ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

ଏସ୍‌ଡିଜି ରିପୋର୍ଟ: ସରକାରଙ୍କୁ ପୁଣି ପାଞ୍ଚ ପ୍ରଶ୍ନ କଲେ ଅପରାଜିତା

0

ଭୁବନେଶ୍ବର: ମିଳିତ ଜାତିସଂଘ ସହାୟତାରେ ନିତି ଆୟୋଗ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ସଂପର୍କରେ ପ୍ରକାଶ କରିଥିବା ସଦ୍ୟତମ ରିପୋର୍ଟକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଶାଣିତ ସମାଲୋଚନା କରିଛନ୍ତି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ପାଞ୍ଚଟି ପ୍ରଶ୍ନ ପଚାରିବା ସହିତ ପୂର୍ବରୁ ପଚାରାଯାଇଥିବା ୬ଟି ପ୍ରଶ୍ନକୁ ମିଶାଇ ମୋଟ ୧୧ଟି ପ୍ରଶ୍ନ ଉପରେ ସରକାରଙ୍କ ଠାରୁ କୈଫିୟତ ଲୋଡ଼ିଛନ୍ତି ଅପରାଜିତା।

ଶ୍ରୀମତୀ ଷଡ଼ଙ୍ଗୀ ଆଜି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଏହି ରିପୋର୍ଟରେ ଓଡିଶା ବିଷୟରେ ଯାହା ପ୍ରକାଶ ପାଇଛି ତାହା ଅନୁଧ୍ୟାନ କଲେ ଜଣାଯାଏ, ବାଇଶି ବର୍ଷ ଧରି ରାଜ୍ୟରେ ଶାସନରେ ଥିବା ବିଜେଡି ସରକାର ଓଡ଼ିଶାର ବିକାଶ ବିଷୟରେ ଯାହା ପ୍ରଚାର ପ୍ରସାର କରୁଛନ୍ତି ବାସ୍ତବରେ ଏଠାରେ ବିକାଶ ଚିତ୍ର ସମ୍ପୂର୍ଣ ଭିନ୍ନ | ଏସ୍‌ଡିଜି ମାନ୍ୟତାରେ ଓଡିଶାର ସ୍ଥାନ ୧୫ ନମ୍ବରରୁ ଖସି ୧୯ ନମ୍ବରରେ ପହଁଚିଛି, ଯାହାକି ନାଗାଲାଣ୍ଡ ଓ ଛତିଶଗଡ ସହିତ ସମକକ୍ଷ। ଗୁରୁତ୍ୱପୂର୍ଣ ମାନଦଣ୍ଡ ଆଧାରରେ ଓଡିଶା ବିକାଶ କ୍ଷେତ୍ରରେ ନୀତି ଆୟୋଗ ରିପୋର୍ଟ ଏସ୍‌ଡିଜି ଲକ୍ଷ୍ୟ ହାସଲରେ ଦେଶରେ ନିମ୍ନରୁ 5 ନମ୍ବର ସ୍ଥାନରେ। ଏଗୁଡିକ ହେଲା ଦାରିଦ୍ର ଦୂରୀକରଣ, କ୍ଷୁଧାମୁକ୍ତି, ଉତ୍ତମ ସ୍ୱାସ୍ଥ୍ୟ ଓ ଜୀବନ ଧାରଣ, ଉନ୍ନତ ମାନରେ ଶିକ୍ଷା, ଲିଙ୍ଗ ଭିତ୍ତିକ ସମାନତା ଏବଂ ଶାନ୍ତି, ନ୍ୟାୟ ଓ ସୁଦୃଢ ଅନୁଷ୍ଠାନ ଯେଉଁ କ୍ଷେତ୍ରରେ ଓଡ଼ିଶାର ମାନ୍ୟତା ଅତି ନିମ୍ନ ସ୍ତରରେ ରହିଛି। କେବଳ ସେତିକି ନୁହେଁ, ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ନୂତନ ଚିନ୍ତାଧାରା ଆଧାରରେ ଓଡ଼ିଶାର ସ୍ଥାନ ୧୪ ନମ୍ବରରେ। ଏଥିରେ କର୍ଣ୍ଣାଟକ ସର୍ବାଗ୍ରେ ରହିଛି। ପ୍ରଥମ ସଂସ୍କରଣ ଅନୁଯାୟୀ ଓଡ଼ିଶାର ସ୍ଥାନ ୧୨ ନମ୍ବରରେ ଥିଲା ଯାହା ୨୦୧୯ରେ ପ୍ରକାଶ ପାଇଥିଲା।

