ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଲକ୍ଷ ଲକ୍ଷ କିଲୋମିଟର ଡେଇଁ ଓଡ଼ିଶା ଆସିଲେ

0
  • ଏଥର ଚିଲିକାକୁ ଆସିଛନ୍ତି ପୂର୍ବବର୍ଷ ତୁଳନାରେ ଅଧିକ ପ୍ରଜାତିର ପକ୍ଷୀ
  • ଗତବର୍ଷ ତୁଳନାରେ ଅଧିକ ସଂଖ୍ୟକ ପକ୍ଷୀ ଆସିଥିବା ଗଣତିରୁ ଜଣାପଡ଼ିଲା

ଭୁବନେଶ୍ବର: ୬ଟି ପ୍ରଜାତିର ନୂଆ ପକ୍ଷୀ ଆସିଛନ୍ତି ଚିଲିକା। କେବଳ ସେତିକି ନୁହେଁ, ଗତବର୍ଷ ଠାରୁ ଅଧିକ ପକ୍ଷୀ ବି ଆସିଛନ୍ତି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ କରାଯାଇଥିବା ଶୀତକାଳୀନ ପକ୍ଷୀ ଗଣନାରୁ ଏଗି ତଥ୍ୟ ସାମ୍ନାକୁ ଆସିଛି। ଗତବର୍ଷ ଉଭୟ ସ୍ଥାନୀୟ ଏବଂ ବିଦେଶାଗତ ପକ୍ଷୀ ମିଶି ମୋଟ ୧୮୪ ପ୍ରଜାତିର ୧୧ଲକ୍ଷ ୫ହଜାର ୪୦ ପକ୍ଷୀ ଆସିଥିଲେ। ଏଥର ଏହି ସଂଖ୍ୟା ୧୨ଲକ୍ଷ ୪୨ହଜାର ୮୨୬କୁ ବୃଦ୍ଧି ପାଇଛି। ୧୯୦ ପ୍ରଜାତିର ପକ୍ଷୀ ଆସିଛନ୍ତି।

ତଥ୍ୟ ଅନୁସାରେ, ଗତବର୍ଷ ୧୦୯ ପ୍ରକାରର ବିଦେଶାଗତ ପକ୍ଷୀ ଆସିଥିଲେ, ଯେଉଁମାନଙ୍କର ସଂଖ୍ୟା ଥିଲା ୧୦ଲକ୍ଷ ୭୧ ହଜାର ୪୭୭। ଏଥର ଅଧିକ ଦୁଇ ପ୍ରକାରର ପକ୍ଷୀ ଆସିଛନ୍ତି ଓ ସେମାନଙ୍କ ସଂଖ୍ୟା ମୋଟ ୧୨ଲକ୍ଷ ୪ହଜାର ୩୫୧ ବୋଲି ଜଣାପଡିଛି। ସେହିଭଳି ସ୍ଥାନୀୟ ପକ୍ଷୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗତବର୍ଷ ୭୫ ପ୍ରଜାତିର ୩୩ହଜାର ୫୬୩ ପକ୍ଷୀ ଆସିଥିବା ବେଳେ ଏଥର ୭୯ ପ୍ରଜାତିର ୩୮ ହଜାର ୪୭୫ ପକ୍ଷୀ ଆସିଛନ୍ତି।

ଅଷ୍ଟ୍ରେଲିଆ, କାଜକସ୍ଥାନ, ଆର୍ଜେଣ୍ଟିନା, ସାଇବେରିଆ ଆଦି ବରଫାବୃତ୍ତ ଅଞ୍ଚଳରୁ ଲକ୍ଷ ଲକ୍ଷ କିଲୋମିଟର ଅତିକ୍ରମ କରି ଏହି ପକ୍ଷୀମାନେ ନଭେମ୍ବର ଶେଷ ସପ୍ତାହରୁ ଚିଲିକା ଆସିବା ଆରମ୍ଭ କରିଛନ୍ତି। ଫେବ୍ରୁଆରି ମାସ ପର୍ଯ୍ୟନ୍ତ ସେମାନେ ଏଠାରେ ରହିବେ। ସବୁଠାରୁ ସୁନ୍ଦର ଓ ଆକର୍ଷଣୀୟ ପକ୍ଷୀ ହେଉଛି ଫ୍ଲେମିଙ୍ଗୋ , ଗଡଓ୍ବାଲ, ନର୍ଦନ୍ ଫ୍ରିଣ୍ଟେଲ୍ ଇତ୍ୟାଦି।

ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଓ ବନ୍ୟପ୍ରାଣୀ ତତ୍ବାବଧାରକଙ୍କ ନିର୍ଦ୍ଦେଶ କ୍ରମେ ଚିଲିିକା ବନ୍ୟପ୍ରାଣୀ ବନଖଣ୍ଡରେ ଗତ ୪ତାରିିଖରେ ପକ୍ଷୀ ଗଣନାରେ ଯୋଗଦେଇଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ବି.ଏନ.ଏଚ.ଏସ୍ ର ଡେପୁଟି ଡାଇରେକ୍ଟର ଡା ଏସ୍ ବାଲଚନ୍ଦ୍ରନ୍ ପକ୍ଷୀ ଗଣନା କାର୍ଯ୍ୟ ବିଷୟରେ ତାଲିମ ପ୍ରଦାନ କରିଥିଲେ। ଏହାପରେ ଓଡିଶା ରାଜ୍ୟ ବନ୍ୟପ୍ରାଣୀ ସଂସ୍ଥା,ସିଡିଏ,ବିଏନଏଚଏସ୍ ଏବଂ ଅଣସରକାରୀ ସଂସ୍ଥାରୁ ଆସିଥିବା ବ୍ୟକ୍ତିବିଶେଷଙ୍କୁ ନେଇ ପକ୍ଷୀ ଗଣନାା କରାଯାଇଥିଲା।

ଚିଲିକା ଜଳରାଶିକୁ ୨୧ ଟି ଗୋଷ୍ଠୀରେ ବିଭକ୍ତ କରାଯାଇ ତନ୍ମଧ୍ୟରୁ ୨ଗୋଟି ସଡକ ପାର୍ଶ୍ବରେ ଓ ୧୯ ଗୋଟି ଡଙ୍ଗା ଦ୍ବାରା ଯାଇ ପକ୍ଷୀ ଗଣନା କରାଯାଇଥିଲା। ଏହି ୨୧ ଗୋଟିି ଦଳରେ ଜଣେ ଲେଖାଏଁ ପକ୍ଷୀ ବି‌ଶେଷଜ୍ଞଙ୍କ ସହିତ ୩ରୁ ୫ଜଣ ସ୍ଥାନୀୟ ଗାଇଡ୍ ସାମିଲ ଥିଲେ।

Leave A Reply

Your email address will not be published.