ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଗଣତନ୍ତ୍ର ମନ୍ଦିରକୁ ବି କୋଭିଡ୍ ଚିନ୍ତା

0

ଭୁବନେଶ୍ବର/ନୂଆଦିଲ୍ଲୀ: ଓଡ଼ିଶାରେ ଏପର୍ଯ୍ୟନ୍ତ ମନ୍ଦିର, ଧର୍ମାନୁଷ୍ଠାନ କରୋନା କଟକଣା କାରଣରୁ ଖୋଲିପାରିନାହିଁ। ଦେଶରେ ଅଳ୍ପକିଛି ସ୍ଥାନ ଛାଡ଼ିଲେ, ଅନ୍ୟ କେଉଁଠାରେ ବି ଏ କ୍ଷେତ୍ରରେ ସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇନାହିଁ। ଏପଟେ ଗଣତନ୍ତ୍ର ମନ୍ଦିର ବିଧାନସଭା ଓ ଲୋକସଭାକୁ ବି କୋଭିଡ୍ ଚିନ୍ତା ଘାରିଲାଣି

କୋଭିଡ୍ କଟକଣା ଭିତରେ ଆସନ୍ତା ୨୦ ତାରିଖରୁ ରାଜ୍ୟବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ।ସେହିଦିନ ଆର୍ଥିକବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ ହେବାର କାର୍ଯ୍ୟକ୍ରମ ରହିଛି। ଆଜି ଏଥିପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜର କରୋନା ପରୀକ୍ଷା କରାଇଛନ୍ତି। ଏଥିସହିତ ଅଧିବେଶନରେ ଭାଗ ନେବାକୁ ଥିବା ସବୁ ବିଧାୟକ, ମନ୍ତ୍ରୀ, ମନ୍ତ୍ରୀଙ୍କ କର୍ମଚାରୀ, ସାମ୍ବାଦିକ ସମସ୍ତଙ୍କ ପାଇଁ ଟେଷ୍ଟିଂ ପ୍ରକ୍ରିୟା ବିଧାନସଭାରେ ଆରମ୍ଭ ହୋଇଛି। ୧୯ ତାରିଖ ଯାଏ ଏହି ଟେଷ୍ଟିଂ ଚାଲିବ।

ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ନଥିବ, ସେମାନଙ୍କୁ ଅଧିବେଶନରେ ଭାଗ ନେବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ବାଚସ୍ପତି ପୂର୍ବରୁ ଗଣମାଧ୍ୟମ ସାମ୍ନାରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି। ବିଧାନସଭାର ମୌସୁମୀ ଅଧିବେଶନ ଭଳି କଟକଣା ଭିତରେ ଶୀତ ଅଧିବେଶନ ହେବ ଏବଂ ପାଖାପାଖି ୪୦ ଦିନ ଚାଲିବା ଲାଗି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି।

ସେପଟେ କିନ୍ତୁ ଦିଲ୍ଲୀରେ କରୋନା ବୃଦ୍ଧି ସଂସଦର ଶୀତ ଅଧିବେଶନ ପ୍ରତି ବିପଦ ବଢାଇ ଦେଲାଣି। ଏମିତି ଯେ ଶୀତ ଅଧିବେଶନ ସହିତ ବଜେଟ୍ ଅଧିବେଶନ ଏକାଠି ମିଶାଇ କରାଇବା ଲାଗି ଚିନ୍ତନ ଚାଲିଛି। ଯଦି ଏହା କାର୍ଯ୍ୟକାରୀ ହୁଏ,ତେବେ ଭାରତ ଇତିହାସରେ ଚତୁର୍ଥ ଥର ପାଇଁ ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହେବ ନାହିଁ। ପୂର୍ବରୁ ୧୯୭୫, ୧୯୭୯ ଓ ୧୯୮୪ ମସିହାରେ ସଂସଦର ଶୀତ ଅଧିବେଶନ ହୋଇପାରିନଥିଲା।

ସାଧାରଣତଃ ନଭେମ୍ବର ମାସରେ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଥାଏ ଏବଂ ଡିସେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ଚାଲିଥାଏ। ଏଥର କିନ୍ତୁ କରୋନା ଏହି ପ୍ରକ୍ରିୟାରେ ବାଧକ ସାଜିଛି। ଯାହା ସୂଚନା ମିଳୁଛି, ଫେବ୍ରୁଆରି ପହିଲାରେ କେନ୍ଦ୍ର ବଜେଟ୍ ଉପସ୍ଥାପନ ହେବ। ଏଣୁ ଜାନୁଆରି ଶେଷ ସପ୍ତାହ ବେଳକୁ ବଜେଟ୍ ଅଧିବେଶନ ଆରମ୍ଭ କରାଯିବ। ତେବେ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇନାହିଁ। ଯେହେତୁ ବିଶେଷ କୌଣସି ସାମ୍ବିଧାନିକ କାର୍ଯ୍ୟ ଏବେ ସରକାରଙ୍କ ପାଖରେ ନାହିଁ, ଏଣୁ କୋଭିଡ୍ ସ୍ଥିତି ଉତ୍କଟ ଥିବା ବେଳେ ଅଧିବେଶନ ଡାକି ବିପଦ ଆମନ୍ତ୍ରଣ କରିବାର କୌଣସି କାରଣ ନାହିଁ ବୋଲି କୁହାଯାଉଛି। ଏଠାରେ ଉଲ୍ଲେଖଥାଉକି, ସଂସଦର ମୌସୁମୀ ଅଧିବେଶନରେ ଦୁଇଡଜନରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଲ୍ ଅନୁମୋଦନ ଲାଭ କରିଥିଲା।

Leave A Reply

Your email address will not be published.