ସାଂସଦ ଆହୁରି କହିଛନ୍ତି ଯେ ପ୍ରାକୃତିକ ସମ୍ପଦରେ ଓଡିଶା ଭରପୁର ହୋଇଥିଲେ ମଧ୍ୟ ଲୋକମାନଙ୍କର ଜୀବନ ଧାରଣାର ମାନ ଯଦି ଅନୁଧ୍ୟାନ କରାଯାଏ, ଓଡିଶା ସବୁବେଳେ ବହୁ ପଛରେ ପଡିଯାଇଛି। କିନ୍ତୁ ଓଡ଼ିଶାର ବିଜେଡି ସରକାର ସତ୍ୟତାକୁ ଲୁଚାଇ ପ୍ରଚାର କରି ଆସୁଛନ୍ତି ଯେ ଓଡିଶା ଶାସନ କ୍ଷେତ୍ରରେ ଅତି ଉତ୍ତମ ଏବଂ ଏଠାରେ ବିଶ୍ଵସ୍ତରୀୟ ପ୍ରକଳ୍ପମାନ ହେଉଅଛି। ସରକାର ଏ ପ୍ରଶ୍ନର ଉତ୍ତର ଦେବା ଦରକାର ଯେ ୨୧ବର୍ଷ ଶାସନ ପରେ ବି ଦାରିଦ୍ର୍ୟ ସୀମାରେଖା ତଳେ ଓଡ଼ିଶାର ୩୩ ପ୍ରତିଶତ ଲୋକ କାହିଁକି ଅଛନ୍ତି? ୨୮ଟି ରାଜ୍ୟ ତାଲିକାରେ ତଳୁ ୫ଟି ରାଜ୍ୟ ମଧ୍ୟରେ ଓଡିଶା ସ୍ଥାନ କାହିଁକି ପାଇବ? ସାଢେ ୪ କୋଟି ଓଡିଶାବାସୀଙ୍କ ଉପରେ ଏହା କୁଠାରାଘାତ ନୁହେଁ କି ? ଭୁବନେଶ୍ୱର କଟକ ବିକାଶର ମାନଚିତ୍ର ସମଗ୍ର ଓଡ଼ିଶାର ଚିତ୍ର ନୁହେଁ । ଆମକୁ ମାଲକାନଗିରି ଭଳି ସବୁ ଅଞ୍ଚଳ ବିଷୟରେ ଚିନ୍ତା କରିବାକୁ ପଡ଼ିବ। ସହରାଞ୍ଚଳର କିଛି ଭାଗରେ ସୌନ୍ଦର୍ଯ୍ୟକରଣ କରି ରାଜ୍ୟର ବିକାଶ କରାଯାଉଛି ବୋଲି କୁହାଯାଉଛିଷ ଯାହା ଠିକ୍ ନୁହେଁ।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସଫଳତ ର କାହାଣୀରେ କିଛି ଲୋକ ନିଶ୍ଚିତ ଭାବେ ଲାଭାନ୍ବିତ ହୋଇଛନ୍ତି। କିନ୍ତୁ ଏହାର ସଂଖ୍ୟା ବହୁତ କମ। ଅପରପକ୍ଷରେ ଗରିବରୁ ଅତି ଗରିବ ଲୋକମାନେ ନିରନ୍ତର ଭାବେ ଦୁର୍ଦଶାଗ୍ରସ୍ତ ଅବସ୍ଥାରେ ରହିଆସିଛନ୍ତି। ଶିକ୍ଷା ବ୍ୟବସ୍ଥାର ସର୍ବଶିକ୍ଷା ଅଭିଯାନ, ଡିପିଇିପି ଏକ ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଯୋଜନା ମାଧ୍ୟମରେ ହଜାର ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ ରାଜ୍ୟରେ ବିଦ୍ୟାଳୟ ଗୁଡିକର ମୌଳିକ ଭିତ୍ତିଭୂମି ସୁବିଧା ଗୁଡ଼ିକରୁ ବଞ୍ଚିତ ରହିଛନ୍ତି। ୨୦୧୫-୧୬ରୁ ଆଜି ପର୍ଯ୍ୟନ୍ତ ୮ ଲକ୍ଷ ଛାତ୍ର ଛାତ୍ରୀ ବିଦ୍ୟାଳୟ ପରିତ୍ୟାଗ କରିଥିବା ବେଳେ ୫ ଲକ୍ଷ ବେସରକାରୀ ବିଦ୍ୟାଳୟରେ ନାମ ଲେଖାଇଛନ୍ତି ଏବଂ ଅବଶିଷ୍ଟ ଅଧାରୁ ପାଠପଢ଼ା ଛାଡିଛନ୍ତି । ସେହିପରି କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ପାଣ୍ଠିରୁ ଅଙ୍ଗନବାଡ଼ିରେ ବ୍ୟାପକ ଦରମା ବ୍ୟବସ୍ଥା ଏବଂ ଅଙ୍ଗନବାଡି କେନ୍ଦ୍ର ନିର୍ମାଣରେ ବହୁ ଅର୍ଥ ଅନୁଦାନ ସତ୍ୱେ ଓଡ଼ିଶାରେ ବହୁସଂଖ୍ୟାରେ ଶିଶୁ ମାନେ କୁପୋଷଣ ଗ୍ରସ୍ତ ଏବଂ ଶାରୀରିକ ତଥା ମାନସିକ ସ୍ତରରେ ସ୍ଥାଣୁ ହୋଇଛନ୍ତି। ଏହାଛଡା ଗର୍ଭବତୀ ମହିଳାମାନେ ବହୁସଂଖ୍ୟାରେ ରକ୍ତହୀନତା ଏବଂ ଶାରୀରିକ ସମସ୍ୟାର ଶିକାର ହୋଇଛନ୍ତି ଯାହାକି ଦେଶରେ ସବୁଠାରୁ ଅଗ୍ରଭାଗରେ କହିଲେ ଅତ୍ୟୁକ୍ତି ହେବନାହିଁ।

