ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ନବୀନଙ୍କ ଜଟିଳ ଗଣିତ, ଦୁର୍ବୋଧ୍ୟ

0

ଭୁବନେଶ୍ବର: ସଦ୍ୟ ସମାପ୍ତ ଦୁଇ ବିଧାନସଭା ଉପନିର୍ବାଚନ ବାଲେଶ୍ବର ଏବଂ ତିର୍ତ୍ତୋଲରେ ବିଜେଡିର ଆରାମଦାୟକ ବିଜୟ ଜାତୀୟ ରାଜନୀତି ପୃଷ୍ଠଭୂମିରେ ବିଶେଷ ଗୁରୁତ୍ବ ରଖୁଛି। ୧୧ଟି ରାଜ୍ୟରେ ହୋଇଥିବା ବିଧାନସଭା ଉପନିର୍ବାଚନ ଫଳାଫଳକୁ ନିରେଖି ଦେଖିଲେ ଜଣାପଡୁଛି ଯେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପତିଆରା ପ୍ରଭାବିତ କରିବା ଲାଗି ବିଜେପି ନେତାମାନେ ଏବେ ସମର୍ଥ ନୁହଁନ୍ତି। ନବୀନଙ୍କ ନେତୃତ୍ବ ପ୍ରତି ସାମାନ୍ୟ ଆଞ୍ଚ ଆଣିବା ସ୍ଥିତିରେ ସେମାନେ ନାହାନ୍ତି। କାହିଁକି ନା ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକରେ ବିଜେପି ଅଧିକାଂଶ ଆସନ ହାସଲ କରିଥିଲେ ହେଁ ଓଡ଼ିଶାରେ ପ୍ରଦର୍ଶନ ଅତ୍ୟନ୍ତ ଶୋଚନୀୟ ରହିଛି।ବରଂ ଦଳ ଗୋଟିଏ ଆସନ ନିଜ ହାତରୁ କାଢ଼ି ବିଜେଡିକୁ ଦେଇଛି।

ବିଜେଡି ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ଗତ ସାଧାରଣ ନିର୍ବାଚନ ସମୟରେ ପାଟକୁରା ଆସନରେ ଶେଷ ମୁହୂର୍ତରେ ନିର୍ବାଚନ ହୋଇପାରିଲା ନାହିଁ। ପରବର୍ତୀ ସମୟରେ ଯେବେ ଜୁଲାଇ ମାସରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ସେତେବେଳେ ବିଜେଡି ବିଜେପିର ଜଣେ ପ୍ରଚଣ୍ଡ ପ୍ରଭାବଶାଳୀ ନେତା ବିଜୟ ମହାପାତ୍ରଙ୍କୁ ପରାସ୍ତ କଲା। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡ଼ିବା ପରେ ହୋଇଥିବା ଉପନିର୍ବାଚନରେ ବି ବିଜେଡି ପାଖାପାଖି ୯୭ହଜାର ଭୋଟ ବ୍ୟବଧାନରେ ଅର୍ଥାତ୍ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜେପିକୁ ପରାସ୍ତ କରିଥିଲା। ଏଠାରୁ ରୀତା ସାହୁ ବିଜୟୀ ହୋଇଥିଲେ।

୨୦୧୯ ସାଧାରଣ ନିର୍ବାଚନ ପରେ ଓଡ଼ିଶା ରାଜନୀତି ଗଣିତ ଟିକିଏ ଓଲଟପାଲଟ ଧରିଛି। ତିନି ନମ୍ବର ସ୍ଥାନକୁ ଖସିଛି କଂଗ୍ରେସ ଏବଂ ଦୁଇ ନମ୍ବର ସ୍ଥାନରେ ବିଜେପି। ହେଲେ ଏତେ ଦୂରରେ ଯେ ବିଜେଡିକୁ ଛୁଇଁବା ସ୍ଥିତିରେ ନାହିଁ। ବିଧାନସଭାରେ ୧୧୩ ଆସନ ଏବେ ବିଜେଡି ହାତରେ। ଗୋଟିଏ ଆସନରେ ଉପନିର୍ବାଚନ ବାକି ଅଛି। ୨୨ଟି ଆସନ ଧରି ବିଜେପି ଦ୍ବିତୀୟ ସ୍ଥାନରେ ଓ ୯ଟି ଆସନ ସହିତ କଂଗ୍ରେସ ତିନିନମ୍ବରରେ ଅଛନ୍ତି।

