ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

କେମିତି ହେବ ମାଟ୍ରିକ୍ ପରୀକ୍ଷା, ମନ୍ତ୍ରୀ ସ୍ପଷ୍ଟ କଲେ

0

ଭୁବନେଶ୍ବର: ଆସନ୍ତା ମେ’ ୩ ତାରିଖରୁ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନେଇ ରାଜ୍ୟ ସରକାର ଶନିବାର ଘୋଷଣା ପରେ ଏହା କିଭଳି କରାଯିବ, ତାହା ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ମାଟ୍ରିକ୍ ପରୀକ୍ଷାରେ ପ୍ରତି ବିଷୟ ପାଇଁ ୮୦ ନମ୍ବରର ହିଁ ପରୀକ୍ଷା ହେବ। ପ୍ରଶ୍ନପତ୍ରରେ ୫୦ ନମ୍ବରର ଓଏମ୍‌ଆର୍ ବା ସଂକ୍ଷିପ୍ତ ପ୍ରଶ୍ନ ରହିବ ଓ ୩୦ ନମ୍ବର ଦୀର୍ଘ ଉତ୍ତରମୂଳକ ରହିବ।

ତେବେ ପରୀକ୍ଷା ଫଳ ବାହାରିବା ସମୟରେ ୧୦୦ ନମ୍ବରରୁ ହିଁ ମୂଲ୍ୟାୟନ କରାଯିବ। ୮୦ ନମ୍ବରରୁ ଯେଉଁ ପିଲା ଯେତିକି ନମ୍ବର ରଖିଥିବେ, ସେହି ହାରରେ ମୋଟ ନମ୍ବରକୁ ୧୦୦ ବୋଲି ଗ୍ରହଣ କରାଯାଇ ସେତିକି ନମ୍ବର ଦିଆଯିବ।

ଅନ୍ୟପକ୍ଷରେ ବିଦ୍ୟାଳୟ ଓଯୁକ୍ତ ଦୁଇ କଲେଜ ହଷ୍ଟେଲ ଖୋଲିବା ନେଇ ଏଯାଏ ନିଷ୍ପତ୍ତି ହୋଇନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଉଲ୍ଲେଖଥାଉକି, ଶନିବାର ସରକାର ଘୋଷଣା କରିଥିଲେ ଯେ ୮ ତାରିଖରୁ ବିଦ୍ୟାଳୟ ଖୋଲିବ। ଶନିବାର ଓ ରବିବାରକୁ ମିଶାଇ ମୋଟ ୧୦୦ ଦିନ ପାଠପଢ଼ା ହେବ। ମେ’ ୧୫ ତାରିଖରୁ ଯୁକ୍ତ ଦୁଇ ବା ଦ୍ବାଦଶ ଶ୍ରେଣୀ ପରୀକ୍ଷା ହେବ।

Leave A Reply

Your email address will not be published.