ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ
ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ
ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ
ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ

କେଉଁଠି କେତେ ପ୍ରବଳ ବର୍ଷା ହେବ ଜାଣନ୍ତୁ

0

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗର ମୁଣ୍ଡରେ ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ଆଜି ଲଘୁଚାପ ସୃଷ୍ଟି ହୋଇଛି। ଏହା କ୍ରମଶଃ ଘନୀଭୂତ ଏବଂ ସାରା ରାଜ୍ୟରେ ଭାରି ବର୍ଷା ହେବ। ପାଣିପାଗ ସଂପର୍କରେ ଏଭଳି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ।

ତାଙ୍କ ଆକଳନ କହୁଛି, ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାରେ ଗୋଟିଏ ପର୍ଯ୍ୟାୟରେ ବର୍ଷା ହେବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ଦୁଇଟି ପର୍ଯ୍ୟାୟରେ ଏହି ଲଘୁଚାପ ଦ୍ବାରା ବର୍ଷା ହେବ। ସାଧାରଣ ଭାବେ କହିବାକୁ ଗଲେ ଜୁନ୍ ୧୨ ଓ ୧୩ ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ଓ ୧୪ରୁ ୧୬ ତାରିଖ ସାରା ଓଡ଼ିଶାରେ ବର୍ଷା ହେବ। ପ୍ରଥମ ପର୍ଯ୍ୟାୟ ବର୍ଷା ପରେ ୧୭ରୁ ୧୮ ବା ୧୯ ତାରିଖରେ ପାଗ ପ୍ରାୟତଃ ଶୁଖିଲା ରହିବ। ଏହା ପରେ ପୁଣି ୩ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ଭାରି ବର୍ଷା ହୋଇପାରେ।

୧୪ ତାରିଖ ରାତି ଏବଂ ୧୫ ତାରିଖରେ ପୁରୀ, ଖୋର୍ଧା ଓ ଗଞ୍ଜାମ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ। ଜଗତସିଂହପୁର, କଟକ, ପୁରୀ, ଢେଙ୍କାନାଳ, ନୟାଗଡ଼, ଗଜପତି ଆଭ୍ୟନ୍ତରୀଣ ଗଞ୍ଜାମ ଏବଂ ରାୟଗଡାରେ ଭାରି ବର୍ଷା ହେବ। କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ବାକି ଅଞ୍ଚଳରେ ମଧ୍ୟମରୁ ପ୍ରାୟତଃ ଭାରି ବର୍ଷା ହେବ। ଭୁବନେଶ୍ବରରେ ୧୩ରୁ ୧୫ ବର୍ଷା ହେବ। ତେବେ ୧୪ ତାରିଖରେ ବେଶୀ ବର୍ଷା ହୋଇପାରେ। ୧୬ ତାରିଖ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ( ୬୦ମିଲିମିଟର କମ୍) ବର୍ଷା ହେବ। ଏସବୁର ପ୍ରଭାବରେ ସୁବର୍ଣ୍ଣରେଖାରେ ପାଣି ଫୁଲିବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶା ବିଶେଷକରି ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଭାରି ବର୍ଷା ହେବାର ସମ୍ଭାବନା ଅଛି। ଲଘୁଚାପଟି ୧୩ରୁ ୧୫ ତାରିଖ ଓଡ଼ିଶା ଓ ସଲଂଗ୍ନ ଅଞ୍ଚଳରେ ୧୬ରେ ଝାଡ଼ଖଣ୍ଡ ଏବଂ ୧୭ରେ ବିହାରରେ ରହିବା ସହିତ ଦିଗ ପରିବର୍ତ୍ତନ କରି ୧୯ ତାରିଖ ବେଳକୁ ପୁଣି ଛତିଶଗଡ଼ ଏବଂ ସଂଲଗ୍ନ ମଧ୍ୟପ୍ରଦେଶରେ ରହିବ। ଏହା ହେଲେ ଆଗରୁ ଆକଳନ କରାଯାଇଥିବା ଦ୍ବିତୀୟ ଲଘୁଚାପ ସୃଷ୍ଟି ହେବ ନାହିଁ।

Leave A Reply

Your email address will not be published.