ଓଡ଼ିଶାରେ ମହିଳାଙ୍କ ବିରୋଧରେ ହିଂସା କ୍ଷେତ୍ରରେ ପରିସ୍ଥିତି ଖରାପରୁ ଅତି ଖରାପ ପରିସ୍ଥିତିରେ ପହଞ୍ଚିଛି। ଏନସିଆର୍‌ବି ରିପୋର୍ଟ ଅନୁଯାୟୀ ଓଡ଼ିଶାର ପ୍ରତି ଏକ ଲକ୍ଷ ଲୋକଙ୍କ ମଧ୍ୟରେ ୯୧.୩ ଜଣ ମହିଳା ହିଂସାର ଶିକାର ହେଉଥିବା ବେଳେ ଶତକଡା ୮.୩ ଜଣ ଅପରାଧୀ ଦଣ୍ଡ ପାଇଥାନ୍ତି। ସେହିଭଳି ମହିଳାଙ୍କ ବିରୁଦ୍ଧରେ ହିଂସା ଜନିତ ମାମଲାରେ ଶତକଡା ୯୪.୭ ମହିଳାଙ୍କ ବିରୁଦ୍ଧରେ ଅପରାଧୀ ମାନଙ୍କର ବିଚାର ଏପର୍ଯ୍ୟନ୍ତ ହୋଇପାରିନାହିଁ। ସରକାର ଏବେ ଜବାବ ଦେବା ଦରକାର ଯେ ପ୍ରତ୍ୟେକ ମହିଳାଙ୍କ ଅଣ୍ଟାରେ ଟଙ୍କା ଦରକାର। ଆର୍ଥିକ ମର୍ଯ୍ୟାଦା ସହ ସୁରକ୍ଷା ଓ ସଶକ୍ତିକରଣ ଦରକାର। ୨୦୦୦ମସିହାରୁ ରାଜ୍ୟରେ ମିସନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ହେଲାଣି। ତଥାପି ମହିଳା ମାନଙ୍କ ଉପରେ ଏତେ ଅପରାଧ କାହିଁକି?୮.୩ ପ୍ରତିଶତ ଅପରାଧୀ କେଵଳ ଦଣ୍ଡ ପାଉଛନ୍ତି କାହିଁକି? ବୋଲି ସାଂସଦ ପ୍ରଶ୍ନ ପଚାରିଛନ୍ତି।

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀମତୀ ଷଢ଼ଙ୍ଗୀ କହିଥିଲେ ଯେ ଆୟ ବିଷମତା ଓଡ଼ିଶାରେ ବୃଦ୍ଧି ହେବାରେ ଲାଗିଛି। ଦୁର୍ଭାଗ୍ୟର ବିଷୟ ଓଡ଼ିଶାର ଯୁବକମାନେ କର୍ମସଂସ୍ଥାନ ଅନ୍ୱେଷଣରେ ତାମିଲନାଡୁ, କର୍ଣ୍ଣାଟକ, କେରଳ ଓ ଦିଲ୍ଲୀ ଆଦି ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି | ସ୍ବାଭାବିକ ଭାବେ ଓଡିଶାର ଯୁବପିଢ଼ି ମାନଙ୍କ ପ୍ରଶ୍ନ ଉଠାଉଛନ୍ତି ଯେ ଇଜ୍ ଅଫ ଡୁଇଙ୍ଗ ବିଜନେସରେ ଆମେ ଶୂନରେ କାହିଁକି? ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ଗୁରୁତ୍ୱପୂର୍ଣ ମାନଦଣ୍ଡ କ୍ଷେତ୍ରରେ ଗରିବଙ୍କ ଉନ୍ନତ ପାଇଁ ଏସଡିଜି ସମ୍ପର୍କିତ ବ୍ୟୟ ରାଜ୍ୟରେ ୨୨ ବର୍ଷ ମଧ୍ୟରେ କଣ କଣ ଏବଂ କେତେ ହୋଇଛି ସେ ନେଇ ରାଜ୍ୟ ସରକାର ରିପୋର୍ଟ ପ୍ରକାଶ କରିବା ଦରକାର ବୋଲି ସେ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.