ପ୍ରମୁଖ ଖବର

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଆଜି ପୂର୍ବାହ୍‌ଣ ୧୦ଟାରେ ଶପଥ ଗ୍ରହଣ କରିଛନ୍ତି
ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପଟି ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି
ପୁଣି ସସପେଣ୍ଡ ହେଲେ ତାରା ; ବିଧାୟକ ରମେଶ ଜେନା ମଧ୍ୟ ନିଲମ୍ବିତ । ପୂର୍ବରୁ ୧୨ ଜଣ କଂଗ୍ରେସ ବିଧାୟକ ନିଲମ୍ବିତ ହୋଇଥିଲେ
ସୋନପୁର-ସମ୍ବଲପୁର ମୁଖ୍ୟରାସ୍ତାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟୁପାଲି ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଏକ ବଲେରୋ ଗାଡ଼ିକୁ ହାଇୱା ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି

ବିପଜ୍ଜନକ ଜୁନ୍, ଦୁଇଦିନରେ ଗଲାଣି ୭୭ଜଣଙ୍କ ମୁଣ୍ଡ

0
  • ଗ୍ରାମାଞ୍ଚଳରେ ଅଧିକ କୋଭିଡ୍ ପରୀକ୍ଷା ଉପରେ ସରକାରଙ୍କ ଗୁରୁତ୍ବ
  • ଦେଶରେ ଦ୍ବିତୀୟ ତରଙ୍ଗରେ ୫୯୪ ଡାକ୍ତରଙ୍କର ମୃତ୍ୟୁ ଘଟିଛି
  • ଦିଲ୍ଲୀ, ଉତ୍ତରପ୍ରଦେଶ ଓ ବିହାରରୁ କେବଳ ୪୫ ପ୍ରତିଶତ, ଓଡ଼ିଶାରୁ ୨୨

ଭୁବନେଶ୍ବର: ଜୁନ୍‌ରେ କୋଭିଡ୍ ସଂକ୍ରମଣ କମିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଏକଥା ବି ପରିଲକ୍ଷିତ ହେଉଛି ଯେ ରାଜ୍ୟରେ ଟିିପିଆର୍‌ ଖସି ୧୨.୫୯ ପ୍ରତିଶତରେ ପହଞ୍ଚିଛି। ଅଳ୍ପ କିଛି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାମାନଙ୍କରେ ସଂକ୍ରମଣ ତଳମୁହାଁ ହେଲେଣି। ହେଲେ ଯେଉଁ କଥାଟି ଜୁନ୍ ଆରମ୍ଭରୁ ଆନ୍ଦୋଳିତ କରୁଛି, ତାହା ହେଲା ମାସର ପ୍ରଥମ ଦୁଇଦିନରେ ୭୭ଜଣଙ୍କ ମୃତ୍ୟୁ ସଂପର୍କରେ ସରକାର ଘୋଷଣା କରିଛନ୍ତି। ଗତକାଲି ୩୭ ଜଣଙ୍କ ମୃତ୍ୟୁ ତାଲିକା ଦିଆଯାଇଥିଲା, ଆଜି ଏହି ସଂଖ୍ୟା ୪୦ ଛୁଇଁଛି। ଦୁଇଦିନରେ ୧୭ ହଜାର ୧୩୪ ଜଣଙ୍କ ଠାରେ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ସାଧାରଣରେ ଆତଙ୍କ ସୃଷ୍ଟି କଲାଣି। ମେ’ ମାସରେ ପ୍ରାଣ ହରାଇଥିବା ମୋଟ ବ୍ୟକ୍ତି (୭୧୧)ଙ୍କର ୧୦ ପ୍ରତିଶତରୁ ଅଧିକ ଯଦି ଦୁଇଦିନରେ ସାମ୍ନାକୁ ଆସେ, ତେବେ ଏହି ଟିପିଆର୍‌କୁ ନେଇ ବିଶେଷ କିଛି ଖୁସି ହେବାର ନାହିଁ ବୋଲି କୁହାଯାଉଛି। ଦେଶରେ ଆଜି ୩୨୦୭ଙ୍କର ମୃତ୍ୟୁ ହୋଇଛି।

