ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଆରମ୍ଭ ହେଲା ବାତ୍ୟା ପାଇଁ ବଡ଼ ପ୍ରସ୍ତୁତି

0

ଭୁବନେଶ୍ବର: ବଙ୍ଗୋପସାଗରରେ ୨୨ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୨୪ ତାରିଖରେ ବାତ୍ୟା ରୂପ ନେଇପାରେ। ଏହା ୨୫ ତାରିଖ ପୂର୍ବାହ୍ନରେ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ତେବେ ଏହା କେଉଁଠି ସ୍ଥଳଭାଗକୁ ଛୁଇଁବ, ତାହା ସ୍ପଷ୍ଟ ହୋଇନାହିଁ। ଏପଟେ ଆଜି ଆଇଏମ୍‌ଡି ସହିତ ପ୍ରାରମ୍ଭିକ ଆଲୋଚନା ପରେ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ସବୁ ସଚିବ, ଜିଲ୍ଲାପାଳ ପ୍ରମୁଖଙ୍କ ସହିତ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି।

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନ କରି କହିଛନ୍ତି ଯେ ୨୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭୀଷଣ ଅଶାନ୍ତ ରହିବ। ଏଣୁ ଏହି ସମୟରେ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନେ ଯିବେ ନାହିଁ। ସେପଟେ ଓ୍ବାର୍ଣ୍ଣିଂ ସିଷ୍ଟମର ମୁଖ୍ୟ ଏ କେ ଜେନାମଣି କହିଛନ୍ତି, ବାତ୍ୟାର ତୀବ୍ରତା ସଂପର୍କରେ ୨୨ ତାରିଖରେ ଓ କେଉଁଠି ସ୍ଥଳଭାଗ ଛୁଇଁବ ସେ ନେଇ ୨୩ ତାରିଖରେ ଜଣାପଡ଼ିବ। ତେବେ ୨୫ ତାରିଖରେ ବର୍ଷା ଆରମ୍ଭ ହେବ ଓ ସ୍ବାଭାବିକ ଭାବେ ଉତ୍ତର ଓଡ଼ିଶାରେ ଏହାର ପରିମାଣ ଟିକେ ଅଧିକ ରହିବ।

Leave A Reply

Your email address will not be published.