ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଓଲଟିଲା ପଶ୍ଚିମବଙ୍ଗ ରାଜନୀତି, ବିଜେପି ରଣନୀତି ଗୋଳମାଳ

0

କୋଲକାତା: ”ଯେମିତି ପାଣି ବିନା ମାଛ ବଞ୍ଚିପାରିବ ନାହିଁ, ଦିଦି ସେମିତି ତୁମ ବିନା ମୁଁ ବଞ୍ଚିବା କଷ୍ଟ। ଦିଦି, ମୋତେ କ୍ଷମା କରିଦିଅ। ତୁମେ କ୍ଷମା ନ କଲେ, ମୁଁ ବଞ୍ଚିପାରିବି ନାହିଁ। ଦୟାକରି ମୋତେ ଆଉଥରେ ଦଳକୁ ଫେରିବାକୁ ଅନୁମତି ଦିଅ। ଜୀବନର ବାକି ସମୟ ମୁଁ ତୁମ ଭଲାପାଇବା ଭିତରେ ବଞ୍ଚିବାକୁ ଚାହେଁ।”

ଏହା କୌଣସି ଚଳଚ୍ଚିତ୍ରର ସଂଳାପ ନୁହେଁ। ପଶ୍ଚିମବଙ୍ଗରୁ ଚାରି ଚାରି ବିଧାନସଭାକୁ ଜିତିଥିବା ସୋନାଲୀ ଗୁହା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗତ ଶନିବାର ଦିନ ଏଭଳି ଚିଠି ଲେଖିଛନ୍ତି। ମାର୍ଚ୍ଚ ୮ ତାରିଖରେ ଟିଏମ୍‌ସି ଛାଡ଼ି ବିଜେପିରେ ଯୋଗଦେଇଥିବା ସୋନାଲୀଙ୍କ ଏହି ଚିଠି ଏବେ ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। କେବଳ ସୋନାଲି ନୁହେଁ, ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯାେଗଦେଇଥିବା ଅନେକ ନେତା ଏବେ ଘରକୁ ଫେରିବା ଲାଗି ଗୋଡ଼ କାଢ଼ିଲେଣି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଆଶା କରୁଛନ୍ତି, ଆସନ୍ତା କିଛି ସପ୍ତାହ ମଧ୍ୟରେ ଅନେକ ବିଜେପି ନେତା ପୁଣି ଥର ଟିଏମ୍‌ସିକୁ ଫେରିବେଯେଉଁଥିରେ କିଛି ହେଭିଓ୍ବେଟ୍ ବି ଥାଇପାରନ୍ତି।

ମେ’ ୨ ତାରିଖରେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ବିପୁଳ ବିଜୟ ଲାଭ କରିବାର ତିନି ସପ୍ତାହ ମଧ୍ୟରେ ଏବେ ରାଜ୍ୟ ରାଜନୀତି ପୁଣି ଥରେ କଡ଼ ଲେଉଟାଇବା ଆରମ୍ଭ କଲେଣି। ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ଦାୟିତ୍ବ ନେବାର ୪୮ ଘଣ୍ଟା ଭିତରେ ଘୋଷଣା କରିଥିଲେ ଯେ ଯେଉଁମାନେ ଘରକୁ ଫେରିବାକୁ ଚାହାନ୍ତି, ସେମାନଙ୍କ ପାଇଁ ମୋ ଦୁଆର ଖୋଲା ଅଛି। ମମତାଙ୍କ ଏଭଳି ଆହ୍ବାନ ଦଳ ଛାଡ଼ିଥିବା ଅନେକ ନେତାଙ୍କ ଉପରେ ଗଭୀର ଭାବେ ପ୍ରଭାବ ପକାଇଛି। ଯଦିଓ ମେ’ ୮ ତାରିଖରେ ବିଜେପି ଉପାଧ୍ୟକ୍ଷ ମୁକୁଲ ରାୟ ଟ୍ବିଟ୍ କରି କହିଛନ୍ତି ଯେ ପଶ୍ଚିମବଙ୍ଗରେ ଗଣତନ୍ତ୍ର ପ୍ରତିଷ୍ଠା କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ଓ ସେ କାର୍ଯ୍ୟ ଜାରି ରଖିଛନ୍ତି, ତଥାପି ତାଙ୍କୁ ନେଇ ପୁଣି କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି। ତୃଣମୂଳରୁ ଆସି ବିଧାନସଭାରେ ବିରୋଧୀ ଦଳ ନେତା ପଦ ହାତେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ଉତ୍ତରଣରେ ସେ ଆଦୌ ସନ୍ତୁଷ୍ଟ ନଥିବା ଚର୍ଚ୍ଚା ହେଉଛି। ଶ୍ରୀ ରାୟଙ୍କ ରାଜନୈତିକ ଭବିଷ୍ୟତ ଏବେ ବି ଅସ୍ପଷ୍ଟ ରହିଥିବା କୁହାଯାଉଛି।

