ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଅନୁଗୁଳରେ ବୃହତ କୋଭିଡ୍ ସେଣ୍ଟରର ଲୋକାର୍ପଣ କଲେ ଧର୍ମେନ୍ଦ୍ର

0
  • ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତିଭୂମିକୁ ଆହୁରି ସୁଦୃଢ କରାଯିବ: କେନ୍ଦ୍ରମନ୍ତ୍ରୀ
  • ଅନୁଗୁଳ ଜିଲ୍ଲାର ବଳରାମପ୍ରସାଦ ଏବଂ ତାଳଚେର ଏମସିଏଲର କୋଭିଡ ହସ୍ପିଟାଲ ପରିଦର୍ଶନ
  • ପିପିଇ କିଟ୍ ପିନ୍ଧି କୋଭିଡ୍ ହସ୍ପିଟାଲରେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ କର୍ମଚାରୀଙ୍କ ସହ କଥା ହେଲେ
  • ଜେଏସପିଏଲ, ଏମସିଏଲ ଏବଂ ନାଲକୋର ୬୨୦ଟି ବେଡ୍‌ ଜିଲ୍ଲାବାସୀଙ୍କୁ ସୁରକ୍ଷିତ ରଖିବ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବ ରହିବ ନାହିଁ । ମହାମାରୀ କୋଭିଡ-୧୯ର ଆହ୍ୱାନକୁ ସାମ୍ନା କରିବା ତଥା ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ଓଡିଶାର କର୍ପୋରେଟ ଅନୁଷ୍ଠାନ ଗୁଡ଼ିକ ଉଦ୍ୟମ ଜାରି ରଖିଛନ୍ତି। ଅନୁଗୁଳ ଜିଲ୍ଲାର ଜିନ୍ଦଲ ଷ୍ଟିଲ୍ ଏବଂ ପାୱାର ପ୍ଲାଂଟ୍‌(ଜେଏସପିଏଲ) କ୍ୟାମ୍ପସ ପରିସରରେ ଅକ୍ସିଜେନ ସଂଯୁକ୍ତ ୨୭୦ଟି ବେଡ୍ ବିଶିଷ୍ଟ କୋଭିଡ୍ କେୟାର ସେଂଟରକୁ ଲୋକାର୍ପଣ କରିବା ଅବସରରେ ଏମିତି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଉଲ୍ଲେଖନୀୟ ଯେ, ଆଜି ଅନୁଗୁଳ ଜିଲ୍ଲା ଗ୍ରସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବଳରାମ ପ୍ରସାଦ ସ୍ଥିତ ଇଏସଆଇ ହସ୍ପିଟାଲରେ ନାଲକୋ ସହଯୋଗରେ ନିର୍ମିତ କୋଭିଡ୍ ହସ୍ପିଟାଲ ଏବଂ ତାଳଚେର ସ୍ଥିତ ଏମସିଏଲରର କୋଭିଡ୍ ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ଦେଖଥିଲେ। ଏହାସହ ପିପିଇ କିଟ୍ ପିନ୍ଧି କୋଭିଡ୍‌ ହସ୍ପିଟାଲରେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ କର୍ମଚାରୀଙ୍କ ସହ କଥା ହୋଇ କୋଭିଡ ସଂକ୍ରମିତଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ।

କୋଭିଡ୍ କେୟାର ସେଂଟରର ଲୋକାର୍ପଣ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଉଦବୋଧନ ଦେଇ କହିଥିଲେ ଯେ ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଇସ୍ପାତ କମ୍ପାନି ଜେଏସପିଏଲ ଦ୍ୱାରା ଏହି କୋଭିଡ୍‌ କେୟାର ସେଂଟର ପ୍ରତିଷ୍ଠା କରାଯାଇଛି । ଏହି ସେଂଟରରେ ୨୭୦ଟି ଅକ୍ସିଜେନ୍ ସଂଯୁକ୍ତ ବେଡ଼୍‌, ଭେଂଟିଲେଟର, ଏଚଡ଼ିୟୁ ଓ ଆନୁଷଙ୍ଗିକ ବ୍ୟବସ୍ଥା ରହିଥିବା ବେଳେ ପୂର୍ବରୁ ଏଠାରେ ୫୦ଟି ବେଡ୍ ଉପଲବ୍ଧ ରହିଛି । ଜେଏସପିଏଲର ଏହି କୋଭିଡ୍ ହସ୍ପିଟାଲରେ ବ୍ୟବସ୍ଥିତ ଥିବା ସର୍ବମୋଟ ୩୨୦ଟି ବେଡ୍ ଅନୁଗୁଳ ଜିଲ୍ଲାର କଣିହାଁ, ତାଳଚେର ଏବଂ ପଡୋଶୀ ଜିଲ୍ଲା ଦେବଗଡ଼ ସମେତ କୋଭିଡ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାରେ ସହାୟକ ହେବ।

ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତିଭୂମିକୁ ମଜବୁତ କରାଯାଉଛି। ପୂର୍ବରୁ ମହାନଦୀ କୋଲ ଫିଲଡ(ଏମସିଏଲ୍‌) ଓ ନାଲକୋ ଭଳି କର୍ପୋରେଟ ଅନୁଷ୍ଠାନ ସହଯୋଗରେ ତାଳଚେର ଏବଂ ବଳରାମପ୍ରସାଦ ଠାରେ ୧୫୦ଟି ଲେଖାଁଏ ଅକ୍ସିଜେନ୍ ସୁବିଧା ବେଡ୍‌, ଭେଂଟିଲେଟର ଏବଂ ଅତ୍ୟାଧୁନିକ ମେଡିକାଲ ଉପକରଣ ସହ କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା ହୋଇସାରିଛି। ଅନୁଗୁଳ ଜିଲ୍ଲା ପ୍ରଶାସନ ଦ୍ୱାରା କୋଭିଡ୍ ରୋଗୀଙ୍କ ଚିକିତ୍ସା କରିବା ପାଇଁ ବିଭିନ୍ନ ବ୍ୟବସ୍ଥା ହୋଇଥିବା ବେଳେ ଜେଏସ୍ପି‌ଏଲ, ଏମସିଏଲ ଏବଂ ନାଲକୋ ଦ୍ୱାରା ବ୍ୟବସ୍ଥିତ ୬୨୦ଟି ଅକ୍ସିଜେନ ସଂଯୁକ୍ତ କୋଭିଡ୍ ବେଡ୍ ଏବଂ ଆନୁଷଙ୍ଗିକ ମେଡ଼ିକାଲ ବ୍ୟବସ୍ଥା ଅନୁଗୁଳ ଏବଂ ପଡୋଶୀ ଜିଲ୍ଲାର ଲୋକଙ୍କୁ ସୁରକ୍ଷିତ ରଖିବାରେ ସହାୟକ ହେବ।

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ବର୍ତମାନର କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦେଶରେ ସ୍ୱାସ୍ଥ୍ୟ ଭିତିଭୂମିକୁ ମଜବୁତ୍ କରିବା ଦିଗରେ ପ୍ରାଥମିକତା ଦେଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ ସମସ୍ତଙ୍କୁ “ଟ୍ରେସିଂ, ଟେଷ୍ଟିଂ ଏବଂ ଟ୍ରିଟ୍‌ମେଂଟକୁ ଗୁରୁତ୍ୱ ଦେବା ସହ
ଟିକାକରଣର ଦାୟିତ୍ୱ ନେବାକୁ ପଡ଼ିବ । ଭାରତ ସରକାର ରାଜ୍ୟ ଗୁଡ଼ିକୁ ମାଗଣାରେ ୫୦ ପ୍ରତିଶତ ଟିକା ଯୋଗାଇ ଦେଉଥିବା ବେଳେ ରାଜ୍ୟ ଦ୍ୱାରା ୨୫ ପ୍ରତିଶତ ଏବଂ କର୍ପୋରେଟ୍ ଅନୁଷ୍ଠାନ ଗୁଡିକ ଦ୍ୱାରା ୨୫ ପ୍ରତିଶତ ଟିକା ଯୋଗାଇଦେବାର ବ୍ୟବସ୍ଥା କରାଯାଉଛି ।

ଅପରପକ୍ଷରେ ବିଗତ ୨ ମାସରେ ଜେଏସପିଏଲ କମ୍ପାନି ଦେଶର ବିଭିନ୍ନ ଅଂଚଳକୁ ୩ ହଜାର ମେଟ୍ରିକ୍‌ ଟନର ଅମ୍ଲଜାନ ଯୋଗାଇ ଦେଶର ଆବଶ୍ୟକତା ପୂରଣ କରିଛି। ଆଗାମୀ ଦିନରେ ମଧ୍ୟ ରାଜ୍ୟରେ ସାମାଜିକ-ଅର୍ଥନୈତିକ ବିକାଶ ଏବଂ ସ୍ୱାସ୍ଥ୍ୟବସ୍ଥାକୁ ମଜବୁତ୍ କରିବାରେ ମଧ୍ୟ ଜେଏସପିଏଲ୍ ଦାୟିତ୍ୱ ନେବାକୁ
କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାସହ କରୋନାର ଦ୍ୱିତୀୟ ଲହର ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଅନୁଗୁଳ ଜିଲ୍ଲାରେ କର୍ପୋରେଟ୍ ଅନୁଷ୍ଠାନ ଗୁଡ଼ିକୁ ନିଜ କର୍ମଚାରୀ, ତାଙ୍କ ପରିବାର ଏବଂ ଅନ୍ୟୁନ ଜଣେ ଗରିବ ଲୋକଙ୍କୁ ମଧ୍ୟ ଟିକା ଦେବା ପାଇଁ ଦାୟିତ୍ୱ ନେବାକୁ ପୁଣି ଥରେ ଆହ୍ୱାନ କରିଛନ୍ତି । ଆଜିର ଜେଏସପିଏଲର କୋଭିଡ୍ କେୟାର ସେଂଟର ଲୋକାର୍ପଣ କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ,ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଏବଂ ଜିନ୍ଦଲ ମୁଖ୍ୟ ନବୀନ ଜିନ୍ଦଲ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.