ଜାତୀୟ ରାଜନୀତିକୁ ଯେଉଁ ଗୋଟିଏ ଚିତ୍ର ଆକର୍ଷଣ କରୁଛି, ତାହା ହେଲା ଅନ୍ୟ ସବୁ ରାଜ୍ୟରେ ଶୀର୍ଷ ନେତୃତ୍ବ ନିର୍ବାଚନ ପ୍ରଚାରରେ ଆକ୍ତାମାକ୍ତା ହୋଇଯାଉଛନ୍ତି। ହେଲେ ନବୀନ ନିଜେ ଓଡ଼ିଶାରେ ଉପନିର୍ବାଚନ ପ୍ରଚାରରେ ଯାଇନାହାନ୍ତି। କୋଭିଡ୍ କଟକଣା କାରଣରୁ ଭର୍ଚୁଆଲ ରାଲି ହୋଇଥିଲା। ଯେଉଁଥିରେ ସେ ନିର୍ବାଚନ ମଣ୍ଡଳୀ ବିକାଶ ସଂପର୍କରେ ଠାରିଥିଲେ ଓ ବାଲେଶ୍ବରବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଏହି ଆସନର ବିକାଶ ଦାୟିତ୍ବ ତାଙ୍କର। ବାସ୍ ଏତିକିରେ ନିର୍ବାଚନଫଳାଫଳ କେମିତି ଓଲଟି ଯାଉଛି?

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଜ ନିର୍ବାଚନମଣ୍ଡଳୀରେ ବି ସେ ବିଜେପିକୁ ସୁରକ୍ଷା ଦେଇପାରିନାହାନ୍ତି। ଅବଶ୍ୟ ଏକଥା ଧରାପଡ଼ିଗଲା ଯେ ପ୍ରତାପଙ୍କୁ ନେଇ ଜାତୀୟ ଗଣମାଧ୍ୟମ ଯେଭଳି ଉଚ୍ଚାସନରେ ବସାଇଥିଲେ, ତାଙ୍କର ନିର୍ବାଚନମଣ୍ଡଳୀରେ ସେଭଳି ପତିଆରା, ପ୍ରଭାବ ନାହିଁ। ବରଂ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଥିବା ଅନୁକମ୍ପା ଭୋଟ ସାମ୍ନାରେ ବି ନବୀନଙ୍କ ପ୍ରଭାବ ଭାରି ପଡ଼ିଛି।

ଏହି ନିର୍ବାଚନ କ୍ଷେତ୍ର ଅନ୍ୟ ଏକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ଥିଲା। ତାହା ହେଲା, ନାଗରିକତା ସଂଶୋଧନ ଅଧିନିୟମ ସଂକ୍ରାନ୍ତରେ ଏସିଡ୍ ଟେଷ୍ଟ ବି ହୋଇଯାଇଛି। ଏକଦା ବିଜେଡିର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ ହଜାର ହଜାର ସଂଖ୍ୟାଲଘୁ ରାଜଧାନୀରେ ଏକାଠି ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଅଡ଼ି ବସିଥିଲେ। ସରକାର ସେ ସମୟରେ ଏହି ଅସନ୍ତୋଷକୁ ପ୍ରତିହତ କରିଥିଲେ।