ରାଜ୍ୟ ସରକାର ଆଜି ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ ଗ୍ରାମାଞ୍ଚଳରେ ଏବେ ଅଧିକରୁ ଅଧିକ ଲୋକଙ୍କର କୋଭିଡ୍ ପରୀକ୍ଷା ହେବ। ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଗଣମାଧ୍ୟମକୁ କହିଛନ୍ତି, ବ୍ୟାପକ ଆଣ୍ଟିଜେନ୍ ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶାରେ ବିଳମ୍ବରେ ସଂକ୍ରମଣ ଛୁଇଁଥିଲା ଏବଂ ଏବେ ଧୀରେ ଧୀରେ କମିବା ଆରମ୍ଭ କରିଛି। ପିକ୍ ଅତିକ୍ରମ କରିସାରିଛି ରାଜ୍ୟ। ସେହିଭଳି ଗୁରୁତର ରୋଗୀଙ୍କ ସଂଖ୍ୟା କମୁଛି ଓ ହସ୍ପିଟାଲରେ ମଧ୍ୟ ଶଯ୍ୟା ଉପରେ ଥିବା ଚାପରେ ବଡ଼ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ଆଗକୁ ସ୍ଥିତି ବଦଳିବ ବୋଲି ଡାକ୍ତର ମିଶ୍ର କହିଛନ୍ତି। କେବଳ ସେତିକି ନୁହେଁ, ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଏବଂ ଟାସ୍କଫୋର୍ସ ଯେଉଁ ସୁପାରିସ କରିବେ ସେ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି।

ସେପଟେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) କହିଛି ଯେ ଦେଶରେ କୋଭିଡ୍-୧୯ ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ ୫୯୪ ଡାକ୍ତରଙ୍କ ମୃତ୍ୟୁ ଘଟିଛି। କେବଳ ଦିଲ୍ଲୀରେ ୧୦୭ ଜଣ ଡାକ୍ତର ପ୍ରାଣ ହରାଇଲେଣି। ଦ୍ବିତୀୟ ତରଙ୍ଗରେ ପ୍ରାଣ ହରାଇଥିବା ଡାକ୍ତରଙ୍କ ମଧ୍ୟରୁ ୪୫ ପ୍ରତିଶତ କେବଳ ଦିଲ୍ଲୀ, ବିହାର ଏବଂ ଉତ୍ତରପ୍ରଦେଶରୁ ବୋଲି ସଂଘ କହିଛି। ଓଡ଼ିଶାର ୨୨ ଜଣ ଡାକ୍ତର ପ୍ରାଣ ହରାଇଲେଣି। କୋଭିଡ୍ ଆରମ୍ଭ ହେବା ପରଠାରୁ ଏଯାଏ ପ୍ରାୟ ୧୩୦୦ ଡାକ୍ତରଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି।

ସଂଘ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସାମ୍ନାରେ ରଖି ଏକ ସଶକ୍ତ ଏବଂ ପ୍ରଭାବଶାଳୀ ଆଇନ ତିଆରି କରିବା ଲାଗି ଦାବି ଜଣାଇଛି। ଆସାମରେ ଜଣେ କୋଭିଡ୍ ରୋଗୀଙ୍କ ମୃତ୍ୟୁ ପରେ ଜଣେ ମାଓବାଦୀ କିଭଳି ଜଣେ ଡାକ୍ତରଙ୍କୁ ମାଡ଼ ମାରିଛନ୍ତି,ସେ ବିଷୟରେ ସଂଘ କେନ୍ଦ୍ରକୁ କହିଛି। ଡାକ୍ତରମାନଙ୍କ ବୃତ୍ତିଗତ ସୁରକ୍ଷାକୁ ପ୍ରାଥମିକତା ଦେବା ଉପରେ ଏଥିରେ ଗୁରୁତ୍ବାରୋପ କରାଯାଇଛି।

Leave A Reply

Your email address will not be published.