ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଟିକାକରଣରେ କେଁ ପଶାଇଲା କିଏ?

0
  • କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଜଣାଇଲେ ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ
  • ବିଦେଶୀ କଂପାନିମାନେ କେନ୍ଦ୍ରୀୟ ଆଇନକୁ ଆଳ କରି ଖସୁଛନ୍ତି
  • କେନ୍ଦ୍ର ଟିକା କିଣିଲେ, ଓଡ଼ିଶା ଟଙ୍କା ଦେଇ ଆଣିବ ବୋଲି କହିଲା ରାଜ୍ୟ
  • ବଣ୍ଟନରେ ନମନୀୟତା ଲାଗି କେନ୍ଦ୍ରକୁ ପ୍ରସ୍ତାବ ଦେଲା ଓଡ଼ିଶା

ଭୁବନେଶ୍ବର: କୋଭିଡ୍ ତୃତୀୟ ଲହର ପୂର୍ବରୁ ରାଜ୍ୟର ସମସ୍ତଙ୍କୁ ଟିକା ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ, ସେଥିରେ କେଁ ପଶିଛି। କେନ୍ଦ୍ର ସରକାର ଟିକାର ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟା ନେଇ ସିଧାସଳଖ କୌଣସି ପ୍ରତିବାଦ କରିନାହାନ୍ତି। ହେଲେ ଟିକା ନୀତିରେ କୌଣସି କୋହଳ ମନୋଭାବ ପୋଷଣ କରାଯାଇନଥିବା ପରିପ୍ରେକ୍ଷୀରେ ସମୁଦାୟ ପ୍ରକ୍ରିୟାଟି ଏବେ ପ୍ରଭାବିତ ହୋଇଛି।

ବିଦେଶୀ ଟିକା କଂପାନିମାନେ ରାଜ୍ୟମାନଙ୍କ ସହିତ କାରବାର କରିବା ବଦଳରେ କେନ୍ଦ୍ର ସରକାରଙ୍କ ମାଧ୍ୟମରେ ଟିକା ଯୋଗାଣ ପାଇଁ ବିଶେଷ ଆଗ୍ରହ ଦେଖାଉଛନ୍ତି। କେବଳ ସେତିକି ନୁହେଁ, ସଂପୃକ୍ତ କଂପାନିମାନେ ଚାହୁଁଥିବା ଆଇନଗତ ମଞ୍ଜୁରୀ ପ୍ରଦାନ କ୍ଷମତା କେନ୍ଦ୍ର ସରକାରଙ୍କ ହାତରେ ଥିବା ପରିପ୍ରେକ୍ଷୀରେ ଗ୍ଲୋାବାଲ୍ ଟେଣ୍ଡର ପ୍ରକ୍ରିୟାକୁ ଜବରଦସ୍ତ ଧକ୍‌କା ଲାଗିଛି।

ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ଆଜି ରାଜ୍ୟ ସରକାର ଏ ଦିଗରେ ଆଉ ପାଦେ ଆଗକୁ ଯାଇଛନ୍ତି। ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏ ସଂକ୍ରାନ୍ତରେ ଚିଠି ଲେଖି ଡାକ୍ତର ହର୍ଷବର୍ଦ୍ଧନଙ୍କ ହସ୍ତକ୍ଷେପ ଲୋଡ଼ିବା ସହିତ କହିଛନ୍ତି, ରାଜ୍ୟମାନେ ନିଜେ ନିଜେ ଗ୍ଲୋବାଲ୍ ଟେଣ୍ଡରକୁ ଯିବା ପରିବର୍ତ୍ତେ ଯଦି କେନ୍ଦ୍ର ସରକାର ଜାତୀୟସ୍ତରରେ ଟେଣ୍ଡର କରି ଟିକା କିଣନ୍ତି, ତେବେ ରାଜ୍ୟ ସରକାର ଟିକା ବାବଦ ପ୍ରାପ୍ୟ ଦେଇ ଏହାକୁ କିଣିବାକୁ ପ୍ରସ୍ତୁତ। ଏହାଦ୍ବାରା କମ୍ ସମୟରେ ଟିକା ମିଳିପାରିବ ଓ ଆର୍ଥିକ ଲାଭ ବି ମିଳିବ।

ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ସମସ୍ତଙ୍କୁ ଟିକା ଦେବା ଲାଗି ସଂକଳ୍ପବଦ୍ଧ। ବିଶେଷକରି ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାରକୁ ପ୍ରାଥମିକତା ଭିତ୍ତିରେ ଟିକାକରଣ ଲାଗି ମୁଖ୍ୟମନ୍ତ୍ରୀ ଗୁୁରୁତ୍ବାରୋପ କରିଛନ୍ତି। ସମାନ୍ତରାଳ ଭାବେ କିଭଳି ଏହି ଟିକା ଦିଆଯିବ ଓ ତରିକା କଣ ହେବା ଉଚିତ୍ ଏ ସଂକ୍ରାନ୍ତରେ ଓଡ଼ିଶାକୁ କ୍ଷମତା ଦିଆଯିବା ଉଚିତ୍ ବା ବଣ୍ଟନରେ ନମନୀୟତା ହେବା ଉଚିତ୍। ଏଇଥିପାଇଁ ଯେ ରାଜ୍ୟର ଅଧିକାଂଶ ପାର୍ବତ୍ୟାଞ୍ଚଳ ଏବଂ ଇଣ୍ଟରନେଟ୍ ସୁବିଧା ନ ଥିବା କାରଣରୁ ଅନ୍ ଲାଇନ୍ ପଞ୍ଜୀକରଣ ସମ୍ଭବ ନୁହେଁ।

