ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ବିଜେପିକୁ ଜବରଦସ୍ତ ଝଟ୍‌କା, ମୁକୁଲଙ୍କୁ ଛଡ଼ାଇ ଆଣିଲେ ମମତା

0

କୋଲାକାତା: ପୂର୍ବରୁ ଯେମିତି ପୂର୍ବାନୁମାନ କରାଯାଉଥିଲା, ଠିକ୍ ସେମିତି ଘଟିଲା। ପଶ୍ଚିମବଙ୍ଗ ନିର୍ବାଚନ ପରେ ପରେ ବିଜେପି ଆମଦାନୀ କରି ନେଇଥିବା ଜଣେ ପରେ ଜଣେ ନେତା ପୁଣି ଘରବାହୁଡା ଆରମ୍ଭ କଲେଣି। ଆଜି ଏକ ବଡ଼ ରାଜନୈତିକ ଘଟଣାକ୍ରମେ ୨୦୧୭ ମସିହାରେ ବିଜେପିକୁ ଚାଲିଯାଇଥିବା ବରିଷ୍ଠ ଟିଏମ୍‌ସି ନେତା ମୁକୁଲ ରାୟ ପୁଣି ଥରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଖବର ଆଜି ଭାରତ ରାଜନୀତିରେ କମ୍ପନ ସୃଷ୍ଟି କରିଛି ଏବଂ ବିଜେପିକୁ ଜବରଦସ୍ତ ଧକ୍‌କା ଲାଗିଛି। ମୁକୁଲଙ୍କ ସହିତ ତାଙ୍କ ପୁଅ ଶୁଭ୍ରାଂଶୁ ବି ଟିଏମ୍‌ସିକୁ ଫେରିଛନ୍ତି।

ପ୍ରଥମ ପ୍ରତିକ୍ରିୟ ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଘରର ପୁଅ ଘରକୁ ଫେରିଛି। ସେ ଅନ୍ୟମାନଙ୍କ ପରି ଦେଶଦ୍ରୋହୀ ନୁହନ୍ତି। ଯେଉଁମାନେ ସ୍ବଚ୍ଛ, ଯେଉଁମାନେ ତିକ୍ତତାକୁ ଉତ୍ସାହିତ କରନ୍ତି ନାହିଁ, ସେହିମାନଙ୍କୁ ଘରକୁ ଫେରାଇ ଅଣାଯାଇଛି। ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମମତା ଆହୁରି କହିଛନ୍ତି ଯେ ଅଧିକରୁ ଅଧିକ ନେତା, ଯେଉଁମାନେ ବିଜେପିକୁ ଯାଇଛନ୍ତି, ସେମାନେ ସମସ୍ତେ ଫେରିଆସିବେ। ଅନ୍ୟପକ୍ଷରେ ମୁକୁଲ ରାୟ ଗଣମାଧ୍ୟମକୁ କହିଛନ୍ତି: “ବିଜେପି ଛାଡିବା ପରେ ମୋର ପୁରୁଣା ସହକର୍ମୀଙ୍କୁ ଦେଖି ମୁଁ ବହୁତ ଭଲ ଅନୁଭବ କରୁଛି। ମୁଁ ବିଜେପିରେ ରହିପାରିବି ନାହିଁ।” ସେ ମୁଖ୍ୟମନ୍ତ୍ରୀଙ୍କୁ “ବଙ୍ଗଳା ଏବଂ ଭାରତର ଏକମାତ୍ର ନେତା” ବୋଲି ବର୍ଣ୍ଣନା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନିର୍ବାଚନ ପ୍ରଚାର ସମୟରେ ଶ୍ରୀମତୀ ବାନାର୍ଜୀ ପ୍ରଥମେ ସଙ୍କେତ ଦେଇଥିଲେ। ସେ ଏକ ସାଧାରଣ ସଭାରେ କହିଥିଲେ, ମୁକୁଲ ରାୟ ଶୁଭେନ୍ଦୁ ଅଧିକାରୀଙ୍କ ଭଳି ଖରାପ ନୁହଁନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ତୃଣମୂଳ କଂଗ୍ରେସର ପ୍ରତିଷ୍ଠାତା ସଦସ୍ୟ ମୁକୁଲ ରାୟ ୨୦୧୭ରେ ଯେବେ ଟିଏମ୍‌ସି ଛାଡ଼ିଥିଲେ, ସେବେ ସେ ଏହାର ସାଧାରଣ ସଂପାଦକ ଥିଲେ। ପରେ ଏହି ପଦବି ମମତାଙ୍କ ସଂପର୍କୀୟ ଅଭିଷେକ ବାନାର୍ଜୀଙ୍କୁ ଦିଆଯାଇଥିଲା। ଗତ ସପ୍ତାହରେ ଶ୍ରୀ ରାୟଙ୍କ ପତ୍ନୀ ଯେବେ ହସ୍ପିଟାଲରେ ଥିଲେ, ସେବେ ଅଭିଷେକ ପ୍ରଥମେ ଯାଇ ସେଠାରେ ଉଭୟଙ୍କୁ ଭେଟିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ରାୟଙ୍କ ସହିତ କଥାହୋଇ ପତ୍ନୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ।

ମୁକୁଲ ରାୟ ତୃଣମୂଳ କଂଗ୍ରେସ ଛାଡ଼ିବା ପରେ ୨୦୧୯ ନିର୍ବାଚନରେ ଟିଏମ୍‌ସିକୁ ବଡ଼ ଧକ୍କା ଲାଗିଥିଲା। ଶ୍ରୀ ରାୟଙ୍କ ରଣନୀତିରେ ବିଜେପି ଆଗକୁ ବଢୁଥିଲା। ଗତ ନିର୍ବାଚନ ସମୟରେ ମଧ୍ୟ ମୁକୁଲଙ୍କୁ ବିଜେପି ଗୁରୁତ୍ବ ଦେଇଥିଲା। ହେଲେ ଯେବେ ଟିଏମ୍‌ସି ନେତା ଶୁଭେନ୍ଦୁ ଅଧିକାରୀ ବିଜେପି ଶିବିରରେ ଅଧିକ ଗୁରୁତ୍ବ ପାଇଲେ, ସେବେ ମୁକୁଲ ରାୟ ବିଜେପିରେ ତାଙ୍କ ଭବିଷ୍ୟତ ନେଇ ଚିନ୍ତିତ ହୋଇପଡ଼ିଥିଲେ। ଶେଷରେ ଆଜି ବିଜେପିକୁ ଏକ ବଡ଼ ଧକ୍‌କା ଦେଇ ମମତା ନିଜ ଘରକୁ ମୁକୁଲୁଙ୍କୁ ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି।

Leave A Reply

Your email address will not be published.