ପଶ୍ଚିମବଙ୍ଗ ନିର୍ବାଚନ ପରେ କ୍ୟାଡ଼ରକୁ ସମ୍ଭାଳିବା ଲାଗି ବିଜେପି ଢେର୍ କୌଶଳ କରିଛି। ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ପରେ ଏହି ପ୍ରସଙ୍ଗକୁ ନେଇ ଅନେକ ପଦକ୍ଷେପ ନେଇଛନ୍ତି ସୁପ୍ରିମୋ। ଏହା ମଧ୍ୟରେ ଦଳର ନିର୍ବାଚିତ ବିଧାୟକଙ୍କୁ କେନ୍ଦ୍ରୀୟ ସୁରକ୍ଷା ବଳ ସିକ୍ୟୁରିଟି ଗାର୍ଡ ଭାବେ ଦେବାକୁ ବି ପ୍ରସ୍ତାବ ଦିଆଯାଇଛି। ହେଲେ ଅନେକ ବିଧାୟକ ଏହି ପ୍ରସ୍ତାବକୁ ଗ୍ରହଣ କରିନାହାନ୍ତି। ବିଜେପିର ସିଲିଗୁଡି ବିଧାୟକ ଶଙ୍କର ଘୋଷ ଗଣମାଧ୍ୟମକୁ କହିଛନ୍ତି, ମୁଁ ଭାବୁଛି, ମୋର କେନ୍ଦ୍ରୀୟ ସୁରକ୍ଷା ବଳ କିଛି ଆବଶ୍ୟକ ନାହିଁ। ମୋ ପ୍ରତି କୌଣସି ବିପଦ ଥିବା ଅନୁଭବ ହେଉନାହିଁ।ମୁଁ ଯାଆସ ପାଇଁ ଅଧିକାଂଶ ସମୟରେ ମୋଟର ସାଇକଲ୍ ବ୍ୟବହାର କରୁଛି। ସିକ୍ୟୁରିଟିକୁ ଗାଡ଼ି ଓ ସ୍ବତନ୍ତ୍ର ଘର ଦେବା ମୋ ପକ୍ଷରେ ସମ୍ଭବ ନୁହେଁ। ବିଜେପି ବିଧାୟକ ଆନନ୍ଦମୟ ବର୍ମନ ଏବଂ ଚନ୍ଦନ ବାଉରି ମଧ୍ୟ ଅନୁରୂପ ମତ ଦେଇଛନ୍ତି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ସମୁଦାୟ କଥାକୁ ଅନୁଶୀଳନ କରି କହୁଛନ୍ତି ଯେ ନିର୍ବାଚନ ପୂର୍ବରୁ ପ୍ରାୟ ୩୦ ଜଣ ବିଧାୟକ ବିଜେପିରେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ବିଜେପି ଟିକେଟ୍ ଦେଇଥିଲା, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ହାରିଛନ୍ତି। ଏବେ ଦେଖାଯାଉଛି, ନିର୍ବାଚନ ପରଠାରୁ ରାଜୀବ ବାନାର୍ଜୀ, ପୂର୍ବତନ ବିଧାୟକ ପ୍ରବୀର ଘୋଷାଲ ଏବଂ ବୈଶାଳୀ ଡ଼ାଲମିଆ ପ୍ରମୁଖ ନିରବ ଅଛନ୍ତି।

ଏହି ମହଲର କହିବା କଥା, ସମସ୍ତେ ସବୁବେଳେ କ୍ଷମତାଶାଳୀ ଦଳ ସହ ରହିବାକୁ ପସନ୍ଦ କରନ୍ତି। ପୂର୍ବରୁ ବାମ ଦଳ ସମୟରେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଥିଲା। ଏବେ ବିଜେପି ବିରୋଧୀ ଦଳରେ ବସି ଏତେ ନେତାଙ୍କୁ ସନ୍ତୁଷ୍ଟ କରି ରଖିବା କାଠିକର ପାଠ। ଏହାବ୍ୟତୀତ ଟିଏମ୍‌ସିିିିିରେ ନିଷ୍ପତ୍ତି ନେବା ଠାରୁ ବିଭିନ୍ନ କାର୍ଯ୍ୟ କରିବାରେ ସ୍ବାଧୀନତା ବିଜେପି ଭଳି ଜାତୀୟ ଦଳରେ ନାହିଁ। ଏଣୁ ନେତାମାନେ ନିଷ୍ପତ୍ତି ବଦଳାଇବା ସ୍ବାଭାବିକ।

Leave A Reply

Your email address will not be published.