ଓଡ଼ିଶାରେ ଗତ ୨୮ ତାରିଖ ଦିନ ଗ୍ଲୋବାଲ୍ ଟେଣ୍ଡର ଖୋାଲାଯିବା ଲାଗି ସମୟ ଧାର୍ଯ୍ୟ କରାଯାଇଥିଲା। ଏହି ସମୟ ସୀମାକୁ କିନ୍ତୁ ଜୁନ ୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଅନ୍ୟ ରାଜ୍ୟର ଟେଣ୍ଡର ପ୍ରକ୍ରିୟାରେ ବିଦେଶୀ କଂପାନି ଭାଗ ନେଉନଥିବା ଦେଖି ରାଜ୍ୟ ସରକାର ଟିକା କଂପାନିମାନଙ୍କ ପାଇଁ ନିୟମରେ ଅନେକ କୋହଳ କରିଛନ୍ତି।

ହେଲେ ଯାହା ଜଣାପଡୁଛି, ଗ୍ଲୋବାଲ୍‌ ଟେଣ୍ଡରରେ ସେରମ୍ ଇନଷ୍ଟିଚ୍ୟୁଟ୍ କିମ୍ବା ଭାରତ ବାୟୋଟେକ୍‌ ପ୍ରମୁଖ ଭାଗ ନେଇନାହାନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ସେମାନଙ୍କ ଉପରେ ଯେଉଁ ଚାପ ରହିଛି, ଅଧିକ ଟିକା ଦେବା ସେମାନଙ୍କ ପକ୍ଷରେ ଆଉ ସମ୍ଭବ ନୁହେଁ। ସେହିଭଳି ଅନ୍ୟ ରାଜ୍ୟରେ ହୋଇଥିବା ଟେଣ୍ଡରରୁ ଜଣାପଡୁଛି ଯେ ଫାଇଜର ଓ ମଡର୍ଣ୍ଣା ପ୍ରମୁଖ କେନ୍ଦ୍ରୀୟ ଅନୁମତି ଅପେକ୍ଷା କରିବା ସହିତ ଜାତୀୟସ୍ତରରେ କାରବାର ଉପରେ ଗୁରୁତ୍ବ ଦେଇଛନ୍ତି। ଉତ୍ପାଦକମାନେ ସେମାନଙ୍କ କ୍ଷତିପୂରଣ ସଂପର୍କରେ ମଧ୍ୟ ଚିନ୍ତିତ। ଏଣୁ କେନ୍ଦ୍ର ସରକାର ଗ୍ଲୋବାଲ୍ ଟେଣ୍ଡରରେ ତୁରନ୍ତ ଯାଇ ଟିକା କିଣିବା ଉପରେ ଓଡ଼ିଶା ପ୍ରସ୍ତାବ ରଖିଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାର ପୂର୍ବରୁ ଟିକା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିସାରିଛନ୍ତି। ଏଥିସହିତ ମାଗାଣାରେ ରାଜ୍ୟବାସୀଙ୍କୁ ଟିକା ଦେବାକୁ ନବୀନ ପଟ୍ଟନାୟକ କହିସାରିଛନ୍ତି। ଟିକାକରଣ ପ୍ରକ୍ରିୟାରେ ଅନ୍ୟ ରାଜ୍ୟମାନଙ୍କରେ ଅନେକ ଅପଚୟ ହେଉଥିବା ବେଳେ ଓଡ଼ିଶାରେ ଏହା ବିଯୁକ୍ତ ୪ ପ୍ରତିଶତ। ରାଜ୍ୟର ୬୧ଲକ୍ଷ ୬ ହଜାର ୪୧୫ ଜଣଙ୍କୁ ପ୍ରଥମ ପର୍ଯ୍ୟାୟ ଟିକା ଦିଆଯାଇଛି। ଏପ୍ରିଲମାସରେ ଦୈନିକ ୨ଲକ୍ଷ ହାରରେ ଟିକା ଦିଆଯାଉଥିଲା। ଏବେ କିନ୍ତୁ ଟିକା ଯୋଗାଣରେ ପ୍ରତିବଦ୍ଧକ ଯୋଗୁଁ ଦୈନିକ ୬୦ ହଜାରରୁ ୭୦ ହଜାର ଭିତରେ ଟିକା ଦିଆଯାଇପାରୁଛି। କିନ୍ତୁ ରାଜ୍ୟ ସରକାର ଦିନକୁ ୩ଲକ୍ଷ ପର୍ଯ୍ୟନ୍ତ ଟିକା ଦେବାକୁ ସକ୍ଷମ। ସେହିଭଳି ଓଡ଼ିଶା ତୁରନ୍ତ ୨କୋଟି ୨୦ଲକ୍ଷ କୋଭିସିଲ୍‌ଡ କିଣିବାକୁ ସେରମ୍ ଇନଷ୍ଟିଚ୍ୟୁଟ୍ ପାଖରେ ଅର୍ଡର ରଖିଛି ଓ ୧୦.୩୪ଲକ୍ଷ କୋଭାକ୍ସିନ୍ ପାଇଁ ଭାରତର ବାୟୋଟେକ୍‌କୁ ପ୍ରସ୍ତାବ ଦେଇଛି। ହେଲେ ସେରମ୍ କଂପାନି ମାତ୍ର ୫ଲକ୍ଷ ୭୮ ହଜାର ୪୮୦ ଡୋଜ୍ ପଠାଇଥିବା ବେଳେ ବାୟୋଟେକ୍ ସଂସ୍ଥା ୧ଲକ୍ଷ ୬୫ ହଜାର ୪୯୦ ଡୋଜ୍ ଟିକା ଦେଇଛି।

Leave A Reply

Your email address will not be published.