ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଦିନେ ବିଜୁ ବାବୁ କରୁଥିଲେ, ଏବେ ନବୀନ…

0
  • ଟିକା କିଣା କ୍ଷେତ୍ରରେ ସବୁ ରାଜ୍ୟ ମଧ୍ୟରେ ସହମତି ପାଇଁ ଅଣ୍ଟାଭିଡ଼ିଲେ
  • ଚିଠି ଲେଖି ଜଣାଇଲେ ପରସ୍ପର ବିରୋଧରେ ଲଢିବା ପରିବର୍ତ୍ତେ ଏକାଠି ହୁଅ
  • ଲୋକଙ୍କ ଜୀବନ ଗୁରୁତ୍ବପୂର୍ଣ୍ଣ, ସ୍ବାଧୀନତା ସଂଗ୍ରାମ ପରେ ବଡ଼ ଚ୍ଯାଲେଞ୍ଜ
  • ତୃତୀୟ ଲହର ପୂର୍ବରୁ ସମସ୍ତଙ୍କ ଟିକାକରଣ ନ ହେଲେ କେହି ସୁରକ୍ଷିତ ନୁହେଁ

ଭୁବନେଶ୍ବର: କେନ୍ଦ୍ର-ରାଜ୍ୟମାନଙ୍କ ମଧ୍ୟରେ ବିବାଦ ଶୀର୍ଷ ଛୁଇଁଛି। ଦିଲ୍ଲୀ ଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଅର୍ଥାତ୍ ଅଧିକାଂଶ ଅଣ ବିଜେପି ଶାସିତ ରାଜ୍ୟ ସରକାର ଓ କେନ୍ଦ୍ର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ଯେଉଁଠି ବିଜେପି ଶାସନରେ ନାହିଁ। ହେଲେ ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଜିତିଥିବା ନବୀନ ସମସ୍ତଙ୍କ ଠାରୁ ଏବେ ଅଭିଜ୍ଞ, ଅନୁଭବୀ ଏବଂ ଦାୟିତ୍ବବାନ, ଏକଥା ତାଙ୍କର ଆଚରଣ ଓ ଉଚ୍ଚାରଣ ଆଜି ପୁଣି ଥରେ ଏହା ପ୍ରମାଣିତ କରିଛି।

ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସ୍ବତନ୍ତ୍ର ଆଭିମୁଖ୍ୟ ଆପଣାଇ ଚର୍ଚ୍ଚାରେ ଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ରାଜନୈତିକ ଘଟଣା କ୍ରମରେ ନିଜେ ସ୍ବୟଂ ସାମ୍ନାକୁ ଆସି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଟିକାକରଣ କ୍ଷେତ୍ରରେ ସହମତି ଆଣିବାକୁ ଅଣ୍ଟାଭିଡ଼ିଛନ୍ତି। ବ୍ୟକ୍ତିଗତ ଭାବେ ଚିଠି ଲେଖି ଏକଥା ଜଣାଇଛନ୍ତି ସ୍ବାଧୀନତା ସଂଗ୍ରାମ ପରେ ଏହା ସବୁଠାରୁ ବଡ଼ ଚ୍ଯାଲେଞ୍ଜ। ଟିକା ପାଇଁ ପରସ୍ପର ଭିତରେ ଲଢିବା ପରିବର୍ତ୍ତେ ଏକାଠି ଲଢ଼ିବାର ଆବଶ୍ୟକତା ରହିଛି। କାରଣ, କୋଭିଡ୍ ବିରୋଧରେ ଜିତିବା ଲାଗି ଟିକା ହେଉଛି ଏକମାତ୍ର ସମାଧାନର ବାଟ। ଏଣୁ ତୃତୀୟ ଲହର ଆସିବା ପୂର୍ବରୁ ସମସ୍ତଙ୍କର ଟିକାକରଣ ଅପରିହାର୍ଯ୍ୟ ବା ଜରୁରୀ ଅଟେ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଲୋକମାନଙ୍କୁ ଯୁଦ୍ଧକାଳୀନ ଭିତରେ ଟିକା ଦେବାକୁ ହେବ। ଅନ୍ୟଥା କୌଣସି ରାଜ୍ୟ ସୁରକ୍ଷିତ ନୁହେଁ। ଏକଥା ଦେଖାଯାଉଛି ଯେ କେନ୍ଦ୍ର ସରକାର ନିୟମ କୋହଳ କରିବା ପରେ ବି କିଛି ରାଜ୍ୟ ଟେଣ୍ଡରରେ ପୁଣି ଯାଉଛନ୍ତି। ହେଲେ ସମସ୍ତେ ଏକଥା ବୁଝିବା ଦରକାର ଯେ ବିଦେଶୀ ଟିକା କଂପାନିମାନେ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ଚାହୁଁଛନ୍ତି। ସେମାନେ ରାଜ୍ୟ ସରକାରମାନଙ୍କ ସହିତ ଚୁକ୍ତି କରିବା ଲାଗି ଆଦୌ ଆଗ୍ରହୀ ନାହାନ୍ତି। ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ ହେଲା, କେନ୍ଦ୍ର ସରକାର ଟିକା ଆଣି ରାଜ୍ୟମାନଙ୍କୁ ବାଣ୍ଟିବା ଦରକାର। ଓଡ଼ିଶା ସରକାର ଇତିମଧ୍ୟରେ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ଅନ୍ୟ ରାଜ୍ୟମାନେ ମଧ୍ୟ ଏଥିରେ ସହମତ ହୋଇ ପ୍ରକ୍ରିୟା ଆରମ୍ଭ କରିବା ଲାଗି ନବୀନ ନିବେଦନ କରିଛନ୍ତି। ଏଥିସହିତ ଟିକାକରଣ ନିୟମରେ ପରିବର୍ତ୍ତନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ସହମତି ଆଣିବାକୁ ଚାହିଁଛନ୍ତି।

