ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଖସିବ ପାରଦ, ଫେରିବ ଶୀତ

0

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟ ରେ ବିଶେଷ ଶୀତ ଅନୁଭୂତ ହେଉନାହିଁ । ଅଧିକାଂଶ ଅଞ୍ଚଳ ରେ ରାତି ତାପମାତ୍ରା ପ୍ରାୟତଃ ସ୍ଵାଭାବିକ କିମ୍ବା ଏହା ଠାରୁ ଅଧିକ ରହୁଛି । ଡିସେମ୍ବର ମାସ ଅଧା ହେଲାଣି କିନ୍ତୁ ଶୀତର ଦେଖା ନାହିଁ। ଏଭଳି ଏକ ଚର୍ଚ୍ଚା ଚାଲିଥିବା ବେଳେ ପାଣିପାଗ ବିଜ୍ଞାନୀମାନେ ଏକ ଭଲ ଖବର ଦେଇଛନ୍ତି। ଖୁବ୍ ଶୀଘ୍ର ରାଜ୍ୟକୁ ଶୀତ ଫେରିବ ବୋଲି ପୂର୍ବାନୁମାନ କରାଯାଇଛି।

ପାଣିପାଗ ସ୍ଥିତି ଅନୁଧ୍ୟାନ କରି ସାର୍ଥକ ମିଶ୍ର ପୂର୍ବାନୁମାନ କରିଛନ୍ତି ଯେ ତେବେ ଆସନ୍ତା ୭୨ ଘଣ୍ଟା ପରେ ରାଜ୍ୟରେ ଶୀତ ବଢ଼ିବ। ୧୮-୧୯ ତାରିଖ ବେଳକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାତି ତାପମାତ୍ରା ୩-୪° ସେଣ୍ଟିଗ୍ରେଡ୍ କମିବାର ସମ୍ଭାବନା ରହିଛି। ଏହା ର ପରବର୍ତ୍ତୀ ସମୟରେ ଆହୁରି ୧-୨°ସି ଯାଏ ପାରଦ ଖସିବ। ତେଣୁ ରାଜ୍ୟରେ ଭୀଷଣ ଶୀତ ଅନୁଭୂତ ହେବ।

ଆଭ୍ୟନ୍ତର ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେବ। ଆସନ୍ତା ୨୪ ଘଣ୍ଟା ପରେ ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତର ଓଡିଶାର ଗୋଟିଏ ଦୁଇଟି ଅଞ୍ଚଳ ରେ ହାଲୁକା ବର୍ଷା ସମ୍ଭାବନା ରହିଛି। ରାଜ୍ୟର ବାକି ଅଞ୍ଚଳରେ ପାଣିପାଗ ମୁଖ୍ୟତଃ ଶୁଖିଲା ରହିବ। ସେହିପରି ଦକ୍ଷିଣ- ଆଭ୍ୟନ୍ତର ଓଡିଶା ଓ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ମଧ୍ୟମ ଧରଣର କୁହୁଡି ରହିପାରେ।

ଗତକାଲି ରାତିରେ ସବୁଠାରୁ ଅଧିକ ବା ଘନ କୁହୁଡି ଅନୁଗୁଳ, ପାରାଦୀପ, ଦାରିଙ୍ଗିବାଡିରେ ଦେଖାଯାଇଥିଲା। ଏଠାରେ ୧୫୦ମିଟର ଦୂରତାରେ ଥିବା ଜିନିଷ ଖାଲି ଆଖିରେ ଦିଶୁନଥିଲା। ଅନ୍ୟପକ୍ଷରେ ଏହି ସମୟରେ ବଲାଙ୍ଗୀର, ନୟାଗଡ଼, କେନ୍ଦୁଝର ଏବଂ କଟକରେ ହାଲୁକା କୁହୁଡି ଥିଲା।

Leave A Reply

Your email address will not be published.