ପ୍ରମୁଖ ଖବର

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଶିମିଳିପାଳରକୁ ଆସିଲା ମହାରାଷ୍ଟ୍ରରୁ ମହାବଳ
୨୯ରେ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଯୋଜନା
ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି
ପୋଲିସ ପିନ୍ଧିବେ ବଡି କ୍ୟାମେରା
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ବଡ ଘୋଷଣା,୬ ମାସ ଭିତରେ ମିଳିବ ୨୦ ଲକ୍ଷ ଲୋକଙ୍କୁ ଘର
ବୃନ୍ଦାବତୀ ନିବାସରେ ରହୁଥିବା ରତ୍ନମଣୀ ମଙ୍ଗରାଜ ପ୍ରାୟ ୬୯ ବର୍ଷ ବୟସରେ ମୃତ୍ୟୁ
ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟିରେ ବୈଜୟନ୍ତ

ଓଡ଼ିଶା ଉପକୂଳ ଆଡ଼କୁ ଆସୁଛି ଅତି ଭୀଷଣ ବାତ୍ୟା

0
  • ଲଘୁଚାପ ରୂପ ନେଲା ଘୂର୍ଣ୍ଣବଳୟ, ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ସଂପର୍କରେ ଠାରିଲା ପାଣିପାଗ ବିଭାଗ
  • ଭୀଷଣ ବାତ୍ୟା ରୂପ ନେଇ ୨୬ ତାରିଖ ସନ୍ଧ୍ୟାରେ ଉତ୍ତର ଉପକୂଳରେ ପହଞ୍ଚିବ, ପ୍ରବଳ ବର୍ଷା ସହ ଆସୁଛି
  • ସମୁଦାୟ ସ୍ଥିତିର ସମୀକ୍ଷା କଲେ ସ୍ବତନ୍ତ୍ର ରିଲିଫ୍ କମିସନର, କୋଭିଡ୍ ନିୟମକୁ ମଧ୍ୟ କଡ଼ାକଡ଼ି ପାଳନ କରାଯିବ
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲରେ କଲେ ସମୀକ୍ଷା, କେନ୍ଦ୍ର ସରକାରଙ୍କ ସହଯୋଗ ଲାଗି ଅମିତ ଶାହଙ୍କୁ କହିବେ

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର ଓ ଉତ୍ତର ଆଣ୍ଡାମାନ ସଂଲଗ୍ନ ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପ ରୂପ ନେଇଛି। ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଆଜି ଏହି ସୂଚନା ଦେବା ସହିତ ଆଉ ଏକ ବଡ଼ ଖବର ଦେଇଛି ଯେ ବାଚ୍ୟା ୟାସ୍ ୨୬ ତାରିଖ ସନ୍ଧ୍ୟାରେ ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ଓଡ଼ିଶା ଏବଂ ବାଂଲାଦେଶ ମଧ୍ୟରେ କେଉଁଠି ସ୍ଥଳଭାଗକୁ ଛୁଇଁପାରେ। କିନ୍ତୁ ସମ୍ଭାବ୍ୟ ବାତ୍ୟା ୟାସ୍ ଅତି ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗକୁ ସ୍ପର୍ଶ କରିବ।

ପାଣିପାଗ ବିଜ୍ଞାନ କେନ୍ଦ୍ର ଆହୁରି ସ୍ପଷ୍ଟ କରିଛି ଯେ ଓଡ଼ିଶାର ଉତ୍ତର ସୀମାନ୍ତ ପ୍ରତି ଅଧିକ ଭୟ ରହୁଛି। ସେଠାରେ ପବନର ବେଗ ସର୍ବାଧିକ ରହିବ। ବାତ୍ୟା ଯେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ, ସେଠାରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୬୫, ସ୍ଥଳ ବିଶେଷରେ ୧୮୫ କିଲୋମିଟର ବେଗରେ ଧକ୍କା ଦେଇପାରେ। ସେସବୁ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ତେବେ କେଉଁଠି କେତେ ବର୍ଷା ହେବ ଓ କେଉଁଠାରେ ବାତ୍ୟା ସ୍ଥଳଭାଗ ଛୁଇଁବ, ସେ ନେଇ ଆସନ୍ତାକାଲି ଅବପାତ ରୂପ ନେବା ପରେ ଜଣାଇ ଦିଆଯିବ।

ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ୨୪ରୁ ୨୭ ପର୍ଯ୍ୟନ୍ତ ଭୀଷଣ ଅଶାନ୍ତ ହେବ। ୨୪ ତାରିଖରୁ ପ୍ରଭାବ ପଡ଼ିବା ଆରମ୍ଭ ହେବ। ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବ। ୨୫ ତାରିଖରେ ପବନର ବେଗ ବଢ଼ି ଘଣ୍ଟାପ୍ରତି ୬୦ କିଲୋମିଟରକୁ ଛୁଇଁପାରେ। ୨୬ ତାରିଖରେ ସବୁଠାରୁ ବଡ଼ ପବନ ରହିବ। ସେହିଭଳି ବର୍ଷା ମଧ୍ୟ ୨୫ ଓ ୨୬ ତାରିଖରେ ପ୍ରବଳ ବର୍ଷା ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ୨୬ ଓ ୨୭ ତାରିଖରେ ହୋଇପାରେ।

ଅନ୍ୟପକ୍ଷରେ ପରିସ୍ଥିତିର ଗମ୍ଭୀରତାକୁ ଲକ୍ଷ୍ୟ ରଖି ସ୍ବତନ୍ତ୍ର ରିଲିଫ୍ କମିସନ ପ୍ରଦୀପ କୁମାର ଜେନା ସବୁଦାୟ ସ୍ଥିତିର ଆଉଥରେ ସମୀକ୍ଷା କରିଛନ୍ତି। ସେ କହିଛନ୍ତି, ସମୁଦାୟ ଉପକୂଳ ଅଞ୍ଚଳ ପାଇଁ ପୂରା ଯୋଜନା ପ୍ରସ୍ତୁତ କରାଯାଇଛି।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବାତ୍ୟା ସମୀକ୍ଷା କରିଛନ୍ତି। ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ‘ୟାସ୍’କୁ ନେଇ ପ୍ରାକ୍ ପ୍ରସ୍ତୁତି ଏବଂ ତାହାର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତି ଉପରେ ସେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ , ଆଇଏମ୍‌ଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ଏନ୍‌ଡିଆର୍‌ଏଫ୍ ଡ଼ିଜି ସତ୍ୟ ନାରାୟଣ ପ୍ରଧାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ସମ୍ଭାବ୍ୟ ବାତ୍ୟାର ସ୍ଥିତି ଏବଂ ଅବସ୍ଥିତି ନେଇ ବିସ୍ତୁତ ଭାବରେ କଥା ହେବା ସହ ଏନଡ଼ିଆରଏଫ୍ ଦ୍ୱାରା ହୋଇଥିବା ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା ହୋଇଥିଲା ଶ୍ରୀ ପ୍ରଧାନ ଟ୍ବିଟ୍ କରିଛନ୍ତି। ସେହିଭଳି ଏନଡ଼ିଆରଏଫ୍ ଓଡ଼ିଶାକୁ ସମସ୍ତ ପ୍ରକାର ସହଯୋଗ ତଥା ବିପର୍ଯ୍ୟୟ ସୁରକ୍ଷା ବଳ ନିୟୋଜିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୃତ ରହିଥିବା ଡ଼ିଜି ଏସ.ଏନ ପ୍ରଧାନ ଅବଗତ କରାଇଥିବା ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ସମ୍ଭାବ୍ୟ ବାତ୍ୟା ନେଇ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରସ୍ତୁତ । ଏ ନେଇ ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିବେ। ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ସମନ୍ୱୟରେ ଏହି ବାତ୍ୟାର ମୁକାବିଲା କରାଯିବ । ଲୋକମାନେ ଭୟଭୀତ ନହୋଇ ସଜାଗ ରହିବାର ଆବଶ୍ୟକ ।

Leave A Reply

Your email address will not be published.