ନବୀନ ଏଭଳି ଆଭିମୁଖ୍ୟ ରଖି ପୂରା ଦେଶ ସାମ୍ନାରେ ଉଦାହରଣ ରଖିବାକୁ ଚେଷ୍ଟା କରିଛନ୍ତି ଯେ ରାଜନୀତି ଅପେକ୍ଷା ତାଙ୍କ ଲାଗି ସାଧାରଣ ଲୋକର ଜୀବନ ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ। ୨୪ ଘଣ୍ଟା ତଳେ ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ କେନ୍ଦ୍ରକୁ ପ୍ରସ୍ତାବ ଦେଇ କହିଥିଲେ, ସେମାନେ ଟିକା କିଣିଲେ, ଓଡ଼ିଶା ଟଙ୍କା ଦେଇ ଏହାକୁ କିଣିବାକୁ ରାଜି ଅଛି। କେବଳ ଭୌଗୋଳିକ ଅବସ୍ଥିତି ଏବଂ ଯୋଗାଯୋଗ ବ୍ୟବସ୍ଥାରେ ଥିବା ସମସ୍ୟା କାରଣରୁ ଟିକା ବଣ୍ଟନ କ୍ଷେତ୍ରରେ ନମନୀୟତା ପାଇଁ ଓଡ଼ିଶା ଦର୍ଶାଇଥିଲା।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ଗ୍ରହଣ କରୁଛନ୍ତି। ସେମାନଙ୍କ ମତରେ, ନବୀନଙ୍କ ରାଜନୀତିର କୌଶଳ ଭିନ୍ନସ୍ତରର, ଏହା ଭାରତର ଅନ୍ୟ କୌଣସି ନେତାଙ୍କ ଠାରୁ ଯଥେଷ୍ଟ ଉନ୍ନତ। କିଛି ଦିନ ହେଲା ଦେଖାଯାଉଛି, ସେ ଷ୍ଟେଟ୍‌ସମ୍ୟାନ ଭଳି ଆଚରଣ ପ୍ରଦର୍ଶନ କରିଆସୁଛନ୍ତି, ଯାହା ବର୍ତ୍ତମାନର ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ ବା ଜାତୀୟସ୍ତରର ନେତାଙ୍କ ନିକଟରେ ପରିଲକ୍ଷିତ ହେଉନାହିଁ। ବାତ୍ୟା ୟାସ୍ ସହାୟତା ମାଗିବା ବେଳେ ନବୀନ ଯେଉଁ ଆଭିମୁଖ୍ୟ ରଖିଥିଲେ, ତାହା ହେଲା କରୋନା ସମୟରେ କେନ୍ଦ୍ରକୁ ଅଧିକ ଚାପଗ୍ରସ୍ତ କରିବାକୁ ସେ ଚାହୁଁନାହାନ୍ତି। ବରଂ ନିଜ ସମ୍ବଳରେ ସେ ବାତ୍ୟା କ୍ଷୟକ୍ଷତି ବ୍ୟବସ୍ଥାକୁ ସଜାଡି଼ଦେବେ। ସମାନ୍ତରାଳ ଭାବେ ଗତକାଲି ମଧ୍ୟ କେନ୍ଦ୍ର ସରକାରଙ୍କୁ ରାଜ୍ୟ ଜଣାଇଛି ଯେ ଟଙ୍କା ଦେଇ ଓଡ଼ିଶା ଟିକା କିଣିବ। ଅର୍ଥାତ୍ ଅନ୍ୟ ରାଜ୍ୟମାନେ ଯେଭଳି କେନ୍ଦ୍ରଠାରୁ ମାଗଣା ଟିକା ମାଗୁଛନ୍ତି, ଓଡ଼ିଶା ସେମାନଙ୍କ ସହିତ ନାହିଁ ଏବଂ ଏ କ୍ଷେତ୍ରରେ ମଧ୍ୟ ଚାପ ସୃଷ୍ଟି କରିବାକୁ ଚାହେଁ ନାହିଁ। ଏସବୁଠାରୁ ଆହୁରି ବଡ଼ କଥା ହେଲା, ଓଡ଼ିଶା ସମଗ୍ର ଦେଶର ନେତୃତ୍ବ ନେବାର ସାମର୍ଥ୍ୟ ରଖେ, ଏକଥା ବିଜୁ ବାବୁ ଦିନେ ଉଦ୍ୟମ କରି ପ୍ରତିପାଦିତ କରିଥିଲେ। ଏବେ ନବୀନ ସମାନ ଢଙ୍ଗରେ ଆଗେଇଲେଣି।

Leave A Reply

Your email address will not be published.