ବ ଖୋଜିବେ, ଏ ସମ୍ଭାବନା ଉଜ୍ଜଳ। ଅନ୍ୟଥା ନବୀନଙ୍କ ପ୍ରତିଷ୍ଠା ଓ ପତିଆରା ଉପରେ ପ୍ରଶ୍ନଚିହ୍ନ ଲାଗିବ ଓ କାଳ କାଳ ପାଇଁ ଉଦାହରଣ ହୋଇରହିବା ସହିତ ଅନ୍ୟମାନେ ଅଳ୍ପବହୁତେ ସାହସ ପାଇବେ, ଯାହା ବିଜେଡିର ଆଭ୍ୟନ୍ତରୀଣ ବିଶୃଙ୍ଖଳାକୁ ଆଗକୁ ବଢାଇପାରେ। କେବଳ ସେତିକି ନୁହେଁ, ପାରିବାରିକ ସଂପର୍କ ହୋଇଥିବା ପରିପ୍ରେକ୍ଷୀରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ସମସ୍ୟା ଆଣିବ। ଯଦି ରବୀନ୍ଦ୍ରଙ୍କୁ ମାଫ୍ କରାଯାଏ, ତେବେ ସେଥିପାଇଁ ଯେମିତି ପ୍ରଣବ ଦଳ ନିକଟରେ ଦାୟୀ ରହିବେ, ତାଙ୍କୁ କୋଣଠେସା ପାଇଁ ପାରିବାରିକ ସଂପର୍କ ଆଗକୁ ପ୍ରଭାବିତ ହେବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ।

ଏହି ଉପନିର୍ବାଚନ ଫଳାଫଳ ସହିତ ବିଜେପି ରାଜନୈତିକ କାର୍ଯ୍ୟକ୍ରମ ଯୋଡି ହୋଇରହିଛି। ଦଳ ଆଗକୁ କିଭଳି ଭୂମିକାରେ ଅବତୀର୍ଣ୍ଣ ହେବ, ତାହାର ଝଲକ ବି ଦେଖିବାକୁ ମିଳିବ। ଏଥିସହିତ ଆସନ୍ତା ୧୦ ତାରିଖ ଦିନ ଭୋଟଗଣତି ପରେ ବିଧାନସଭାରେ ରାଜନୈତିକ ଦଳର ସଂଖ୍ୟା ସାମାନ୍ୟ ଏପଟସେପଟ ହେବ। ଯଦି ଦୁଇଟି ଯାକ ଆସନ ବିଜେଡି ଜିତେ, ତେବେ ଦଳ ୧୧୪ ସଂଖ୍ୟାରେ ପହଞ୍ଚିବ। ବିଜେପି ଖସିଆସିବ ୨୨କୁ। ବିଜେପି ଯଦି ଜିତେ, ତେବେ ବିଧାନସଭାରେ ସଭ୍ୟ ସଂଖ୍ୟା ୨୪କୁ ପହଞ୍ଚିପାରେ। କିନ୍ତୁ ନିର୍ବାଚନର ପ୍ରଚାର ଓ ଭୋଟ ଦାନ ପ୍ରକ୍ରିୟାକୁ ନିରେଖି ଦେଖିଲେ, ପ୍ରଥମ ସମୀକରଣ ସଂଖ୍ୟା ଆଶା ଉଜ୍ଜଳ କୁହାଯାଇପାରେ। ଏମିତିରେ ବି କଂଗ୍ରେସ ଏବେଠାରୁ ହାତ ଟେକିସାରିଲେଣି। ଦଳ ଜିତିବ ବୋଲି ଦାବି କରିପାରୁନାହିଁ।

ଏଠାରେ ପ୍ରକାଶଥାଉକି, ଏଥର ଉଭୟ ବାଲେଶ୍ବର ଓ ତିର୍ତ୍ତୋଲ ଆସନରେ ମତଦାନ ହାର କମିଛି। ବାଲେଶ୍ବରରେ ୭୦.୬୯ ପ୍ରତିଶତ (୭୧.୨୯ ପ୍ରତିଶତ ୨୦୧୯ରେ ଥିଲା) ଏବଂ ତିର୍ତ୍ତୋଲରେ ୬୯.୬୬ ପ୍ରତିଶତ (୭୪.୦୪ ପ୍ରତିଶତ ୨୦୧୯ରେ ଥିଲା) ଭୋଟର ମତଦାନ କରିଛନ୍ତି। ଏହା କିନ୍ତୁ ବାଲେଶ୍ବରରେ ବିଜେଡିକୁ ଓ ତିର୍ତ୍ତୋଲରେ ବିଜେପିକୁ ସାମାନ୍ୟ ସୁହାଇବ।

Leave A Reply

Your email address will not be published.