ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

କେଉଁଠି କେତେ ପ୍ରବଳ ବର୍ଷା ହେବ ଜାଣନ୍ତୁ

0

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗର ମୁଣ୍ଡରେ ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ଆଜି ଲଘୁଚାପ ସୃଷ୍ଟି ହୋଇଛି। ଏହା କ୍ରମଶଃ ଘନୀଭୂତ ଏବଂ ସାରା ରାଜ୍ୟରେ ଭାରି ବର୍ଷା ହେବ। ପାଣିପାଗ ସଂପର୍କରେ ଏଭଳି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ।

ତାଙ୍କ ଆକଳନ କହୁଛି, ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାରେ ଗୋଟିଏ ପର୍ଯ୍ୟାୟରେ ବର୍ଷା ହେବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ଦୁଇଟି ପର୍ଯ୍ୟାୟରେ ଏହି ଲଘୁଚାପ ଦ୍ବାରା ବର୍ଷା ହେବ। ସାଧାରଣ ଭାବେ କହିବାକୁ ଗଲେ ଜୁନ୍ ୧୨ ଓ ୧୩ ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ଓ ୧୪ରୁ ୧୬ ତାରିଖ ସାରା ଓଡ଼ିଶାରେ ବର୍ଷା ହେବ। ପ୍ରଥମ ପର୍ଯ୍ୟାୟ ବର୍ଷା ପରେ ୧୭ରୁ ୧୮ ବା ୧୯ ତାରିଖରେ ପାଗ ପ୍ରାୟତଃ ଶୁଖିଲା ରହିବ। ଏହା ପରେ ପୁଣି ୩ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ଭାରି ବର୍ଷା ହୋଇପାରେ।

୧୪ ତାରିଖ ରାତି ଏବଂ ୧୫ ତାରିଖରେ ପୁରୀ, ଖୋର୍ଧା ଓ ଗଞ୍ଜାମ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ। ଜଗତସିଂହପୁର, କଟକ, ପୁରୀ, ଢେଙ୍କାନାଳ, ନୟାଗଡ଼, ଗଜପତି ଆଭ୍ୟନ୍ତରୀଣ ଗଞ୍ଜାମ ଏବଂ ରାୟଗଡାରେ ଭାରି ବର୍ଷା ହେବ। କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ବାକି ଅଞ୍ଚଳରେ ମଧ୍ୟମରୁ ପ୍ରାୟତଃ ଭାରି ବର୍ଷା ହେବ। ଭୁବନେଶ୍ବରରେ ୧୩ରୁ ୧୫ ବର୍ଷା ହେବ। ତେବେ ୧୪ ତାରିଖରେ ବେଶୀ ବର୍ଷା ହୋଇପାରେ। ୧୬ ତାରିଖ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ( ୬୦ମିଲିମିଟର କମ୍) ବର୍ଷା ହେବ। ଏସବୁର ପ୍ରଭାବରେ ସୁବର୍ଣ୍ଣରେଖାରେ ପାଣି ଫୁଲିବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶା ବିଶେଷକରି ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଭାରି ବର୍ଷା ହେବାର ସମ୍ଭାବନା ଅଛି। ଲଘୁଚାପଟି ୧୩ରୁ ୧୫ ତାରିଖ ଓଡ଼ିଶା ଓ ସଲଂଗ୍ନ ଅଞ୍ଚଳରେ ୧୬ରେ ଝାଡ଼ଖଣ୍ଡ ଏବଂ ୧୭ରେ ବିହାରରେ ରହିବା ସହିତ ଦିଗ ପରିବର୍ତ୍ତନ କରି ୧୯ ତାରିଖ ବେଳକୁ ପୁଣି ଛତିଶଗଡ଼ ଏବଂ ସଂଲଗ୍ନ ମଧ୍ୟପ୍ରଦେଶରେ ରହିବ। ଏହା ହେଲେ ଆଗରୁ ଆକଳନ କରାଯାଇଥିବା ଦ୍ବିତୀୟ ଲଘୁଚାପ ସୃଷ୍ଟି ହେବ ନାହିଁ।

Leave A Reply

Your email address will not be published.