ହଜାର ହଜାର ମୁସଲିମ୍ ଭୋଟ ଥିବା ବାଲେଶ୍ବରରେ ଏବେ ଦେଖାଗଲା ଯେ ନବୀନ ପଟ୍ଟନାୟକ ସଂଖ୍ୟାଲଘୁ ଶ୍ରେଣୀକୁ ସେ ସମୟରେ ଦେଇଥିବା ଆଶ୍ବାସନା ଉପରେ ସେମାନେ ଭରସା ରଖିଛନ୍ତି। ଏହି ନିର୍ବାଚନରେ ବିଜେଡି ଧରିପାରିଛି ଯେ ମୁସଲିମ୍ ସଂପ୍ରଦାୟର ବିଶ୍ବାସ ସେମାନେ ଜିଣିବାରେ ସକ୍ଷମ ହୋଇଛନ୍ତି ଓ ଏହା ଅତୁଟ ରହିଛି। ପୂର୍ବରୁ ବିଜେଡି ଧର୍ମନିରପେକ୍ଷ ରାଜନୀତି ସଂପର୍କରେ ସ୍ଲୋଗାନ ଦେଇସାରିଛି। ଯେବେଠାରୁ ବିଜେଡି ବିଜେପି ହାତ ଛାଡ଼ିଛି, ତାହା ପୂର୍ବରୁ ନବୀନ ତାଙ୍କର ଧର୍ମନିରପେକ୍ଷ ଆଭିମୁଖ୍ୟ ସଂପର୍କରେ ଏକ ସ୍ପଷ୍ଟ ଆଭିମୁଖ୍ୟ ଦେଶ ସାମ୍ନାରେ ରଖିଆସିଛନ୍ତି। ଏହା ବିଜେଡିକୁ ଭୋଟ ରାଜନୀତିରେ ମଧ୍ୟ ବିଶେଷ ଭାବେ ସହଯୋଗ ଦେଉଛି।

ଜାତୀୟସ୍ତରର ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ନବୀନଙ୍କ କୌଶଳ ଏବେ ଆଚମ୍ବିତ ମନେ ହେଉଛି।ମହିଳା ଭୋଟ, ତାଙ୍କ ପ୍ରତି ରାଜ୍ୟବାସୀଙ୍କ ଭରସା ଓ ଠିକ୍ ସମୟରେ ଠିକ୍ ରାଜନୈତିକ ଗୋଟିଚାଳନା କରି ନବୀନ ବିରୋଧୀଙ୍କୁ ରାଜ୍ୟରେ ନିଷ୍ପ୍ରଭ କରି ରଖିଛନ୍ତି। ଜାତୀୟ ରାଜନୀତିକୁ ଚକ୍‌ମା ଦେଇଛନ୍ତି। ବିଶେଷକରି ମହିଳା ଭୋଟକୁ ନେଇ ନବୀନ ରାଜ୍ୟରେ ଆନ୍ଦୋଳନ ସୃଷ୍ଟି କରିଛନ୍ତି ଓ ଜୀତାୟ ରାଜନୀତିରେ ବିଶେଷକରି ବିଜେପିର ଲୋକପ୍ରିୟତାକୁ ଖିନ୍‌ଭିନ୍ କରିପାରିଛନ୍ତି।ଗୋଟିଏ ସ୍ବୟଂ ସହାୟକ ଗୋଷ୍ଠୀର ନେତୃତ୍ବ ନେଉଥିବା ପ୍ରମିଳା ବିଷୋୟୀଙ୍କୁ ଲୋକସଭା ପର୍ଯ୍ୟନ୍ତ ନବୀନ ପହଞ୍ଚାଇବା ପଛରେ ଥିବା ରାଜନୀତି ସଂପର୍କରେ ଏବେ ଜାତୀୟ ରାଜନୀତିକୁ ବିଶ୍ଳେଷଣ କରୁଥିବା ବ୍ୟକ୍ତିମାନେ ହେଜିଲେଣି ନବୀନଙ୍କ ଗେମ୍ ପ୍ଲାନ୍ ସତରେ କେତେ ଜଟିଳ।

Leave A Reply

Your email address will not be published.