ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଖସିବ ପାରଦ, ଫେରିବ ଶୀତ

0

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟ ରେ ବିଶେଷ ଶୀତ ଅନୁଭୂତ ହେଉନାହିଁ । ଅଧିକାଂଶ ଅଞ୍ଚଳ ରେ ରାତି ତାପମାତ୍ରା ପ୍ରାୟତଃ ସ୍ଵାଭାବିକ କିମ୍ବା ଏହା ଠାରୁ ଅଧିକ ରହୁଛି । ଡିସେମ୍ବର ମାସ ଅଧା ହେଲାଣି କିନ୍ତୁ ଶୀତର ଦେଖା ନାହିଁ। ଏଭଳି ଏକ ଚର୍ଚ୍ଚା ଚାଲିଥିବା ବେଳେ ପାଣିପାଗ ବିଜ୍ଞାନୀମାନେ ଏକ ଭଲ ଖବର ଦେଇଛନ୍ତି। ଖୁବ୍ ଶୀଘ୍ର ରାଜ୍ୟକୁ ଶୀତ ଫେରିବ ବୋଲି ପୂର୍ବାନୁମାନ କରାଯାଇଛି।

ପାଣିପାଗ ସ୍ଥିତି ଅନୁଧ୍ୟାନ କରି ସାର୍ଥକ ମିଶ୍ର ପୂର୍ବାନୁମାନ କରିଛନ୍ତି ଯେ ତେବେ ଆସନ୍ତା ୭୨ ଘଣ୍ଟା ପରେ ରାଜ୍ୟରେ ଶୀତ ବଢ଼ିବ। ୧୮-୧୯ ତାରିଖ ବେଳକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାତି ତାପମାତ୍ରା ୩-୪° ସେଣ୍ଟିଗ୍ରେଡ୍ କମିବାର ସମ୍ଭାବନା ରହିଛି। ଏହା ର ପରବର୍ତ୍ତୀ ସମୟରେ ଆହୁରି ୧-୨°ସି ଯାଏ ପାରଦ ଖସିବ। ତେଣୁ ରାଜ୍ୟରେ ଭୀଷଣ ଶୀତ ଅନୁଭୂତ ହେବ।

ଆଭ୍ୟନ୍ତର ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେବ। ଆସନ୍ତା ୨୪ ଘଣ୍ଟା ପରେ ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତର ଓଡିଶାର ଗୋଟିଏ ଦୁଇଟି ଅଞ୍ଚଳ ରେ ହାଲୁକା ବର୍ଷା ସମ୍ଭାବନା ରହିଛି। ରାଜ୍ୟର ବାକି ଅଞ୍ଚଳରେ ପାଣିପାଗ ମୁଖ୍ୟତଃ ଶୁଖିଲା ରହିବ। ସେହିପରି ଦକ୍ଷିଣ- ଆଭ୍ୟନ୍ତର ଓଡିଶା ଓ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ମଧ୍ୟମ ଧରଣର କୁହୁଡି ରହିପାରେ।

ଗତକାଲି ରାତିରେ ସବୁଠାରୁ ଅଧିକ ବା ଘନ କୁହୁଡି ଅନୁଗୁଳ, ପାରାଦୀପ, ଦାରିଙ୍ଗିବାଡିରେ ଦେଖାଯାଇଥିଲା। ଏଠାରେ ୧୫୦ମିଟର ଦୂରତାରେ ଥିବା ଜିନିଷ ଖାଲି ଆଖିରେ ଦିଶୁନଥିଲା। ଅନ୍ୟପକ୍ଷରେ ଏହି ସମୟରେ ବଲାଙ୍ଗୀର, ନୟାଗଡ଼, କେନ୍ଦୁଝର ଏବଂ କଟକରେ ହାଲୁକା କୁହୁଡି ଥିଲା।

Leave A Reply

Your email address will not be published.