ପ୍ରମୁଖ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ
ବିଜେଡି ପ୍ରତିଷ୍ଠା ଦିବସରେ ମୁଖପାତ୍ର ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା ମାରିଲେ ମହିଳା ନେତ୍ରୀ
ବିଦାୟ ନେଲେ ବିଦାୟୀ ରାଜ୍ୟପାଳ ରଘୁବର ଦାସ
ଜିରୋ ନାଇଟ ସେଲିବ୍ରେସନ ବେଳେ ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ ଉପରେ ରହିବ ନଜର
ଖଢଡିଆଳରୁ ବିପୁଳ ପରିମାଣରେ ବଜ୍ରକାପ୍ତା କାତି ଜବତ, ୩ ଶିକାରୀ ଗିରଫ
ଆସନ୍ତା ବର୍ଷ ହେବ କଲେଜ୍ ନିର୍ବାଚନ : ମୁଖ୍ୟମନ୍ତ୍ରୀ

କିଛି ଭଲ ଖବର ଆଣିଲା କରୋନା

0

ଭୁବନେଶ୍ବର: ହଠାତ୍ ଖୋର୍ଧା ଜିଲ୍ଲାରେ କରୋନା ସଂକ୍ରମଣ ପାଖାପାଖି ୫୦ ପ୍ରତିଶତ କମିଯାଇଛି। ଗତକାଲି (୫ ତାରିଖ ପରୀକ୍ଷା ରିପୋର୍ଟ) ୧୧୬୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଥିଲା। ଆଜି (୬ ତାରିଖରେ ପରୀକ୍ଷା ହୋଇଥିଲା) ରିପୋର୍ଟ କହୁଛି, ଖୋର୍ଧାରେ ମାତ୍ର ୪୯୫ ଜଣଙ୍କ ଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି। ରାଜଧାନୀ ସମେତ ଖୋର୍ଧା ଜିଲ୍ଲାରେ କରୋନା ମାସାଧିକ ଧରି ଜବରଦସ୍ତ ପ୍ରଭାବ ରଖିଥିଲା। ଅନ୍ୟ ସବୁ ସ୍ଥାନରେ କମିବା ଦେଖାଯାଉଥିଲେ ହେଁ, ଖୋର୍ଧା ଜିଲ୍ଲାରେ ଏହାର ବିଶେଷ ପ୍ରଭାବ ପଡୁନଥିଲା। ବିଶେଷଜ୍ଞମାନେ ମତ ରଖିଥିଲେ, ଜିଲ୍ଲାକୁ ବାହାର ଲୋକଙ୍କ ଆତଯାତ ଲାଗି ରହିଥିବା ପରିପ୍ରେକ୍ଷୀରେ ସଂକ୍ରମଣ ଉଚ୍ଚା ରହୁଛି।

କଟକ ଜିଲ୍ଲା ଭୁବନେଶ୍ବରକୁ ଟପି(୬୪୦) ଯାଇଛି ଏବଂ ଆଜିର ଟପର୍।ସେହିଭଳି ଯାଜପୁର ଜିଲ୍ଲାରେ ୫୬୩ ଜଣ କରୋନା ସଂକ୍ରମିତ ସାମ୍ନାକୁ ଆସିଛନ୍ତି।ଏଥିସହିତ ଆଜି ସଂକ୍ରମଣ ହାର ପୁଣି ଖସି ୯.୧%ରେ ପହଞ୍ଚିଛି। ଗତକାଲି ପରୀକ୍ଷା ହୋଇଥିବା ୬୭ହଜାର ୧୭୮ ଟି ନମୁନା ମଧ୍ୟରୁ ୬୧୧୮ ଜଣ ପଜିଟିଭ୍ ଥିବା ରିପୋର୍ଟ କହୁଛି।

ସାରା ଭାରତରେ ସଂକ୍ରମଣ ୧ଲକ୍ଷ ପାଖାପାଖି ପର୍ଯ୍ୟନ୍ତ ଖସିଆସିଥିବା ବେଳେ ଓଡ଼ିଶା ରିପୋର୍ଟ ବି ଉତ୍ସାହ ସୃଷ୍ଟି କଲାଭଳି। ମାତ୍ର ୧୧ଟି ଜିଲ୍ଲା ଏବେ ରେଡ୍‌ ଜୋନରେ ଅଛନ୍ତି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ବିଭାଗ ଆଜି ଆଉ ୪୧ ଜଣଙ୍କ ମୃତ୍ୟୁ କୋଭିଡ୍‌ରେ ହୋଇଥିବା ଘୋଷଣା କରିଛି। ଏଥିସହିତ ପ୍ରଥମ ଓ ଦ୍ବିତୀୟ ଲହର ମିଶି ଏଯାଏ କରୋନାରେ ରାଜ୍ୟରେ ୩ହଜାର (୩୦୩୫) ଲୋକ ପ୍ରାଣ ହରାଇଥିବା ଜଣାପଡ଼ିଛି। ଚଳିତମାସ ପ୍ରଥମ ୭ ଦିନରେ ରାଜ୍ୟରେ ୫୪ ହଜାର ୨୧୭ ଜଣଙ୍କ ଠାରେ କରୋନା ଚିହ୍ନଟ ହୋଇଥିବା ବେଳେ ୨୮୧ ଜଣଙ୍କ ମୃତ୍ୟୁ ଘୋଷଣା ହୋଇଛି।

କରୋନା କଟକଣା ଭିତରେ ଆଜି ମୁମ୍ବାଇରେ ବସ ଗଡ଼ିବ। ସେହିଭଳି ଦିଲ୍ଲୀରେ ଆଜିଠାରୁ ଅନୁରୂପ ଢଙ୍ଗରେ ମେଟ୍ରୋ ଟ୍ରେନ୍ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚଳାଚଳ କରିବ। ଓଡ଼ିଶାରେ ଲୋକେ ସତର୍କ ହେଲେ, ପୁଣି ଥରେ ସ୍ଥିତାବସ୍ଥା ଫେରିବା ଲାଗି ଆଉ ବେଶୀ ଦିନ ବାକି ନାହିଁ। ରାଜ୍ୟ ସରକାର ୧୭ ତାରିଖ ଯାଏ ଲକ୍‌ଡାଉନ୍ ଘୋଷଣା କରିଛନ୍ତି।

ଏଠାରେ ଉଲ୍ଲେଖଥାଉକି, ଦେଶରେ ଏବେ ସୁଦ୍ଧା ୧୪ଲକ୍ଷ ୧ହଜାର ୬୦୯ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧ଲକ୍ଷ ୬୩୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ୨୪୨୭ଜଣଙ୍କର ମୃତ୍ୟୁ ଖବର ବି ଦେଇଛି ସ୍ବାସ୍ଥ୍ୟ ବିଭାଗ। କରୋନାରେ ଏଯାଏ ୩ଲକ୍ଷ ୪୯ ହଜାର ୧୮୬ ଜଣ ପ୍ରାଣ ହରାଇଲେଣି ଏବଂ ମୋଟ ୨ କୋଟି ୮୯ ଲକ୍ଷ ୯ ହଜାର ୯୭୫ଜଣଙ୍କ ଠାରେ କରୋନା ଠାବ ହୋଇଛି।

Leave A Reply

Your email address will not be published.